Get Updates
Get notified of breaking news, exclusive insights, and must-see stories!

ଇରାନୀ ହନିଟ୍ରାପ୍: ଖୋଲିବ ଭିତିର କଥା... ରିମାଣ୍ଡରେ ଯିବ ସ୍ୱାମୀ ନିଶିକାନ୍ତ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପରେ ଇରାନୀ ହନିଟ୍ରାପ୍ ମାମଲା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହାର ଗୁମର କଥା ଜାଣିବାକୁ ଚେଷ୍ଟା ଚଲାଇଛି ପୋଲିସ୍ । ଏହି କ୍ରମରେ ହନିଟ୍ରାପ୍ କୁଇନ୍ ଇରାନୀ ପାତ୍ରଙ୍କ ସ୍ୱାମୀ ନିଶାକାନ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ୍ । 5 ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍ ର ଭିତିରି ଗୁମର । ଏହା ପରେ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ ।

Irani Honey trap case

ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ 3 ଟି ମାମଲା ରୁଜୁ ହୋଇଛି । 3 ଜଣଙ୍କ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗୋଡ଼ର ଜଣେ ଗ୍ରୋସରୀ ବ୍ୟବସାୟୀ ଅଛନ୍ତି । ଇରାନୀ ଓ ତାଙ୍କ ସ୍ୱାମୀର ସିଡିଆର ଆନାଲିସିସ୍ କରୁଛି ପୋଲିସ । ଏପରିକି ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫୋରେନସିକ୍ ଲ୍ୟାବ୍‌କୁ ପଠାଇଛି ପୋଲିସ ।

ଡାକ୍ତର ପରେ ଅନ୍ୟ 3 ଜଣକୁ ଫସାଇବାକୁ ଥିଲା ଯୋଜନା । କଳିଙ୍ଗନଗରର ଜଣେ ବ୍ୟବସାୟୀଙ୍କୁ 3 ଲକ୍ଷ ଟଙ୍କା ଲୁଟିଛନ୍ତି । ଲୋକଲଜ୍ଜା ଭୟରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିନାହାନ୍ତି । ସାରା ରାଜ୍ୟରେ ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି । ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।

ପ୍ରତିଷ୍ଠିତ ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସବୁ କଥା ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛି ପୋଲିସ୍ । ପୂର୍ବରୁ ଚିକିତ୍ସା ବାହାନାରେ ହାନିଟ୍ରାପ୍ ଘଟଣାରେ ଲେଡି ଡନ୍ ଇରାନୀ ଓ 3 ସହଯୋଗୀ ଗିରଫ ହୋଇଛନ୍ତି । ଡାକ୍ତରଙ୍କୁ ବ୍ଲାକମେଲ୍ କରିବା ବେଳେ ବେଳେ ତମାଣ୍ଡୋ ପୋଲିସ ବାନ୍ଧିଥିଲା ।

ଏପରିକି ନିଜ ବଡ଼ବାପାଙ୍କୁ ମଧ୍ୟ ଛାଡ଼ି ନଥିଲେ ଇରାନୀ । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ 7 ମାସ ତଳେ ଯାଜପୁର ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାକାର ପୋଲିସଙ୍କୁ ଏକ ହ୍ୱାଟସ୍‌ଆପ୍‌ ଚାର୍ଟ ଦେଖାଇଥିଲେ । ସେଥିରେ ଜଣେ ବୟସ୍କ ବ୍ୟକ୍ତି ଇରାନୀଙ୍କ କିଛି ଉଲଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ । ଏହାକୁ ଢାଲ କରି ବୟସ୍କ ବ୍ୟକ୍ତିଜଣଙ୍କ ସେକ୍ସ ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଚାର୍ଟରେ ଉଲ୍ଲେଖ ଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଇରାନୀଙ୍କ ବଡ଼ବାପା ବୋଲି ଜାଣିବା ପରେ ପୋଲିସର ହୋସ୍‌ ଉଡିଯାଇଥିଲା ।

ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+