ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ଲୁଚାଇଥିଲା ରାକ୍ଷାସ ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ମୃତ ଦେହକୁ ଖଣ୍ଡ ଖଣ୍ଡ କରି ପାଣ ଟାଙ୍କିରେ ଲୁଚାଇ ରଖିଛି ସ୍ୱାମୀ । ଏପରି ଏକ ଜଘନ୍ୟ କାଣ୍ଡର ଖବର ସାମ୍ନାକୁ ଆସିଛି ବିଳାସପୁରରୁ ।

bilaspur

ବିଳାସପୁର : ସ୍ତ୍ରୀକୁ ହତ୍ୟା କରି ମୃତ ଦେହକୁ ଖଣ୍ଡ ଖଣ୍ଡ କରି ପାଣ ଟାଙ୍କିରେ ଲୁଚାଇ ରଖିଛି ସ୍ୱାମୀ । ଏପରି ଏକ ଜଘନ୍ୟ କାଣ୍ଡର ଖବର ସାମ୍ନାକୁ ଆସିଛି ବିଳାସପୁରରୁ ।

ମିଳିଥିବା ସୂଚନା ଅନୁଯାୟୀ, ବିଳାସପୁରର ଉସଲାପୁର ଅଞ୍ଚଳରେ ଥିବା ଏକ ଘରେ ପୋଲିସ ଟିମ୍ ଚୋରି ସାମଗ୍ରୀ ଖୋଜୁଥିଲାବେଳେ ସେଠାରେ ଥିବା ପାଣି ଟାଙ୍କିରୁ ପ୍ରବଳ ଗନ୍ଧ ଆସୁଥିବା ଜାଣିବାକୁ ପାଇଲା । ଯେତେବେଳେ ପୋଲିସ କର୍ମଚାରୀମାନେ ଟାଙ୍କି ଭିତରକୁ ପଶିଥିଲେ, ସେମାନେ ପ୍ଲାଷ୍ଟିକରେ କିଛି ଗୁଡ଼ାଇ ରଖାଯାଇଥିବାର ଦେଖିଥିଲେ । ସେହି ପ୍ଲାଷ୍ଟିକ ବାହାର କରିବା ପରେ ସେଥିରେ ପାଞ୍ଚ ଖଣ୍ଡ ହୋଇ ମହିଳାଙ୍କ ମୃତଦେହ ମିଳିଥିଲା । ପୋଲିସ ସେଠାରେ ରହୁଥିବା ଯୁବକଙ୍କୁ ପଚରାଉଚରା ବେଳେ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

କ୍ରାଇମବ୍ରାଞ୍ଚ ଏବଂ ସାଇବର ୟୁନିଟ୍ ଏକ ସୂଚନା ପାଇଥିଲା ଯେ ତାଖତପୁରର ପୱନ ସିଂହ ଠାକୁର ଉସଲାପୁରର ଏକ ଭଡା ଘରେ ରହୁଛନ୍ତି, ସେ ଅତୀତରେ ଚୋରି ଘଟଣାରେ ଜଡିତ ଥିଲେ ଏବଂ ତାଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ଥିଲା । ସୂଚନାକୁ ଆଧାର କରି ଯବାନମାନେ ତାଙ୍କୁ ସେମାନଙ୍କ ହେପାଜତକୁ ନେଇଥିଲେ । ପଚରାଉଚରା ପରେ ପୋଲିସ ଉସଲାପୁରରେ ଥିବା ତାଙ୍କ ଭଡା ଘରକୁ ଯାଇ ଯାଞ୍ଚ କରିଥିଲା, ପରେ ହତ୍ୟା ମାମଲା ସାମ୍ନାକୁ ଆସିଥିଲା ।

ପଚରାଉଚରା ବେଳେ ଯୁବକ ପୋଲିସକୁ କହିଥିଲେ ଯେ ଦୁଇମାସ ପୂର୍ବରୁ ସେ ତାଙ୍କ ପତ୍ନୀ ସୀତା ସାହୁଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଟାଙ୍କିରେ ପକାଇ ଦେଇଥିଲେ । ସେ ପୋଲିସକୁ କହିଛି ଯେ ମୃତ ସୀତା ସାହୁଙ୍କ ସହ ପ୍ରେମ ବିବାହ କରିବା ପରେ ଉସଲାପୁରର ଏକ ଭଡା ଘରେ ରହୁଥିଲେ, କିନ୍ତୁ ସେ ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଏହି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ପରେ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲା । ଘରର ଛାତ ଉପରେ ରଖାଯାଇଥିବା ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପଚରାଉଚରା ବେଳେ ପୋଲିସ ମଧ୍ୟ ସୂଚନା ପାଇଛି ଯେ ଯୁବକ ବେକାର ଥିଲେ ଏବଂ ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+