ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ଥିଲେ ସଲମାନ ଖାନ, ହତ୍ୟା କରିବାକୁ କଣିଥିଲା ଅସ୍ତ୍ରଶସ୍ତ୍ର
ପଚରାଉଚରା ବେଳେ ଏହା ଜଣାପଡିଛି ଯେ ସେ 2018 ରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା, ସେ ସଲମାନ ଖାନଙ୍କୁ ମୃଗ ଶିକାରର ଶିକ୍ଷା ଦେବାକୁ ଚାହୁଁଥିଲା ।
ଚଣ୍ଡିଗଡ଼ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ପ୍ରକାଶ କରିଛି । ପଚରାଉଚରା ବେଳେ ଏହା ଜଣାପଡିଛି ଯେ ସେ 2018 ରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା, ସେ ସଲମାନ ଖାନଙ୍କୁ ମୃଗ ଶିକାରର ଶିକ୍ଷା ଦେବାକୁ ଚାହୁଁଥିଲା ।

ସୂଚନାନୁସାରେ, ପଞ୍ଜାବ ପୋଲିସର ପଚରାଉଚରା ବେଳେ ବିଷ୍ଣୋଇ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଷଡଯନ୍ତ୍ର ବିଷୟରେ ଖୋଲାଖୋଲି ଭାବେ କହିଛି । ସେ ହିଁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ସାମ୍ପତ ନେହେରାକୁ ମୁମ୍ବାଇ ପଠାଇଥିଲା । ନେହେରା ପୂର୍ବରୁ ସଲମାନ ଖାନଙ୍କ ଘରର ତନଖି କରିଥିଲା ।
ବିଷ୍ଣୋଇ ପୋଲିସକୁ କହିଛି ଯେ ନେହେରା ପାଖରେ କେବଳ ପିସ୍ତଲ ଥିଲା, ଦୂରରୁ ସଲମାନ ଖାନଙ୍କୁ ଆକ୍ରମଣ କରିବା ପାଇଁ କୌଣସି ଅସ୍ତ୍ର ନଥିଲା । ତେଣୁ ସେ ହତ୍ୟା ପାଇଁ 4 ଲକ୍ଷ ମୂଲ୍ୟର ରାଇଫଲ କିଣିଥିଲା । କିନ୍ତୁ 2018 ରେ ପୋଲିସ ଦୀନେଶ ଡାଗର ନିକଟରୁ ଏହି ଅସ୍ତ୍ର ଜବତ କରିଥିଲା, ତାହା ସାହାଯ୍ୟରେ ରାଇଫଲ କିଣିବାର ଅର୍ଡର ଦିଆଯାଇଥିଲା ଏବଂ ହତ୍ୟା ଷଡଯନ୍ତ୍ର ବିଫଳ ହୋଇଥିଲା । ଜୁଲାଇ 6 ରେ ସଲମାନ ଖାନଙ୍କ ଓକିଲ ହାସ୍ତିମଲ ସାରସ୍ୱତ କହିଥିଲେ ଯେ ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ମିଳିଛି ।
ପଚରାଉଚରା ବେଳେ ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ସେ ଫେରାର ଥିବା ବେଳେ ସମ୍ପର ନେହେରାକୁ ଅନେକ ମେସେଜ ପଠାଇଥିଲା । ସୂଚନାନୁସାରେ, ବିଷ୍ଣୋଇ କୃଷ୍ଣସାର ମୃଗକୁ ସେମାନଙ୍କର ଗୁରୁ ଭଗବାନ୍ ଜାମ୍ବାଜୀ ତଥା ଜାମ୍ବେଶ୍ୱରଙ୍କ ଅବତାର ବୋଲି ବିବେଚନା କରନ୍ତି । ଏହି କାରଣରୁ ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା । ସେ ଚାହୁଁଥିଲେ ସଲମାନ ଖାନ ଏବଂ ତାଙ୍କ ପିତା ଜାମ୍ବାଜୀ ମନ୍ଦିରରେ ସର୍ବସାଧାରଣରେ କ୍ଷମା ମାଗନ୍ତୁ, ନଚେତ୍ ସେମାନଙ୍କୁ ହତ୍ୟା କରାଯିବ ।












Click it and Unblock the Notifications