ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା
ଉଦଳା: ସରକାରୀ ବାବୁଙ୍କ ଘରୁ ଚୋରୀ । ଘରେ ପଶି କଳାକନା ବୁଲାଇ ଦେଲେ ଲୁଟେରା । ଏହି ଲୁଟ୍ ର ଶିକାର ହୋଇଛନ୍ତି କପ୍ତିପଦା ବିଡ଼ିଓ । ବିଡିଓଙ୍କ ସରକାରୀ ବାସଭବନରେ ପଶି ଲୁଟେରାମାନେ ଲୁଟ୍ କରିଛନ୍ତି । କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାଏକଙ୍କ ବାସଭବନରୁ ହୋଇଛି ଲୁଟ୍ ।

ସୂଚନା ଅନୁସାରେ, ମଙ୍ଗଳବାର ବିଡିଓ ସିଦ୍ଧେଶ୍ୱର ନାଏକ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଯାଇଥିଲେ । ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଲୁଟେରାମାନେ ବିଡିଓଙ୍କ ସରକାରୀ ବାସଭବନ ମୁଖ୍ୟ ଫାଟକ ତାଲା ଭାଙ୍ଗିବା ସହିତ ବାସଭବନରେ ପଶି ଲୁଟ କରିଛନ୍ତି । ଲୁଟେରାମାନେ ଗଡରେଜ୍ ଖୋଲିବା ସହିତ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି ।
ଲୁଟେରାମାନେ ଲୁଟ୍ କରିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ବିଡିଓ ନିଜ ମୋବାଇଲରେ ସିସିଟିଭି ଦେଖିବା ପରେ ଘରେ ଲୁଟ୍ ହୋଇଥିବା ଜାଣିପାରି କପ୍ତିପଦା ପୋଲିସ୍କୁ ଖବର ଦେଇଥିଲେ । କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।












Click it and Unblock the Notifications