Get Updates
Get notified of breaking news, exclusive insights, and must-see stories!

ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ, ପୋଲିସ୍ କୁ ବି ଆକ୍ରମଣ

ଭଦ୍ରକ: ପ୍ରଥମେ ଧସ୍ତାଧସ୍ତି - ହାତାହାତି । ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ଏତିକି ରେ ସରି ନଥିଲା କଥା । ହସ୍ପିଟାଲ ପରିସରରେ ମଧ୍ୟ ପୁଣି ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏମିତି ଏକ ତୁମୁଳକାଣ୍ଡ ଦେଖିବାକୁ ମିଳିଛି ଭଦ୍ରକରେ ।

ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼ ହୋଇଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ଭଦ୍ରକ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି ।

Bhadrak Hospital

ମିଳିଥିବା ସୂଚନା ଅନୁସାରେ, ଜମିଜମାକୁ କେନ୍ଦ୍ର କରି ଭଦ୍ରକ ସହରର ଶୁଭ୍ରକାନ୍ତ ପତି ନାମକ ଜଣେ ହୋଟେଲ ବ୍ୟବସାୟୀଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କର ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ଶୁଭ୍ରକାନ୍ତଙ୍କୁ ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକ ମରଣାସ୍ତ୍ର ନେଇ ତାଙ୍କ ହୋଟେଲ ପାଖରେ ପହଞ୍ଚିଥିଲେ । ଏଥିରେ ଭୟଭୀତ ହୋଇ ଶୁଭ୍ରକାନ୍ତ ତାଙ୍କ ସହଯୋଗୀ ସମ୍ପର୍କୀୟଙ୍କୁ ଫୋନ କରି ଡାକିଥିଲେ । ଯାହାକୁ ନେଇ ବିବାଦ ବଢିବା ସହିତ ସଂଘର୍ଷ ଘଟିଥିଲା । ଫଳରେ ଛୁରା ମାଡ଼ରେ 2 ଜଣ ଆହତ ହୋଇଥିଲେ ।

ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଉଭୟ ଗୋଷ୍ଠୀର ଶତାଧିକ ଯୁବକ ହସ୍ପିଟାଲରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ । ଏହି ସମୟରେ ନିଶାଶକ୍ତ ଥିବା ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରା ମାଡ଼ କରିଥିଲେ । ଏହାକୁ ନେଇ ଜିଲ୍ଲା ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭଦ୍ରକ ସିଟି ଡିଏସପିଙ୍କ ନେତୃତ୍ୱରେ 3 ଜଣ ଇନ୍ସପେକ୍ଟର ଓ 5 ପ୍ଲାଟୁନ ପୋଲିସ ଫୋର୍ସ ଗଣ୍ଡଗୋଳକାରୀଙ୍କୁ ଘଉଡାଇ ଥିଲେ । ହେଲେ ଗଣ୍ଡଗୋଳକାରୀ ପୋଲିସକୁ ଆକ୍ରମଣ କରିଥିଲେ । ଶେଷରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲସ ଲାଠିଚାର୍ଜ କରିଥିଲା । ଘଟଣାରେ 2 ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପାଟ୍ରୋଲିଂକୁ କଡାକଡି କରାଯିବା ସହ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+