For Quick Alerts
Turn On Notification  
For Daily Alerts
Oneindia App Download

ବହୁ ଚର୍ଚ୍ଚିତ ନନ୍ ବଳାତ୍କାର ମାମଲା : ଅଭିଯୁକ୍ତ ଫ୍ରାଙ୍କୋ ମୁଲକ୍କଲଙ୍କୁ ଦୋଷମୁକ୍ତ କଲେ କୋର୍ଟ

କେରଳର ବହୁ ଚର୍ଚ୍ଚିଚ ନନ୍ ବଳାତ୍କାର ମାମଲାରେ ଶୁଣାଣି ବେଳେ ପୂର୍ବତନ ବିଶପ୍ ଫ୍ରାଙ୍କୋ ମୁଲକ୍କଲ୍ ଙ୍କୁ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

|

କୋଟାୟାମ : କେରଳର ବହୁ ଚର୍ଚ୍ଚିଚ ନନ୍ ବଳାତ୍କାର ମାମଲାରେ ଶୁଣାଣି ବେଳେ ପୂର୍ବତନ ବିଶପ୍ ଫ୍ରାଙ୍କୋ ମୁଲକ୍କଲ୍ ଙ୍କୁ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଜଜ୍ ଜି ଗୋପକୁମାର ଏହି ରାୟ ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ 2018 ମସିହାରେ, ଜୁନ୍ 28 ରେ ନନ୍ ପୋଲିସ୍ ନିକଟରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଜଲନ୍ଧରର ପୂର୍ବତନ ବିଶପ୍ ଫ୍ରାଙ୍କୋ ମୁଲକ୍କଲଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । 83 ଜଣ ସାକ୍ଷୀ ଏବଂ 30 ରୁ ଅଧିକ ପ୍ରମାଣ ଆଧାରରେ ଏହି ମାମଲାର ଶୁଣାଣି ହୋଇଥିଲା । ଅଭିଯୁକ୍ତ ପୂର୍ବତନ ବିଶପ୍ ଫ୍ରାଙ୍କୋ ମୁଲକ୍କଲଙ୍କୁ ସେପ୍ଟେମ୍ବର 21 ରେ 2018 ରେ ଗିରଫ କରାଯାଇଥିଲା । ଅପ୍ରେଲ 2019 ରେ, ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ତେବେ 40 ଦିନ ପରେ ସେ ଜାମିନ ପାଇଥିଲେ । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ବିଶପ୍ ଫ୍ରାଙ୍କୋ ମୁଲକ୍କଲ୍ ମିଥ୍ୟା ବୋଲି କହିଥିଲେ ।

mulakkal

ନନ୍ ଜଣକ ରୋମାନ୍ କ୍ୟାଥୋଲିକ୍ସର ଜଲନ୍ଦର ଡାୟୋସିସ୍ ର ତତ୍କାଳୀନ ପୁରୋହିତ ଫ୍ରାଙ୍କୋ ମୁଲକ୍କଲଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ଏହି ଚାର୍ଜସିଟରେ ସିରୋ ମାଲାବାର କ୍ୟାଥୋଲିକ ଚର୍ଚ୍ଚ, ମାର୍ ଜର୍ଜ ଆଲେଞ୍ଚେରି, ତିନି ଜଣ ବିଶପ୍, 11 ପୁରୋହିତ ଏବଂ 22 ନନ୍ ଙ୍କ ନାମ ରହିଛି । ପୀଡିତା ତାଙ୍କ ଅଭିଯୋଗରେ ପୋଲିସକୁ କହିଥିଲେ ଯେ 2014 ରେ ହିମାଚଳ ପ୍ରଦେଶର ଏକ ଗେଷ୍ଟ ହାଉସରେ ଫ୍ରାଙ୍କୋ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ।

ନନ୍ ଅଭିଯୋଗ କରିଥିଲେ ଯେ ଦୁଇ ବର୍ଷ ମଧ୍ୟରେ ଅଭିଯୁକ୍ତ 14 ଥର ବଳାତ୍କାରର ଶିକାର ହୋଇଥଲେ । ତେବେ ତିନି ବର୍ଷ ପୂର୍ବେ ପୀଡିତା ନନ୍ ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହା ପରେ ମାମଲା ଆହୁରି ଗମ୍ଭୀର ହୋଇଥିଲା । ନନ୍ ପୋଲିସକୁ କହିଥିଲେ ଯେ ବିଶପ୍ 2015 ରୁ 2017 ପର୍ଯ୍ୟନ୍ତ ଚାଟ୍ ଏବଂ ଭିଡିଓ କଲ୍ କରୁଥିଲେ । ସେ ବିଶପ୍ ଙ୍କୁ ଭୟ କରୁଥିଲେ, ସେଥିପାଇଁ ଚୁପ୍ ରହିଥିଲେ । କେରଳର ନନ୍ ଯୌନ ଶୋଷଣ ମାମଲାରେ ଏସଆଇଟି ଫ୍ରାଙ୍କୋ ମୁଲକ୍କଲଙ୍କୁ ଯାଞ୍ଚ କରିଥିଲା । ଏହି ଟିମ୍ କୋର୍ଟରେ 80 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ । ଏଥିରେ 83 ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । ଏହା ସହିତ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ଡାକ୍ତରୀ ପରୀକ୍ଷା ପ୍ରମାଣ ଭାବରେ ଦାଖଲ କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
kottayam nun rape case franco mulakkal acquits
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X