For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତପ୍ରଦେଶରେ 'ନିର୍ଭୟା' ଘଟଣାର ପୁନରାବୃତ୍ତି : ପ୍ରାର୍ଥନା ପାଇଁ ଯାଇଥିବା 50 ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଜଣେ 50 ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକ ଜଣେ ଅଙ୍ଗନଓ୍ୱାଡ଼ି କର୍ମଚାରୀ ।

|

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଦାଉଁ ଜିଲ୍ଲାରେ ପୁଣି ନଜରକୁ ଆସିଛି ନିର୍ଭୟା ଘଟଣା ଭଳି ଏକ ବର୍ବର କାଣ୍ଡ । ଜଣେ 50 ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକ ଜଣେ ଅଙ୍ଗନଓ୍ୱାଡ଼ି କର୍ମଚାରୀ । ରବିବାର ସନ୍ଧ୍ୟାରେ ସେ ପ୍ରାର୍ଥନା କରିବା ପାଇଁ ନିକଟସ୍ଥ ମନ୍ଦିରକୁ ଯାଇଥିବା ବେଳେ ମନ୍ଦିରର ପୁରୋହିତ ଏବଂ ତାଙ୍କର ଦୁଇ ଶିଷ୍ୟ ତାଙ୍କ ସହିତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାରେ ଦୁଇଜଣ ଅଭିଯୁକ୍ତ ବେଦରାମ ଏବଂ ଜସପାଲଙ୍କୁ ପୋଲିସ୍ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପୁରୋହିତ ସତ୍ୟନାରାୟଣ ବୋଲି ଜଣା ପଡିଛି ଏବଂ ସେ ଫେରାର୍ ଅଛି।

Baudan-gang-rape

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ଗୁପ୍ତାଙ୍ଗରେ ଆଘାତ ହୋଇଥିବା ଜଣାପଡିଛି । ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା 376D(ଗଣ ଦୁଷ୍କର୍ମ) ଏବଂ 302 (ହତ୍ୟା) ଲଗାଯାଇଥିବା ପୋଲିସ୍ ସୂଚନା ଦେଇଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ କାର୍ଯ୍ୟ କରୁଛି ବୋଲି ପୋଲିସ୍ ସୁପରିଟେଣ୍ଡେଣ୍ଟ ସଂକଳ୍ପ ଶର୍ମା କହିଛନ୍ତି ।

ଏହି ଘଟଣାରେ କାର୍ଯ୍ୟାନୁ୍ଷ୍ଠାନରେ ଅବହେଳା କରିଥିବା ଅଭିଯୋଗରେ ଜଣେ ପୋଲିସ୍ ଅଧିକାରୀ ରାଘବେନ୍ଦ୍ର ପ୍ରତାପଙ୍କୁ ନିଲମ୍ବିତ କରାଯାଇଛି ।

କଣ ରହିଥିଲା ପୁରା ଘଟଣା

ଏହି ଘଟଣାଟି ଜାନୁଆରୀ 3 ତାରିଖର । ଜଣେ 50 ବର୍ଷୀୟ ଅଙ୍ଗନୱାଡି କର୍ମୀ ସବୁଜିନ ପରି ମନ୍ଦିରକୁ ପୂଜା କରିବା ପାଇଁ ମନ୍ଦିରକୁ ଯାଇଥିଲେ, କିନ୍ତୁ ଫେରି ନଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ରାତି ପ୍ରାୟ 12 ଟା ବେଳେ ତିନି ଜଣ ପୁରୁଷ କାରରେ ଆସି ମହିଳାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଫିଙ୍ଗି ପଳାଇ ଥିଲେ । ପରିବାର ଲୋକ ଉଘୈତି ପୋଲିସ ଷ୍ଟେସନକୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ ପୋଲିସ୍ ଅଧିକାରୀ ରାଘବେନ୍ଦ୍ର ପ୍ରତାପ ସିଂ ତାଙ୍କ ନିବେଦନ ଶୁଣିବା ଦୂରର କଥା ଘଟଣାସ୍ଥଳକୁ ମଧ୍ୟ ଯାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, 18 ଘଣ୍ଟା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ବୋଲି ମଧ୍ୟ ପରିବାର ଲୋକ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A 50-year-old anganwadi worker was allegedly gang-raped and murdered.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X