Get Updates
Get notified of breaking news, exclusive insights, and must-see stories!

ଲଜ୍ଜା ! ଖାକିରେ ଯୌନ ଛିଟା; ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ଏସ୍ଆଇ ଓ ହୋମଗାର୍ଡ

ମୟୁରଭଞ୍ଜ: ଖାକିରେ ଯୌନ ଛିଟା । ରକ୍ଷକ ସାଜିଲା ଭକ୍ଷକ । ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଏଏସ୍‌ଆଇ ଓ ହୋମଗାର୍ଡ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଚ ଜିଲ୍ଲାରେ ।

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜାମଦା ଥାନା ଏଏସ୍ଆଇ ଆନନ୍ଦ ମାଝୀ ଓ ହୋମ୍‌ଗାର୍ଡ ଦେବାନନ୍ଦ ପାତ୍ର । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

shame

ସୂଚନା ଅନୁସାରେ ନାବାଳିକା ଜଣଙ୍କ ଏଏସ୍‌ଆଇ ଆନନ୍ଦ ମାଝୀଙ୍କ ସରକାରୀ ବାସଭବନରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ସେ 4 ବର୍ଷ ହେଲା ତାଙ୍କ ଘରେ କାମ କରୁଥିଲେ । ତେବେ ନିକଟରେ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ଏଏସ୍‌ଆଇ ଆନନ୍ଦ ମାଝୀ । ସେ ଏନେଇ ତାଙ୍କ ପିଉସୀଙ୍କୁ କହିଥିଲେ । ତାଙ୍କ ପିଉସୀଙ୍କ ଏତଲା କ୍ରମେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେହିପରି ଜାମଦା ଥାନାର ଜଣେ କାର୍ଯ୍ୟରତ ଗୃହରକ୍ଷୀ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଖବର ଅନୁସାରେ, ଜାମଦା ଥାନାର ଗୃହରକ୍ଷୀ ଦେବାନନ୍ଦ ପାତ୍ର ଗୁଣି ଗାରେଡି ମଧ୍ୟ କରନ୍ତି । ଜାମଦା ଅଞ୍ଚଳର ଜଣେ ବୃଦ୍ଧାଙ୍କ ଦେହ ଖରାପ ହୋଇଥିବାରୁ ତାଙ୍କୁ ଗୁଣିଆ ତଥା ଗୃହରକ୍ଷୀ ଆନନ୍ଦଙ୍କ ପାଖକୁ ନେଇଥିଲେ । ଗୃହରକ୍ଷୀ ଆନନ୍ଦ କହିଲେ ଯେ ଜଣେ କୁଆଁରୀ କନ୍ୟା (ନାବାଳିକା) ରାତ୍ରିରେ ଏକ ନିଛାଟିଆ ଜାଗାରେ ଦ୍ୱୀପ ଜାଳିଲେ ବୃଦ୍ଧା ଜଣକ ସୁସ୍ଥ ହୋଇଯିବେ । ବୃଦ୍ଧାଙ୍କ ଜଣେ ନାବାଳିକା ନାତୁଣୀ ଥିଲେ । ସେ ଦ୍ୱୀପ ଜାଳିବେ ବୋଲି ମନସ୍ଥ କଲେ । ରାତିରେ ଦ୍ୱୀପ ଜାଳିବା ସମୟରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକା ଜଣକ ତାଙ୍କ ମାମୁଁଙ୍କୁ ଜଣାଇବା ପରେ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଦେବାନନ୍ଦ ପାତ୍ରଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି । ଏନେଇ ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗୃହରକ୍ଷୀଙ୍କୁ କୋର୍ଟ ଚାଲାଣ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+