ଅତିକ୍ ର ପତ୍ନୀ ଶାଇସ୍ତାକୁ ଲୁଚାଇ ରଖିଛି ଲେଡି ଡନ୍ 'ମୁଣ୍ଡି ପାସି', ଛାଇ ଭଳି ରହି ସୁରକ୍ଷା ଦେଉଛି ବନ୍ଧୁକଧାରୀ ଏହତେସାମ

ଡନ୍ ବ୍ରଦର୍ସ ଅତିକ୍ ଅହମ୍ମଦ ଏବଂ ଅଶରଫଙ୍କୁ ହତ୍ୟା କରାଯାଇଛି । କିନ୍ତୁ, ଅତିକ୍ ର ପତ୍ନୀ ଶାଇସ୍ତା ପରବୀନ ଦୀର୍ଘ ସମୟ ଧରି ଫେରାର ଅଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ତେବେ ପୋଲିସ ହାତରେ ଲାଗପିରୁନି ଶାଇସ୍ତା ।
ଏଥି ସହିତ, ବର୍ତ୍ତମାନ ପୋଲିସ ଶାଇସ୍ତା ପରବୀନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଇନପୁଟ ପାଇଛି । ପୋଲିସ ଜାଣିବାକୁ ପାଇଛି ଯେ ଉମେଶ ପାଲ ହତ୍ୟା ମାମଲା ପୂର୍ବରୁ ଏବଂ ପରେ ଶାଇସ୍ତା ଲେଡି ଡନ୍ ମୁଣ୍ଡି ପାସିକୁ ଭେଟିଥିଲା । ଉଭୟ ଶାଇସ୍ତା ଏବଂ ମୁଣ୍ଡି ପାସିକୁ ଅନେକ ଥର ଏକାଠି ଦେଖାଯାଇଥିଲା ।
ଏହି ସମୟରେ ଅତିକ୍ ଅହମ୍ମଦର ଗନ୍ ମ୍ୟାନ୍ ଏହତେସାମ୍ ମଧ୍ୟ ତାଙ୍କ ସହ ଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅତିକ୍ ର ଏହି ଗନ୍ ମ୍ୟାନ୍ ଏହତେସାମ୍ ଏବଂ ମୁଣ୍ଡି ପାସି ପ୍ରତ୍ୟେକ ମୁହୂର୍ତ୍ତରଖବର ଶାଅସ୍ତାକୁ ଦେଉଛନ୍ତି । କେବଳ ଏତିକି ନୁହେଁ, ଉଭୟ ମଧ୍ୟ ଶାଇସ୍ତାକୁ ଲୁଚିବାରେ ସାହାଯ୍ୟ କରୁଛନ୍ତି ।
ଶାଇସ୍ତା ସହ ୟୁପି ଏସଟିଏଫ ଏବଂ ପ୍ରୟାଗ ପୋଲିସ ଏବେ ମୁଣ୍ଡି ପାସି ପାଇଁ ସଜାଗ ରହିଛନ୍ତି । ପୋଲିସର ସୂଚନାନୁସାରେ, ମୁଣ୍ଡି ପାସି ଶାଇସ୍ତାକୁ ଖସିଯିବାକୁ ସାହାଯ୍ୟ କରିଥିଲା ।
ଆପଣଙ୍କୁ କହି ରଖୁଛଉ ଲେଡି ଡନ୍ ମୁଣ୍ଡି ପାସି ଅପରାଧ ଦୁନିଆରେ ଏକ ଜଣାଶୁଣା ନାମ ପାଲଟିଯାଇଛି । ଧୁମଙ୍ଗଞ୍ଜ ପୋଲିସ୍ ଷ୍ଟେସନରେ ତା ନାଁ ରେ ଅନେକ ମାମଲା ରହିଛି । ଖବର ଅନୁଯାୟୀ, ମୁଣ୍ଡି ପାସି ନାଁ ରେ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ହତ୍ୟା, ନିର୍ଯାତନା ଭଳି ଅନେକ ଗୁରୁତର ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ, ଛୋଟା ରାଜନ ଗ୍ୟାଙ୍ଗର ସୁଟର ବାଚା ପାସି ଗ୍ୟାଙ୍ଗ ସହିତ ତା ନାଁ ମଧ୍ୟ ଆସିଛି ।












Click it and Unblock the Notifications