Get Updates
Get notified of breaking news, exclusive insights, and must-see stories!

ଖେରୀ ଦୁଷ୍କର୍ମ ଓ ହତ୍ୟା ମାମଲା : ନାବିଳାକାଙ୍କ ସହ ବନ୍ଧୁତା କରାଇଥିଲା ପଡୋଶୀ, ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ହତ୍ୟା

ଲକ୍ଷ୍ମୀପୁର ଖେରୀ ପୋଲିସ୍ ସୁପରିଟେଣ୍ଡେଣ୍ଟ ସଞ୍ଜୀବ ସୁମନଙ୍କ ଅନୁଯାୟୀ, ବିଭିନ୍ନ ଅପରାଧରେ ସମ୍ପୃକ୍ତ ମୋଟ 6 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଛୋଟୁ, ଜୁନୈଦ, ସୋହେଲ, ହାଫିଜୁଲ, କରିମୁଦ୍ଦିନ ଏବଂ ଆରିଫ ।

ଲକ୍ଷ୍ମୀପୁର ଖେରୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରା ଜିଲ୍ଲାର ଏକ ଗ୍ରାମରେ ବୁଧବାର ଦିନ ଦୁଇ ଦଲିତ ଝିଅଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଘଟଣାର କିଛି ସମୟ ପରେ ପରିବାର ସଦସ୍ୟ ହତ୍ୟାକାଣ୍ଡର ଆଶଙ୍କା ପ୍ରକାଶ କରିଥିଲେ, ଯେଉଁଥିରେ ପୋଲିସ ମଧ୍ୟ ସମାନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ 6 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ହତ୍ୟାକାଣ୍ଡର କାରଣ ପୋଲିସ ମଧ୍ୟ ଜାଣିପାରିଛି । ଶବ ବ୍ୟବଚ୍ଛେଦ ପାଇଁ 3 ଡାକ୍ତରଙ୍କ ଏକ ପ୍ୟାନେଲ ଗଠନ କରାଯାଇଛି ।

Lakhimpur Kheri case

ଲକ୍ଷ୍ମୀପୁର ଖେରୀ ପୋଲିସ୍ ସୁପରିଟେଣ୍ଡେଣ୍ଟ ସଞ୍ଜୀବ ସୁମନଙ୍କ ଅନୁଯାୟୀ, ବିଭିନ୍ନ ଅପରାଧରେ ସମ୍ପୃକ୍ତ ମୋଟ 6 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଛୋଟୁ, ଜୁନୈଦ, ସୋହେଲ, ହାଫିଜୁଲ, କରିମୁଦ୍ଦିନ ଏବଂ ଆରିଫ । ଅଭିଯୁକ୍ତ ଜୁନୈଦ ଏକ ଏନକାଉଣ୍ଟରରେ ଧରାପଡିଥିଲା, ଏଥିରେ ତା ଗୋଡରେ ଗୁଳି ବାଜିଥିଲା । ଯାଞ୍ଚ ସମୟରେ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ ନାବାଳିକାଙ୍କୁ ଜାଣିଥିଲେ । ସୋହେଲ ଏବଂ ଜୁନୈଦ ସମାନଙ୍କୁ କ୍ଷେତକୁ ଡାକି ସେଠାରେ ଦୁଷ୍କର୍ମ କରିଥିଲା । ଏହା ପରେ ପୀଡ଼ିତା ତାଙ୍କୁ ବିବାହ କରିବାକୁ କହିବାରୁ ସୋହେଲ, ହାଫିଜୁଲ ଏବଂ ଜୁନୈଦ ସେମାନଙ୍କ ଗଳା କାଟି ହତ୍ୟା କରିଥିଲେ । ତା'ପରେ ଅଭିଯୁକ୍ତମାନେ କରିମୁଦ୍ଦିନ ଏବଂ ଆରିଫଙ୍କୁ ଡାକିଲେ । ଏହା ସହିତ ପ୍ରମାଣ ନଷ୍ଟ କରିବାକୁ ଦୁଇ ପୀଡ଼ିତାଙ୍କୁ ଗଛରେ ଟାଙ୍ଗି ଦେଇଥିଲେ ।

ଏସପିଙ୍କ କହିବାନୁସାରେ, ଅଭିଯୁକ୍ତ ଛୋଟୁ ବ୍ୟତୀତ ଅନ୍ୟ ସମସ୍ତେ ଲକ୍ଷ୍ମୀପୁର ଖେରୀର ଲାଲପୁର ଗାଁର ବାସିନ୍ଦା । ଛୋଟୁ ଯିଏ ପୀଡ଼ିତାଙ୍କ ପଡ଼ୋଶୀ ଥିଲା ଉଭୟଙ୍କ ପରିଚିତ କରାଇଥିଲା । ତାକୁ ମଧ୍ୟ ଗିରଫ କରାଯାଇଛି । ଏଥି ସହ ଜବରଦସ୍ତ ଅପହରଣ ମାମଲାକୁ ପୋଲିସ ପ୍ରତ୍ୟାଖ୍ୟାନ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ପଚରାଉଚରା ବେଳେ ଜାଣିବାକୁ ମିଳିଛି ଯେ ଝିଅମାନେ ଅଭିଯୁକ୍ତଙ୍କ ସହ ନିଜେ ବାଇକ୍ ରେ ଯାଇଥିଲେ । ତାଙ୍କୁ ଅପହରଣ କରାଯାଇ ନାହିଁ । ଏସପି ସଞ୍ଜୀବ ସୁମନ କହିଛନ୍ତି ଯେ ଏହି ମାମଲା ମହିଳା ଏବଂ ସମାଜର ଏକ ଦୁର୍ବଳ ବର୍ଗର ବିରୋଧରେ । ଆମେ ସମ୍ବେଦନଶୀଳତା ସହିତ କାମ କଲୁ । ଆଇପିସି ଧାରା 302, 376 ଏବଂ ପୋକସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ କହିଛନ୍ତି ଯେ ଲକ୍ଷ୍ମୀପୁର ଘଟଣା ଅତ୍ୟନ୍ତ ଦୁଃଖଦାୟକ । ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ସରକାର ସିଧାସଳଖ ନଜର ରଖିଥିଲେ । ଲକ୍ଷ୍ମୀପୁର ଘଟଣାର ଖୁଲାସା ହୋଇଛି । ଅଭିଯୁକ୍ତମାନେ ପ୍ରଥମେ ଝିଅଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରିବା ପରେ ଫାଶୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯେ ଏହି ଅଭିଯୁକ୍ତଙ୍କ ଆଗାମୀ ପିଢୀ ଭୟଭୀତ ରହିବେ । ସରକାର ପୀଡିତାଙ୍କ ପରିବାର ସହିତ ଅଛନ୍ତି । ଯେକଣସି ପରିସ୍ଥିତିରେ, ସେମାନେ ନ୍ୟାୟ ପାଇବେ । ଏହି ମାମଲାକୁ ଆମେ ଫାଷ୍ଟ ଟ୍ରାକ୍ କୋର୍ଟକୁ ନେବୁ ଏବଂ ଯଥାଶୀଘ୍ର ଦଣ୍ଡ ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+