ମାଟି ତଳୁ ବି ଖୋଜି ବାହାର କରେ ପୋଲିସ୍ ! ତେଲେଙ୍ଗାନାରୁ ଧରା ପଡ଼ିଲା ହାଇଦର
କୁଖ୍ୟାତ ଅପରାଧୀ ଖେଖ୍ ହାଇଦକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ସାମ୍ବାଦିକ ସମ୍ମିଳନୀରେ ହାଇଦର ଗିରଫ ନେଇ ବିବୃତ୍ତି ରଖିଲେ କମିଶନରେଟ୍ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଭୁବନେଶ୍ୱର : କୁଖ୍ୟାତ ଅପରାଧୀ ଖେଖ୍ ହାଇଦକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ସାମ୍ବାଦିକ ସମ୍ମିଳନୀରେ ହାଇଦର ଗିରଫ ନେଇ ବିବୃତ୍ତି ରଖିଲେ କମିଶନରେଟ୍ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ପୋଲିସର ଦୁଇଜଣିଆ ଟିମ୍ ବିଗତ କିଛି ଦିନ ତେଲେଙ୍ଗାନାରେ ଡେରା ପକାଇଥିଲେ । ହାଇଦର ଏସସିବିରୁ ଫେରାର ହେବାପରେ ତେଲେଙ୍ଗାନାରେ ଲୁଚିଥିବା ନେଇ ସୂତ୍ରରୁ ଖବର ପାଇଥିଲା ପୋଲିସ୍ । ହାଇଦରର ବିଭିନ୍ନ ନେଟୱର୍କକୁ ଟ୍ରାକ କରି ହାଇଦ୍ରାବାଦ ପୋଲିସର ସହାୟତାରେ ଆଜି ସନ୍ଧ୍ୟାରେ ଚଢାଉ କରି ମାଡ଼ବସିଛି ପୋଲିସ୍ । ଖୁବଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯିବ ବୋଲି କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଠାରେ ସୂଚନା ଥାଉକି ଗତ ଅପ୍ରେଲ 10 ତାରିଖ ଦିନ ଡ୍ୟୁଟିରେ ଥିବା ପୋଲିସ୍ କର୍ମଚାରୀଙ୍କୁ ନିଶା ଦେଇ ଚିକିତ୍ସାଧୀନ ଥିବା ହାଇଦର ଫେରାର ହୋଇଥିଲା ।

ଆହୁରି ମଧ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଫେରାର ହେବାପାଇଁ ସମ୍ବଲପୁରରୁ ଯୋଜନା ପ୍ରସ୍ତୁତ କରିଥିଲା । ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ହାତକରି ଜେଲ୍ରୁ ଭିମସାର୍, ଭିମସାର୍ରୁ ଏସ୍ସିବି ଯାଇ ସେଠାରୁ ଖସିଯାଇଛି । ତାର ଏହି ଯୋଜନାକୁ ସଫଳ କରାଇବାରେ ଜାଣତରେ ହେଉ ବା ଅଜାଣତରେ ସମ୍ବଲପୁରର ତିନିତିନିଟି ବିଭାଗର ଭୂମିକା ରହିଥିବା ଆଲୋଚନା ହୋଇଥିଲା । ଏହି ତିନି ବିଭାଗର ଅଧିକାରୀ ଓ କର୍ମଚାରୀ ସନ୍ଦେହ ଘେରକୁ ଆସିଥିଲେ । ପ୍ରଥମ ହେଲା ଜେଲ୍, ଦ୍ବିତୀୟରେ ଭିମସାର୍ ଓ ତୃତୀୟରେ ପୁଲିସ୍ । ସେପଟେ ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍ କରାଯାଇଥିଲା । ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସକୁ ମଧ୍ୟ ଆଲର୍ଟ କରାଯାଇଥିଲା । କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ବାଲେଶ୍ୱର ଏସପି ଓ ମୟୁରଭଞ୍ଜ ଏସପିଙ୍କୁ ଖବର ଦିଆଯାଇଥିଲା ।












Click it and Unblock the Notifications