ରାତି ଅଧରେ ଆତଙ୍କ ଖେଳାଉଥିଲେ ଚଡ଼ି ଗ୍ୟାଙ୍ଗ୍, ପୋଲିସ୍ କବଜାରେ 11 ଆନ୍ତଃରାଜ୍ୟ ଲୁଟେରା
ଭୁବନେଶ୍ୱର: ପ୍ରାୟ ବର୍ଷେ ଧରି ରାତିର ଅନ୍ଧକାରକୁ କରିଥିଲେ ଅସ୍ତ୍ର । ଚଡ଼ି, ଗଞ୍ଜି ପିନ୍ଧି ରାତି ଅଧରେ ଘରେ ପଶୁଥିଲେ । ଘରସାରା କଳାକନା ବୁଲାଇବା ପରେ ଅତି ଚାଲାକ୍ ସହ ଶ୍ରମିକ ବେଶରେ ବାହାରକୁ ଆସୁଥିଲେ । ଅନେକ ଦିନ ଧପି ପୋଲିସକୁ ନାକେଦମ କରି ରଖିଥିବା ଚଡ଼ି ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାସ୍ । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ସ୍ପେଶାଲ ସ୍କ୍ୱାଡ ହାତରେ ବନ୍ଧା ପଡ଼ିଛନ୍ତି 11 ଜଣ ଆନ୍ତଃରାଜ୍ୟ ଲୁଟେରା ।

ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅନେକ ଚୋରିରେ ସାମିଲ୍ ଥିଲା ଏହି ଗ୍ୟାଙ୍ଗ ।
ପୋଲିସର ସୂଚନା ଅନୁସାରେ, ଏହି ଲୁଟେରାମାନେ ଲୁଟ୍ କରିବା ପାଇଁ ଚଡ଼ି, ଗଞ୍ଜି ପିନ୍ଧି ଯାଉଥିଲେ । କାରଣ ସେମାନେ କଣ ପିନ୍ଧିଥିଲେ କେହି ଜାଣି ପାରିବେନି ବା ମନେ ରଖି ପାରିବେନି । ଗୋଟେ ରାତିରେ ଦୁଇରୁ ତିନୋଟି ଘରକୁ କରୁଥିଲେ ଟାର୍ଗେଟ୍ । ଦିନ ବେଳା ଘର ଉପରେ ନଜର ରଖିବା ସହ ରାତିରେ ବୁଲାଉଥିଲେ କଳାକନା । ଲୁଟେରା ମୋବାଇଲ୍ ଓ କୌଣସି ଗାଡ଼ି ବ୍ୟବହାର କରୁ ନଥିଲେ । ଅଟୋ କିମ୍ବା ଟ୍ରେନରେ ଯାତ୍ରା କରି ବିଭିନ୍ନ ସ୍ଥାନକୁ ଯାଆନ୍ତି ଓ ଘରେ ପଶି ଲୁଟ କରନ୍ତି । ଚୋରି ପରେ ସେହି ସାମଗ୍ରୀକୁ ପିନ୍ଧି ବାହାରୁଥିଲେ ।
ଘରେ କିଏ ଥାଉ କି ନଥାଉ, ତା ପ୍ରତି ନଥିଲା ନିଘା । ସେମାନଙ୍କ ଟାର୍ଗେଟ୍ ଥିଲା ଲୁଟ୍ । ଲୋକ ଶୋଇଥିବା ବେଳେ ଶୋଇବା ରୁମ ଆଗ ଲକ କରନ୍ତି, ତା ପରେ ଅନ୍ୟ ରୁମରେ ଲୁଟ କରନ୍ତି । ରାସ୍ତା କଡ଼ ଘର କିମ୍ବା ରେଳ ଲାଇନ କଡ଼ ଘରକୁ ଟାର୍ଗେଟ କରନ୍ତି । ଘରର ଝରକା ଭାଙ୍ଗି ରାତି 2 ରୁ 4 ଟା ମଧ୍ୟରେ ଘର ଭିତରେ ପଶୁଥିଲେ ।
ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୋଲିସ ଏହି ଗ୍ୟାଙ୍ଗକୁ ଧରିଛନ୍ତି । ଧଉଳି ଅଞ୍ଚଳରୁ ଧରା ହୋଇଛନ୍ତି ଏହି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ କେତେକ ଘର ଭଙ୍ଗା ଜିନିଷ ଜବତ ହୋଇଛି । ସାରା ଭାରତରେ ଏହି ଆନ୍ତ ରାଜ୍ୟ ଲୁଟେରାମାନେ ଲୁଟ କରୁଛନ୍ତି । ଜାମସେଦପୁର ଓ ଦିଲ୍ଲୀରୁ ଲୋକ ଆସି ଲୁଟ ସାମଗ୍ରୀ ନିଅନ୍ତି । ରାଜସ୍ଥାନ, ଛତିଶଗଡ଼ ଓ ଝାରଖଣ୍ଡରୁ ଆସି ଏମାନେ ଏମିତି ଲୁଟ କରନ୍ତି । ରାଜଧାନୀର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଅନେକ ମାମଲା ରହିଥିବା ଜଣାପଡ଼ିଛି ।
ଗତ ରାତିରେ ଧଉଳି ଥାନା ପୋଲିସ ପାଟ୍ରୋଲିଂ କରିବା ବେଳେ ଦୟା ନଦୀ ନିକଟସ୍ଥ ତାରେକଶ୍ୱର ମନ୍ଦିର ନିକଟରୁ ପୋଲିସ ସେମାନଙ୍କୁ ଲୁଟ୍ ପୂର୍ବରୁ କାବୁ କରି ନେଇଛି । ଗ୍ରୁପର ସଦସ୍ୟ ହିନ୍ଦୀ କହୁଥିବା ବେଳେ ସେମାନେ କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ରହୁ ନଥିଲେ । ଭୁବନେଶ୍ୱର ରେଲୱେ ଷ୍ଟେସନ ସହ ଅନେକ ସମୟରେ ପୁରୀ ଓ କଟକ ରେଲୱେ ଷ୍ଟେସନରେ ରହୁଥିଲେ । ଦିନ ବେଳା ଶ୍ରମିକ ବେଶ ଧାରଣ କରି ରାତିରେ ଲୁଟ୍ କରୁଥିଲେ ।
ଏମାନଙ୍କ ବିରୋଧରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ 16ଟି ମାମଲା ରହିଛି । ଖୋର୍ଦ୍ଧା, ପୁରୀ ଓ ଭଦ୍ରକର ବିଭିନ୍ନ ଲୁଟରେ ଏମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।












Click it and Unblock the Notifications