ସିବିଆଇ ନିର୍ଦ୍ଦେଶକଙ୍କୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଚିଠି - ଶିୀନା ବୋରା ଜୀବିତ, କାଶ୍ମୀରରେ ମିଳିବେ
2012 ଶୀନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି ଯେ ଶିନା ଜୀବିତ ଅଛନ୍ତି । ତାଙ୍କ ଝିଅ ଶୀନା ବୋରା ଜୀବିତ ଥିବା ଦର୍ଶାଇ ମୁଖାର୍ଜୀ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି ।
ମୁମ୍ବାଇ : 2012 ଶୀନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି ଯେ ଶିନା ଜୀବିତ ଅଛନ୍ତି । ତାଙ୍କ ଝିଅ ଶୀନା ବୋରା ଜୀବିତ ଥିବା ଦର୍ଶାଇ ମୁଖାର୍ଜୀ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଯଦି ସିବିଆଇ ଶୀନାଙ୍କୁ ଖୋଜେ ତେବେ ସେ କାଶ୍ମୀରରେ ମିଳିବେ । ତାଙ୍କ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ଇନ୍ଦ୍ରାଣୀ ମୁଖାର୍ଜା 2015 ମସିହାରୁ ଜେଲରେ ଅଛନ୍ତି ।

ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଥିବା ପତ୍ରରେ ମୁଖାର୍ଜୀ ଲେଖିଛନ୍ତି ଯେ ସେ ନିକଟରେ ଜେଲରେ ଜଣେ ମହିଳାଙ୍କୁ ଭେଟିଥିଲେ, ମହିଳା ଜଣକ କାଶ୍ମୀରରେ ଶୀନା ବୋରାଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି । ଏଭଳି ପରିସ୍ଥିତିରେ ସିବିଆଇ କାଶ୍ମୀରରେ ଶୀନା ବୋରାଙ୍କୁ ଖୋଜିବା ଉଚିତ୍ । ଏହି ଚିଠି ବ୍ୟତୀତ ଇନ୍ଦ୍ରାଣୀ ମଧ୍ୟ ସିବିଆଇ କୋର୍ଟରେ ଏକ ଆବେଦନ କରିଛନ୍ତି, ଯାହା ଶୀଘ୍ର ଶୁଣାଣି ହେବାର ସମ୍ଭାବନା ରହିଛି ।
2015 ରେ ଶୀନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ମୁମ୍ବାଇର ଭାୟଖଲା ଜେଲରେ ରହିଥିଲେ । ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜାମିନ ପାଇଁ ଇନ୍ଦ୍ରାଣୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ।
24 ବର୍ଷୀୟ ଶୀନା ବୋରାଙ୍କୁ 24 ଅପ୍ରେଲ 2012 ରେ ହତ୍ୟା କରାଯାଇଥିଲା । 25 ଅପ୍ରେଲ 2015 ରେ ପେନ୍ ଖୋପଲି ରେ ଶୀନାଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା । ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମଭାର ରାୟଙ୍କୁ ଧରାଯିବା ପରେ ଶୀନା ବୋରା ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ଏହି ହତ୍ୟାକାଣ୍ଡରେ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ବିରୋଧେର ଅଭିଯୋଗ ହୋଇଥିଲା ।












Click it and Unblock the Notifications