For Quick Alerts
Turn On Notification  
For Daily Alerts
Oneindia App Download

କଞ୍ଜାୱାଲା ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ, ଜଣେ ବାଳକ ସହିତ ସ୍କୁଟିରେ ଥିଲେ ଅଞ୍ଜଳି ଏବଂ ନିଧି

ଫୁଟେଜ୍ ଡିସେମ୍ବର 31 ତାରିଖ ସନ୍ଧ୍ୟା ପ୍ରାୟ 7.30 ଟା ସମୟର ବୋଲି କୁହାଯାଉଛି । ଏହି ସିସିଟିଭି ଭିଡିଓରେ କଞ୍ଜାୱାଲା ଦୁର୍ଘଟଣାର ଶିକାର ହୋଇଥିବା ଅଞ୍ଜଳି ସିଂହ ଏବଂ ତାଙ୍କ ବନ୍ଧୁ ନିଧିଙ୍କୁ ଦେଖିବାକୁ ମିଳିଛି ।

|

ନୂଆଦିଲ୍ଲୀ: ଦିଲ୍ଲୀର କଞ୍ଜାୱାଲା ମାମଲା ଏପର୍ଯ୍ୟନ୍ତ ତୁଟିନାହିଁ । ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । ପ୍ରତିଦିନ କିଛି ନା କିଛି ନୂଆ ସିସିଟିଭି ଭିଡିଓ ସାମ୍ନାକୁ ଆସୁଛି । ଏହା ସହିତ ବାରମ୍ବାର ବୟାନ ବଦଳାଉଛନ୍ତି ଅଭିଯୁକ୍ତ ।

ଏ ସବୁ ମଧ୍ୟରେ କଞ୍ଜାୱାଲା ମାମଲାରେ ଶୁକ୍ରବାର ଦିନ ଅନ୍ୟ ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଏହି ଫୁଟେଜ୍ ଡିସେମ୍ବର 31 ତାରିଖ ସନ୍ଧ୍ୟା ପ୍ରାୟ 7.30 ଟା ସମୟର ବୋଲି କୁହାଯାଉଛି । ଏହି ସିସିଟିଭି ଭିଡିଓରେ କଞ୍ଜାୱାଲା ଦୁର୍ଘଟଣାର ଶିକାର ହୋଇଥିବା ଅଞ୍ଜଳି ସିଂହ ଏବଂ ତାଙ୍କ ବନ୍ଧୁ ନିଧିଙ୍କୁ ଦେଖିବାକୁ ମିଳିଛି । ସ୍କୁଟିରେ ଉଭୟ ଜଣେ ଯୁବକଙ୍କ ସହ ବସିଥିବାର ଦେଖିବାକୁ ମିଳିଛି ।

delhi case

ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଞ୍ଜଳି ଏବଂ ନିଧି ପ୍ରଥମେ ସ୍କୁଟିରୁ ଓହ୍ଲାଉଛନ୍ତି । ତା'ପରେ ନିଧି ଏକ ଗଳଇ ଭିତରକୁ ଯାଉଛନ୍ତି । ତା'ପରେ ଅଞ୍ଜଳି ରାସ୍ତାରେ ଠିଆ ହୋଇ ଯୁବକଙ୍କ ସହିତ କିଛି ସମୟ କଥା ହେବା ପରେ ସେ ମଧ୍ୟ ସେହି ଗଳି ରାସ୍ତାରେ ଯାଉଛନ୍ତି । ଏହା ପରେ ସେହି ଯୁବକ ଜଣକ ସ୍କୁଟି ନେଇ ସେଠାରୁ ପଳାଇଛନ୍ତି ।

ଅପରପକ୍ଷରେ ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ଆଜି ଅଞ୍ଜଳିଙ୍କ ବନ୍ଧୁ ନିଧିଙ୍କୁ ତାଙ୍କ ଘରୁ ନେଇଯାଇଛି । ଏହା ବ୍ୟତୀତ ଜଣେ ଯୁବକଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଡକାଯାଇଛି । କୁହାଯାଉଛି ଯେ ସେ ନିଧିଙ୍କ ବନ୍ଧୁ । ତେବେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଦିଲ୍ଲୀ ପୋଲିସ ନିଧିଙ୍କୁ ଗିରଫ କରିଛି । ଏହା ପରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ନିଧିଙ୍କୁ ଗିରଫ କରିନାହାଁନ୍ତି ବରଂ ତାଙ୍କୁ ପଚରାଉଚରା ପାଇଁ ନେଇଛନ୍ତି ।

କଞ୍ଜାୱାଲା ମାମଲାରେ ପୋଲିସ କହିଛି ଯେ ଅଭିଯୁକ୍ତ ପାଞ୍ଚ ନୁହେଁ ବରଂ 7 ଜଣ । ସିସିଟିଭି ଆଧାରରେ ଦିଲ୍ଲୀ ପୋଲିସ ଆଉ ଦୁଇ ଜଣଙ୍କୁ ପାଇଛି । ଅନ୍ୟ ଦୁଇ ଅଭିଯୁକ୍ତ, କାରର ମାଲିକ ଅଶୁତୋଷ ଏବଂ ଜଣେ ଅଭିଯୁକ୍ତର ବନ୍ଧୁ ସତ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ ଏବଂ ଅପରାଧୀଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ଏହି ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷକୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kanjhawala Case: New CCTV Video Shows Anjali And Nidhi With A Boy
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X