ଗାଡ଼ିରୁ ମିଳିଲା 9 କିଲୋ ସୁନା, କୋଲକାତାରୁ ହେଉଥିଲା ଚାଲାଣ
କଟକ: ଓଡ଼ିଶା ଦେଇ କୋଲକାତାରୁ ହେଉଛି ସୁନା ଚାଲାଣ । କଟକ ମଙ୍ଗୁଳି ଟୋଲ୍ଗେଟ୍ ନିକଟରେ ଗୋଟିଏ ଗାଡ଼ିରୁ ମିଳିଛି 9 କିଲୋଗ୍ରାମ ବିଦେଶୀ ସୁନା । ସୁନା ବିସ୍କୁଟ୍ ଓ ଏକ କାର୍ ଜବତ କରିଛି ଡିଆରଆଇ । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନ ଅନୁସାରେ, ଏକ କାର୍ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା । କଟକ ମଙ୍ଗୁଳି ଟୋଲ୍ ପ୍ଲାଜାରେ ଏକ କାର୍ କୁ ଅଟକାଇଥିଲେ । ଗାଡିଯାଞ୍ଚ କରିବା ପରେ ଡିଆରଆଇ ଏଜେଣ୍ଟମାନେ 9 କିଲୋଗ୍ରାମ 180 ଗ୍ରାମ ଓଜନର 65 ଖଣ୍ଡ ଚୋରା ସୁନା ସୁନା ଜବତ କରିଥିଲେ ।
ଏହାର ମୂଲ୍ୟ 6 କୋଟି 44 ଲକ୍ଷ 46 ହଜାର 164 ଟଙ୍କା ହେବ । ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିଛି ଡିଆରଆଇ । ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି । ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ ଜାରି ରହିଛି।












Click it and Unblock the Notifications