ଜାଗରରେ ପିଶାଚ ସ୍ୱାମୀର ଅମାନବୀୟ କାଣ୍ଡ, ହତ୍ୟା ପରେ ସ୍ତ୍ରୀକୁ ଉଲଗ୍ନ କରି କଲା ପୂଜାପାଠ
ତନ୍ତ୍ର ସାଧନା ପାଇଁ ସ୍ତ୍ରୀ କୁ କରିଛି ହତ୍ୟା । ସ୍ତ୍ରୀ କୁ ହତ୍ୟା କରିବା ପରେ ପିଶାଚ ସ୍ୱାମୀ ତାଙ୍କୁ ଉଲଗ୍ନ କରି ପୂଜା ପାଠ କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନାର ଆମ୍ବପଳାସ ଗାଁ ରେ ।

ଭୁବନେଶ୍ୱର: ଶିବରାତ୍ରୀରେ ପିଶାଚ ସ୍ୱାମୀର ଅମାନବୀୟ କାଣ୍ଡ । ତନ୍ତ୍ର ସାଧନା ପାଇଁ ସ୍ତ୍ରୀ କୁ କରିଛି ହତ୍ୟା । ସ୍ତ୍ରୀ କୁ ହତ୍ୟା କରିବା ପରେ ପିଶାଚ ସ୍ୱାମୀ ତାଙ୍କୁ ଉଲଗ୍ନ କରି ପୂଜା ପାଠ କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନାର ଆମ୍ବପଳାସ ଗାଁ ରେ ।
ମିଳିଥିବା ସୂଚନା ଅନୁସାରେ ପିଶାଚ ସ୍ୱାମୀ ତନ୍ତ୍ର ସାଧନା ପାଇଁ ପ୍ରଥମେ ନିଜ ସ୍ତ୍ରୀ କୁ ହତ୍ୟା କରିଥିଲା । ଏହା ପରେ ମୃତ ଶରୀରରକୁ ଉଲଗ୍ନ କରି ଜଙ୍ଗଲରେ ଏକ ପୀଠରେ ପୂଜାର୍ଚ୍ଚନା କରିଛି । ମୃତକ ଜଣଙ୍କ ଆମ୍ବପଳାସ ଗାଁର ମମତା ଖଟୁଆ । ପୂର୍ବରୁ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ତିନି ଛୁଆଙ୍କୁ ଛାଡି ଅଷ୍ଟମ ଖଟୁଆ ସହିତ ପଳେଇ ଆସି ବିବାହ କରିଥିଲେ ।
ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଆମ୍ବପଳାସ ଗାଁର ମମତା ଖଟୁଆ । ମମତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ପୂର୍ବରୁ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ତିନି ପିଲାଙ୍କୁ ଛାଡ଼ି ଅଷ୍ଟମ ଖଟୁଆ ସହିତ ପଳାଇ ଯାଇଥିଲେ । ପାରିବାରିକ ଜୀବନରେ ପ୍ରତିଦିନ କଳହ ହେଉଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ପିଶାଚ ସ୍ୱାମୀ ଅଷ୍ଟମ ଖଟୁଆକୁ ପରଜଙ୍ଗ ପୋଲିସ ଅଟକ ରଖିଛି ।
ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ଜୀବନରେ ପ୍ରତିଦିନ କଳହ ଲାଗି ରହୁଥିବାରୁ ଏପରି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । କିନ୍ତୁ ସ୍ତ୍ରୀ ମମତା ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ବର୍ତ୍ତମାନ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।












Click it and Unblock the Notifications