ଉତ୍ତର ପ୍ରଦେଶରେ ହରିୟାଣା ଭଳି ଘଟଣା, ଟ୍ରକ୍ ଚଢାଇ ଆର୍ଟିଓ କନଷ୍ଟେବଳ ଏବଂ ଡ୍ରାଇଭରଙ୍କ ହତ୍ୟା
ମଙ୍ଗଳବାର ସକାଳେ ଏକ ଟ୍ରକ ଡ୍ରାଇଭର ଆସିଷ୍ଟାଣ୍ଟ ଡିଭିଜନାଲ ଟ୍ରାନ୍ସପୋର୍ଟ ଅଫିସର (ଆର୍ଟିଓ) କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀଙ୍କୁ ଗାଡ଼ି ଚଢାଇ ଦେଇଛି । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସୁଲତାନପୁର : ଉତ୍ତରପ୍ରଦେଶର ସୁଲତାନପୁରରେ ହରିୟାଣାର ନୁଂହ ପରି ଏକ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ସକାଳେ ଏକ ଟ୍ରକ ଡ୍ରାଇଭର ଆସିଷ୍ଟାଣ୍ଟ ଡିଭିଜନାଲ ଟ୍ରାନ୍ସପୋର୍ଟ ଅଫିସର (ଆର୍ଟିଓ) କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀଙ୍କୁ ଗାଡ଼ି ଚଢାଇ ଦେଇଛି । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ARTO ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସିଓ କହିଛନ୍ତି । ଟ୍ରକ ଡ୍ରାଇଭର ଗାଡି ଛାଡି ଫେରାର ହୋଇ ଯାଇଛି । ପୋଲିସ ଟ୍ରକକୁ ନିଜ ଅଧୀନକୁ ନେଇଛି । ଟ୍ରକ ଡ୍ରାଇଭରକୁ ଖୋଜା ଚାଲିଛି ।

ଅତିରିକ୍ତ ଆରଟିଓ ରାକେଶ କୁମାର ବର୍ମା କହିଛନ୍ତି ଯେ ସେ ତାଙ୍କ ସହଯୋଗୀମାନଙ୍କ ସହ ସକାଳ ପ୍ରାୟ 4 ଟା ସମୟରେ ସୁଲତାନପୁର-କାଦୀପୁର ରାସ୍ତାରେ ଜିଲ୍ଲାର ଗୋସାଇଗଞ୍ଜ ଅଞ୍ଚଳରେ ଗାଡି ଯାଞ୍ଚ ପାଇଁ ଯାଇଥିଲେ । ସେ ମାଧବପୁର ଛତୌନା ଗ୍ରାମ ନିକଟରେ ଗାଡି ଯାଞ୍ଚ କରୁଥିଲେ । ଯେତେବେଳେ କାଦିପୁର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଅଟକାଇବାକୁ ସଙ୍କେତ ଦିଆଯାଇଥିଲା, ଡ୍ରାଇଭର ଟ୍ରକର ଗତି ବଢାଇ ଦେଇଥିଲା । ଆରଟିଓ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଡ୍ରାଇଭର ଅବଦୁଲ ମୋବିନ (52) ଏବଂ କନଷ୍ଟେବଳ ଅରୁଣ ସିଂ (50) ଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି ।
ଅତିରିକ୍ତ ଆରଟିଓ ଅନୁଯାୟୀ, ଟ୍ରକ ଡ୍ରାଇଭର ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତାରେ ଥିବା ତାଙ୍କ କାରକୁ ମଧ୍ୟ ଧକ୍କା ଦେଇଥିଲା, କିନ୍ତୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହି ମାମଲାରେ CO କୃଷ୍ଣକାନ୍ତ ସରୋଜ କହିଛନ୍ତି ଯେ ଉଭୟ ମୃତଦେହକୁ ଜବତ କରାଯାଇଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଟ୍ରକ ଡ୍ରାଇଭର ଗାଡି ଛାଡି ପଳାଇ ଯାଇଛି । ପୋଲିସ ଟ୍ରକକୁ ଜବତ କରିଛି ଏବଂ ଟ୍ରକ ଡ୍ରାଇଭରକୁ ଖୋଜା ଚାଲିଛି । ଘଟଣାର ଅନୁସନ୍ଧାନ କରାଯାଉଛି ।












Click it and Unblock the Notifications