ରାଜଧାନୀରେ ଲେଡି ବ୍ଲାକ୍ ମେଲର...ହନିଟ୍ରାପରେ ଫସାଇ କରୁଥିଲେ ଟଙ୍କା ଆଦାୟ
ଭୁବନେଶ୍ୱର: ଲେଡି ଡନ୍ ର ହନିଟ୍ରାପ୍ କାରନାମା । ଟୋକା ଠାରୁ ବୁଢା, ଛାତ୍ର ଠାରୁ ଚାକିରିଆ ସମସ୍ତେ ଥିଲେ ତା ନଜରରେ । କେତେବେଳେ କାହାର ଗର୍ଲଫ୍ରେଣ୍ଡ ହେଉଥିଲା ତ କେତେବେଳେ ଭାଉଜ । ସ୍ୱାମୀ ଘରେ ନାହାଁନ୍ତି, ଆଜି ଘରକୁ ଆସ କହି ଡାକୁଥିଲା । ଯଦି କିଏ ଫସିଗଲେ ତେବେ ତା ଖେଳ ତମାମ । ସ୍ୱାମୀ ଏବଂ ଅନ୍ୟ ଦୁଇ ଜଣଙ୍କ ସହଯୋଗରେ ମାଡ଼ ମାରିବା ସହ ଟଙ୍କା, ମୋବାଇଲ୍ ଲୁଟି ନେଉଥିଲେ । ଏପରିକି ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲ୍ ମଧ୍ୟ କରୁଥିଲେ ।

ଚୋର ଘର ବେଶୀ ଦିନ ଅନ୍ଧାର ନୁହଁ ଭଳି ଜଣେ ଡାକ୍ତରଙ୍କ ମାମଲାରେ ସବୁ କଳା କାରନାମାର ପର୍ଦ୍ଦାଫାସ୍ ହୋଇଛି । ଏହା ପରେ ଲେଡି ଡନ୍ ଇରାନୀକୁ କାବୁ କରିଛି କମିଶନରେଟ୍ ପୋଲିସ୍ । ଲେଡି ଡନର ରାକେଟ୍ ପର୍ଦ୍ଦାଫାଶ୍ ହେବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।
ଜଣେ ଡାକ୍ତରଙ୍କୁ ଚିକିତ୍ସା ବାହାନାରେ ଘରକୁ ଡାକି ଅପହରଣ କରିବା ପରେ ହନିଟ୍ରାପରେ ଫଶାଇ ଦେଇଥିଲା ଲେଡି ଡନ୍ ଇରାନୀ । ଏଥିରେ ସାଥ୍ ଦେଇଥିଲେ ଲେଡି ଡନର ସ୍ୱାମୀ ଓ ଦୁଇ ସହଯୋଗୀ । ହନିଟ୍ରାପ୍ ଭୟ ଦେଖାଇ 1 ଲକ୍ଷ ଟଙ୍କା ସହ 9 ଲକ୍ଷର ଚେକ୍ ନେଇଥିଲେ ।
ପୋଲିସ ହାତରେ ଧରା ପଡ଼ିଥିବା ଏ କଳା କାରନାମାର କାର୍ପଟଦାର ହେଉଛନ୍ତି ତମାଣ୍ଡୋ ନରଗଦା ସିଟିହୋମ୍ ଅଞ୍ଚଳର ନିଶିକାନ୍ତ ପାତ୍ର ଓରଫ ବାପି, ତାଙ୍କ ପତ୍ନୀ ଇରାନୀ ପାତ୍ର, ସିଜୁପୁଟର ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ ଏବଂ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା । ସେମାନଙ୍କ ନିକଟରୁ ପୋଲିସ 30 ହଜାର ଟଙ୍କା, 9ଲକ୍ଷ ଟଙ୍କାର ଏକ ଚେକ୍, ଛୁରି ଓ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ।
ଡାକ୍ତରଙ୍କୁ ଫସାଇ ନିଜେ ଫସିଗଲା
ପୋଲିସ୍ ଅନୁସାରେ, ଭୁବନେଶ୍ୱରରେ ରହୁଥିବା ଜଣେ ମେଡ଼ିକାଲ ଅଫିସର ଯାଜପୁର ମଧୁବନ ସିଏଚସିରେ ଥିବା ବେଳେ ତାଙ୍କର ଇରାନୀଙ୍କ ସହ ସାକ୍ଷାତ ହୋଇଥିଲା । ଜଣେ ରୋଗୀ ହିସାବରେ ଡାକ୍ତର ଇରାନୀଙ୍କୁ ଚିକିତ୍ସା କରିଥିଲେ । ଇରାନୀ ସେବେଠାରୁ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିବା ସହ ତାଙ୍କ ମୋବାଇଲ ନମ୍ବରକୁ ବେଳେବେଳେ ଯୋଗାଯୋଗ କରୁଥିଲେ । ଭୁବନେଶ୍ୱର ଆସି ଡାକ୍ତରଙ୍କଠାରୁ ସାମ୍ପୁଲ ମେଡ଼ିସିନ ମଧ୍ୟ ନେଉଥିଲେ । ହେଲେ 8 ତାରିଖରେ ଇରାନୀ ଡାକ୍ତରଙ୍କୁ ଫୋନ କରି ବାପାଙ୍କ ଦେହ ଖରାପ ଅଛି, ତୁରନ୍ତ ଆସିବାକୁ କହିଥିଲେ । ଲେଡି ଡନ କଥାକୁ ବିଶ୍ୱାସ କରି ନାରଗୋଦାରେ ଥିବା ଭଡ଼ାଘରେ ପହଞ୍ଚିଥିଲେ ଡାକ୍ତର ।
ଚିକିତ୍ସା ପାଇଁ ଡାକ୍ତର ଘରେ ପହଞ୍ଚିବା ମାତ୍ରେ ଇରାନୀ ତାଙ୍କୁ କୁଣ୍ଢାଇ ଧରିଥିଲେ । ଆଉ ଜୋର ଜୋରରେ ପାଟି କରିଥିଲେ । ପୂର୍ବରୁ ଯୋଜନା ମୁତାବକ ତାର ସ୍ୱାମୀ ଓ ଦୁଇ ସହଯୋଗୀ କବାଟ ବନ୍ଦ କରି ଦେଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ଡାକ୍ତରଙ୍କ ଗାଡ଼ି ଚାବି, ମୋବାଇଲ ଓ ସୁନା ବ୍ରେସଲେଟ୍ ଛଡ଼ାଇ ନେଇଥିଲେ । ଇରାନୀ ଡାକ୍ତରଙ୍କୁ ଅସଦାଚରଣ ଭୟ ଦେଖାଇ 25 ଲକ୍ଷ ଟଙ୍କା ମୁଣ୍ଡଜାମିନ ମାଗିଥିଲେ । ଭୟରେ ଡାକ୍ତର ଜଣକ 10 ଲକ୍ଷ ଦେବା ପାଇଁ ରାଜି ହୋଇଥିଲେ । 1 ଲକ୍ଷ ଟଙ୍କା ଫୋନପେ'ରେ ନେଇଥିବା ବେଳେ 9 ଲକ୍ଷ ଟଙ୍କାର ଚେକ୍ ଛଡ଼ାଇ ନେଇଥିଲେ ।
ତଦନ୍ତରୁ ଜଣାପଡ଼ିଛି ଇରାନୀ ହନିଟ୍ରାପ ଜରିଆରେ ଅନେକ ବଡ଼ ଲୋକଙ୍କୁ ଫସାଇଛି । ସୁନ୍ଦର ଚେହରା ଓ ଚାଲାକ୍ ବୁଦ୍ଧି ବଳରେ ବଡ଼ ବଡ଼ିଆଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲୁଟ୍ କରିଥିବା ଜଣାପଡ଼ିଛି । ପୂର୍ବରୁ କଳିଙ୍ଗ ନଗରରେ ଜଣେ ବ୍ୟବସାୟୀ ଇରାନୀ ଫାଶରେ ପଡ଼ିଯାଇଥିଲେ । ପରେ ଇରାନୀ ତାଙ୍କଠାରୁ ସେକ୍ସ ଆଳ ଦେଖାଇ 4 ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିପରି ଅନ୍ୟ ଜଣେ ବ୍ୟବସାୟୀଙ୍କଠାରୁ 5ଲକ୍ଷ ଟଙ୍କା ସମାନ ଢଙ୍ଗରେ ଲୁଟ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
ମୁଖ୍ୟତଃ ଫେସ୍ବୁକ୍ ମେସେଞ୍ଜର ଓ ଇନ୍ଷ୍ଟା ମାଧ୍ୟମରେ ଭଲ ଭଲ ପ୍ରୋଫାଇଲ୍ ଦେଖି ମେସେଜ୍ କରୁଥିଲା । ଯେଉଁ ଆଇଡିରୁ ଉତ୍ତର ମିଳୁଥିଲା, ଇରାନୀ ତାକୁ ଫସାଇବା ପାଇଁ ପୂରା ଲାଗି ପଡ଼ୁଥିଲା । ହ୍ୱାଟସଆପ୍ ନମ୍ବର ଆଣିବା ପରେ ଚାଟିଂ ମାଧ୍ୟମରେ ଘନିଷ୍ଠ ହୋଇ ମନ ଜିଣିବା ଭଳି ସୁନ୍ଦର ଅଭିନୟ ପାରୁଥିଲା । ସମ୍ପର୍କ ରଖିବା ପାଇଁ ଟାର୍ଗେଟରେ ଥିବା ଲୋକକୁ ଘରକୁ ଡ଼ାକୁଥିଲା । ଯିଏ ଥରେ ସେଠାକୁ ଆସୁଥିଲା, ଟଙ୍କା ନଦେଇ ଖସିବାର ବାଟ ପାଉ ନଥିଲା ।
ଯାତ୍ରା କଳାକାରରୁ ହନିଟ୍ରାପ୍
ତଦନ୍ତ ରୁ ଜଣା ପଡିଛି ଯେ ଇରାନୀ ଜଣେ ଯାତ୍ରା କଳାକାର । ସେ ଯାତ୍ରାରେ ଅଭିନୟକରି ରୋଜଗାର କରୁଥିଲା । ହେଲେ ସମୟ କ୍ରମେ ଲୋଭରେ ପଡ଼ି ରାତାରାତି ଧନୀ ହେବାର ସ୍ୱପ୍ନ ଘାରିଥିଲା । ଆଉ ଏଥିପାଇଁ ଯାତ୍ରାପାର୍ଟି ଛାଡ଼ି ଲୋକଙ୍କୁ ଫସାଇ ଟଙ୍କା ରୋଜଗାରର ବାଟ ବାଛିଥିଲା । ଯାତ୍ରାରେ କରୁଥିବା ଅଭିନୟ ରିଅଲ୍ ଲାଇଫରେ କାମରେ ଲଗାଇ ଲୋକଙ୍କୁ ଫସାଇ ଟଙ୍କା ରୋଜଗାର କରୁଥିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications