Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରେ ହୃଦୟ ବିଦାରକ ଘଟଣା, ଛାତ୍ରୀଙ୍କୁ ମାଡ ମାରି ପ୍ରଥମ ମହଲାରୁ ଫିଙ୍ଗି ଦେଲେ ଶିକ୍ଷୟତ୍ରୀ

କରୋଲ ବାଗସ୍ଥିତ ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ପ୍ରଥମ ମହଲାରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଠେଲି ଦେଇଛନ୍ତି । ନାବାଳିକାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି ।

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ପାଠ ପଢିବାକୁ ଆସୁଥିବା କୁନି କୁନି ପିଲାଙ୍କ ପ୍ରତି ଶିକ୍ଷୟତ୍ରୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଏପରିକି ଶିକ୍ଷୟତ୍ରୀ ଜଣକ ଜଣେ ଛାତ୍ରୀଙ୍କୁ ମାରି ମାରି ବାଲକୋନୀରୁ ତଳକୁ ପକାଇ ଦେଇଛନ୍ତି ।

delhi

କରୋଲ ବାଗସ୍ଥିତ ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ପ୍ରଥମ ମହଲାରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଠେଲି ଦେଇଛନ୍ତି । ନାବାଳିକାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି । ଛାତ୍ରୀ ବନ୍ଦନା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଶିକ୍ଷୟତ୍ରୀ ଗୀତାଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ପୋଲିସକୁ କହିଥିଲେ ଯେ ବାଳିକା ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଙ୍କୁ ମାଡ ମାରିବା ଘଟଣା ସାଧାରଣ କଥା । ଶିକ୍ଷୟତ୍ରୀ ଜଣକ ପ୍ରଥମେ ଛାତ୍ରୀ ବନ୍ଦନାଙ୍କୁ ମାଡ଼ ମାରିଥିଲେ, ପରେ ତାଙ୍କୁ ବାଲକୋନୀରୁ ତଳକୁ ଧକ୍କା ଦେଇଥିଲେ ।

ଦିଲ୍ଲୀ ପୋଲିସ କହିଛି ଯେ ମଡେଲ ବସ୍ତିର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତା ଦେଶୱାଲ ଜଣେ 5ମ ଶ୍ରେଣୀ ଛାତ୍ରୀଙ୍କୁ କଇଚିରେ ମାରିବା ସହ ପ୍ରଥମ ମହଲାରୁ ତଳକୁ ଠେଲି ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ବିବୃତ୍ତିରେ ଆଇପିସିର ଧାରା 307 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

ଦିଲ୍ଲୀ ପୋଲିସର ଡିସିପି ଶ୍ୱେତା ଚୌହାନ କହିଛନ୍ତି ଯେ ମଡେଲ ବସ୍ତିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଜଣେ ଛାତ୍ରୀଙ୍କୁ ମାରିବା ସହ ସ୍କୁଲର ପ୍ରଥମ ମହଲାରୁ ଠେଲି ଦେଇଥିଲେ । ଆମେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ମୁଁ ବିଦ୍ୟାଳୟକୁ ସର୍ଭେ କରିବାକୁ ଆସିଥିଲି । ଶିଶୁ ବର୍ତ୍ତମାନ ସୁରକ୍ଷିତ ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+