ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ 10 ବର୍ଷ ଜେଲ, 5 ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ବଡ଼ ଝଟକା । ଉତ୍ତରପ୍ରଦେଶର ଗାଜିପୁରର ସାଂସଦ-ବିଧାୟକ କୋର୍ଟ ଏକ ଗ୍ୟାଙ୍ଗଷ୍ଟର ମାମଲାରେ ଜେଲରେ ଥିବା ମାଫିଆ ମୁଖତାର ଅନସାରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାକୁ 10 ବର୍ଷ ଜେଲ ଓ 5 ଲକ୍ଷ ଟଙ୍କା ଜରିମାନା କରିଛନ୍ତି କୋର୍ଟ । ଏଥି ସହ ମୁଖତାର ଅନସାରୀର ଭାଇ ତଥା ବିଏସପି ସାଂସଦ ଅଫଜଲ ଅନସାରୀ ଉପରେ କୋର୍ଟର ନିଷ୍ପତ୍ତି ଆସିନାହିଁ ।
ଗାଜିପୁରର ସାଂସଦ-ବିଧାୟକ କୋର୍ଟ ଆଜି ମୁଖତାର ଅନସାରୀକୁ କରଣ୍ଡା ପୋଲିସ ଷ୍ଟେସନ ଏବଂ ମୋହଦାବାଦ ପୋଲିସ ଷ୍ଟେସନରେ ପଞ୍ଜୀକୃତ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ପୂର୍ବତନ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ଏବଂ ବ୍ୟବସାୟୀ ନନ୍ଦକିଶୋର ରଙ୍ଗଟାଙ୍କ ଅପହରଣ ପରେ ମୁଖତାର ଏବଂ ଅଫଜଲ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହା ପରେ ଆଜି ଏହି ମାମଲାର ଦଣ୍ଡ ଘୋଷଣା କରାଯାଇଛି । ମୁଖତରାକୁ 10 ବର୍ଷ ଜେଲଦଣ୍ଡ ମିଳିଛି ।
2005 ମସିହାରେ ତତ୍କାଳୀନ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ଉପରେ 500 ରାଉଣ୍ଡ ଗୁଳି ଚଲାଯାଇଥିଲା । କୃଷ୍ଣାନନ୍ଦ ରାୟଙ୍କ ସମ୍ପୂର୍ଣ୍ଣ ଶରୀରରେ ଗୁଳି ବାଜିଥିଲା । ଏହି ଆକ୍ରମଣରେ AK-47 ବ୍ୟବହୃତ ହୋଇଥିଲା । ଏହି ଘଟଣାରେ ସାରା ଗାଜୀପୁର ଥରି ଉଠିଥିଲା ।
କୃଷ୍ଣାନନ୍ଦ ରାୟଙ୍କୁ କାହିଁକି ହତ୍ୟା କରାଯାଇଥିଲା ?
2002 ମସିହାରେ କୃଷ୍ଣନନ୍ଦ ରାୟ ଗାଜୀପୁରର ମହମ୍ମଦାବାଦ ଆସନରୁ ମୁଖ୍ତାର ଭାଇ ଅଫଜଲ ଅନସାରୀକୁ ପରାସ୍ତ କରିଥିଲେ । ଏହା ପରେ ଉଭୟ ଭାଇ ଏହାର ପ୍ରତିଶୋଧ ନେଇଥିଲେ । କୁହାଯାଏ ଯେ ଏହା ପରେ କୃଷ୍ଣାନନ୍ଦ ରାୟଙ୍କୁ କୌଣସି ଉପାୟରେ ରାସ୍ତାରୁ ହଟାଇବାକୁ ମୁଖତାର ଯୋଜନା କରି ହତ୍ୟା କରିଥିଲା ।












Click it and Unblock the Notifications