Get Updates
Get notified of breaking news, exclusive insights, and must-see stories!

କଞ୍ଜାୱାଲା ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ, ଜଣେ ବାଳକ ସହିତ ସ୍କୁଟିରେ ଥିଲେ ଅଞ୍ଜଳି ଏବଂ ନିଧି

ଫୁଟେଜ୍ ଡିସେମ୍ବର 31 ତାରିଖ ସନ୍ଧ୍ୟା ପ୍ରାୟ 7.30 ଟା ସମୟର ବୋଲି କୁହାଯାଉଛି । ଏହି ସିସିଟିଭି ଭିଡିଓରେ କଞ୍ଜାୱାଲା ଦୁର୍ଘଟଣାର ଶିକାର ହୋଇଥିବା ଅଞ୍ଜଳି ସିଂହ ଏବଂ ତାଙ୍କ ବନ୍ଧୁ ନିଧିଙ୍କୁ ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ: ଦିଲ୍ଲୀର କଞ୍ଜାୱାଲା ମାମଲା ଏପର୍ଯ୍ୟନ୍ତ ତୁଟିନାହିଁ । ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । ପ୍ରତିଦିନ କିଛି ନା କିଛି ନୂଆ ସିସିଟିଭି ଭିଡିଓ ସାମ୍ନାକୁ ଆସୁଛି । ଏହା ସହିତ ବାରମ୍ବାର ବୟାନ ବଦଳାଉଛନ୍ତି ଅଭିଯୁକ୍ତ ।

ଏ ସବୁ ମଧ୍ୟରେ କଞ୍ଜାୱାଲା ମାମଲାରେ ଶୁକ୍ରବାର ଦିନ ଅନ୍ୟ ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଏହି ଫୁଟେଜ୍ ଡିସେମ୍ବର 31 ତାରିଖ ସନ୍ଧ୍ୟା ପ୍ରାୟ 7.30 ଟା ସମୟର ବୋଲି କୁହାଯାଉଛି । ଏହି ସିସିଟିଭି ଭିଡିଓରେ କଞ୍ଜାୱାଲା ଦୁର୍ଘଟଣାର ଶିକାର ହୋଇଥିବା ଅଞ୍ଜଳି ସିଂହ ଏବଂ ତାଙ୍କ ବନ୍ଧୁ ନିଧିଙ୍କୁ ଦେଖିବାକୁ ମିଳିଛି । ସ୍କୁଟିରେ ଉଭୟ ଜଣେ ଯୁବକଙ୍କ ସହ ବସିଥିବାର ଦେଖିବାକୁ ମିଳିଛି ।

delhi case

ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଞ୍ଜଳି ଏବଂ ନିଧି ପ୍ରଥମେ ସ୍କୁଟିରୁ ଓହ୍ଲାଉଛନ୍ତି । ତା'ପରେ ନିଧି ଏକ ଗଳଇ ଭିତରକୁ ଯାଉଛନ୍ତି । ତା'ପରେ ଅଞ୍ଜଳି ରାସ୍ତାରେ ଠିଆ ହୋଇ ଯୁବକଙ୍କ ସହିତ କିଛି ସମୟ କଥା ହେବା ପରେ ସେ ମଧ୍ୟ ସେହି ଗଳି ରାସ୍ତାରେ ଯାଉଛନ୍ତି । ଏହା ପରେ ସେହି ଯୁବକ ଜଣକ ସ୍କୁଟି ନେଇ ସେଠାରୁ ପଳାଇଛନ୍ତି ।

ଅପରପକ୍ଷରେ ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ଆଜି ଅଞ୍ଜଳିଙ୍କ ବନ୍ଧୁ ନିଧିଙ୍କୁ ତାଙ୍କ ଘରୁ ନେଇଯାଇଛି । ଏହା ବ୍ୟତୀତ ଜଣେ ଯୁବକଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଡକାଯାଇଛି । କୁହାଯାଉଛି ଯେ ସେ ନିଧିଙ୍କ ବନ୍ଧୁ । ତେବେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଦିଲ୍ଲୀ ପୋଲିସ ନିଧିଙ୍କୁ ଗିରଫ କରିଛି । ଏହା ପରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ନିଧିଙ୍କୁ ଗିରଫ କରିନାହାଁନ୍ତି ବରଂ ତାଙ୍କୁ ପଚରାଉଚରା ପାଇଁ ନେଇଛନ୍ତି ।

କଞ୍ଜାୱାଲା ମାମଲାରେ ପୋଲିସ କହିଛି ଯେ ଅଭିଯୁକ୍ତ ପାଞ୍ଚ ନୁହେଁ ବରଂ 7 ଜଣ । ସିସିଟିଭି ଆଧାରରେ ଦିଲ୍ଲୀ ପୋଲିସ ଆଉ ଦୁଇ ଜଣଙ୍କୁ ପାଇଛି । ଅନ୍ୟ ଦୁଇ ଅଭିଯୁକ୍ତ, କାରର ମାଲିକ ଅଶୁତୋଷ ଏବଂ ଜଣେ ଅଭିଯୁକ୍ତର ବନ୍ଧୁ ସତ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ ଏବଂ ଅପରାଧୀଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ଏହି ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷକୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+