ରାଜସ୍ଥାନରେ ଗ୍ୟାଙ୍ଗଷ୍ଟର ରାଜୁ ଠେଠକୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଏହି ଦଳ
ରାଜସ୍ଥାନର ସିକର ଜିଲ୍ଲାରେ ଗ୍ୟାଙ୍ଗୱାର୍ ହୋଇଛି । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍ କୁ ଡିସେମ୍ବର 3 (ଶନିବାର) ସକାଳ 9 ଟାରେ ଗୁଳି କରି ହତ୍ୟା କରାଯାଇଛି ।
ଜୟପୁର : ରାଜସ୍ଥାନର ସିକର ଜିଲ୍ଲାରେ ଗ୍ୟାଙ୍ଗୱାର୍ ହୋଇଛି । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍ କୁ ଡିସେମ୍ବର 3 (ଶନିବାର) ସକାଳ 9 ଟାରେ ଗୁଳି କରି ହତ୍ୟା କରାଯାଇଛି । ରାଜୁ ଠେଠ୍ ହତ୍ୟା ସିକର ଜିଲ୍ଲା ମୁଖ୍ୟାଳୟର ଉଦ୍ୟୋଗ ନଗର ଅଞ୍ଚଳରେ ତା ଘର ନିକଟରେ ହୋଇଛି । ଅଜ୍ଞାତ ଦୁବୃର୍ତ୍ତ ଗୁଳି ମାରି ଫେରାର୍ ହୋଇଯାଇଥିଲେ ।

ଖବର ମୁତାବକ, ସିକର ଗ୍ୟାଙ୍ଗଷ୍ଟର ରାଜୁ ର ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରୋହିତ ଗୋଦାରା ନିଜକୁ ଦାୟୀ କରିଛି । ସୋଶାଲ ମିଡିଆ ପୋଷ୍ଟରେ ରୋହିତ ଗୋଦାରା ଲେଖିଛି ଯେ ଆଜି ଆନନ୍ଦପାଲ ଏବଂ ବଲବୀର ହତ୍ୟାର ପ୍ରତିଶୋଧ ପୁରା ହୋଇଛି ।
ସୂଚନାଯୋଗ୍ୟ ଯେ 2017 ମସିହାରେ ଏକ ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ଆନନ୍ଦପାଲ ସିଂହ ର ସିକର ଜିଲ୍ଲାର ଥାହାଟ ଗାଁର ବାସିନ୍ଦା ରାଜୁ ସହ ଦୀର୍ଘ ଦିନର ଶତ୍ରୁତା ରହିଥିଲା । ଉଭୟ ଗ୍ୟାଙ୍ଗ ପରସ୍ପରର ଉପରେ ଆକ୍ରମଣ କରୁଥିଲେ । ରାଜୁ ଠେଠ୍ କିଛି ସମୟ ପୂର୍ବରୁ ଜେଲରୁ ବାହାରକୁ ଆସିଥିଲା ।
ରାଜୁର ହତ୍ୟା ଘଟଣାକୁ ସିକର ଏସପି କୁନୱର ରାଷ୍ଟ୍ରଦୀପ ନିଶ୍ଚିତ କରିଛନ୍ତି । ସିକର ଏସପି କହିଛନ୍ତି ଯେ ରାଜୁକୁ ଗୁଳି କରି ହତ୍ୟା କରିବାରେ 4 ଜଣ ସମ୍ପୃକ୍ତ ଅଛନ୍ତି । ଘଟଣାସ୍ଥଳରୁ ସିସିଟିଭି କ୍ୟାମେରାର ଫୁଟେଜ୍ ବାହାର କରାଯାଇଛି । ଏହି ଫୁଟେଜରୁ ଜଣାପଡିଛି ଯେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ରାଜୁକୁ ଜାଣିଥିଲା । କାଣ ସେ ତା ସହ କଥାବାର୍ତ୍ତା ହୋଇଥିବା ରେକର୍ଡ ହୋଇଛି ।
ରାଜୁ ଉପରେ ହୋଇଥିବା ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ମଧ୍ୟ ଗୁଳି ଲାଗିଛି । ସେ ମଧ୍ୟ ଆହତ ହୋଇଛନ୍ତି । ରାଜୁ ହତ୍ୟା ପାଇଁ ନିଜକୁ ଦାୟୀ କରି ସୋଶାଲ ମିଡିଆରେ ହୋଇଥିବା ପୋଷ୍ଟଗୁଡିକ ଉପରେ ମଧ୍ୟ ସିକର ପୋଲିସ ଯାଞ୍ଚ କରୁଛି । ଏହା ସହିତ ସମଗ୍ର ଜିଲ୍ଲାରେ ନାକାବନ୍ଦୀ କରାଯାଇଛି । ରାଜୁ ଉପରକୁ ଗୁଳି ଚଳାଇବା ସମ୍ପର୍କରେ ସୂଚନା ପାଇବା ପରେ ସିକର ପୋଲିସ ଅଧୀକ୍ଷକ କୁନୱର ରାଷ୍ଟ୍ରଦୀପ ଘଟଣାସ୍ଥଳରେ ପହଞ୍ଚି ଘଟଣାର ନଜର ରଖିଛନ୍ତି ।












Click it and Unblock the Notifications