ଉତ୍ତପ୍ରଦେଶରେ 'ନିର୍ଭୟା' ଘଟଣାର ପୁନରାବୃତ୍ତି : ପ୍ରାର୍ଥନା ପାଇଁ ଯାଇଥିବା 50 ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା
ଜଣେ 50 ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକ ଜଣେ ଅଙ୍ଗନଓ୍ୱାଡ଼ି କର୍ମଚାରୀ ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଦାଉଁ ଜିଲ୍ଲାରେ ପୁଣି ନଜରକୁ ଆସିଛି ନିର୍ଭୟା ଘଟଣା ଭଳି ଏକ ବର୍ବର କାଣ୍ଡ । ଜଣେ 50 ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକ ଜଣେ ଅଙ୍ଗନଓ୍ୱାଡ଼ି କର୍ମଚାରୀ । ରବିବାର ସନ୍ଧ୍ୟାରେ ସେ ପ୍ରାର୍ଥନା କରିବା ପାଇଁ ନିକଟସ୍ଥ ମନ୍ଦିରକୁ ଯାଇଥିବା ବେଳେ ମନ୍ଦିରର ପୁରୋହିତ ଏବଂ ତାଙ୍କର ଦୁଇ ଶିଷ୍ୟ ତାଙ୍କ ସହିତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଘଟଣାରେ ଦୁଇଜଣ ଅଭିଯୁକ୍ତ ବେଦରାମ ଏବଂ ଜସପାଲଙ୍କୁ ପୋଲିସ୍ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପୁରୋହିତ ସତ୍ୟନାରାୟଣ ବୋଲି ଜଣା ପଡିଛି ଏବଂ ସେ ଫେରାର୍ ଅଛି।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ଗୁପ୍ତାଙ୍ଗରେ ଆଘାତ ହୋଇଥିବା ଜଣାପଡିଛି । ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା 376D(ଗଣ ଦୁଷ୍କର୍ମ) ଏବଂ 302 (ହତ୍ୟା) ଲଗାଯାଇଥିବା ପୋଲିସ୍ ସୂଚନା ଦେଇଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ କାର୍ଯ୍ୟ କରୁଛି ବୋଲି ପୋଲିସ୍ ସୁପରିଟେଣ୍ଡେଣ୍ଟ ସଂକଳ୍ପ ଶର୍ମା କହିଛନ୍ତି ।
ଏହି ଘଟଣାରେ କାର୍ଯ୍ୟାନୁ୍ଷ୍ଠାନରେ ଅବହେଳା କରିଥିବା ଅଭିଯୋଗରେ ଜଣେ ପୋଲିସ୍ ଅଧିକାରୀ ରାଘବେନ୍ଦ୍ର ପ୍ରତାପଙ୍କୁ ନିଲମ୍ବିତ କରାଯାଇଛି ।
କଣ ରହିଥିଲା ପୁରା ଘଟଣା
ଏହି ଘଟଣାଟି ଜାନୁଆରୀ 3 ତାରିଖର । ଜଣେ 50 ବର୍ଷୀୟ ଅଙ୍ଗନୱାଡି କର୍ମୀ ସବୁଜିନ ପରି ମନ୍ଦିରକୁ ପୂଜା କରିବା ପାଇଁ ମନ୍ଦିରକୁ ଯାଇଥିଲେ, କିନ୍ତୁ ଫେରି ନଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ରାତି ପ୍ରାୟ 12 ଟା ବେଳେ ତିନି ଜଣ ପୁରୁଷ କାରରେ ଆସି ମହିଳାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଫିଙ୍ଗି ପଳାଇ ଥିଲେ । ପରିବାର ଲୋକ ଉଘୈତି ପୋଲିସ ଷ୍ଟେସନକୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ ପୋଲିସ୍ ଅଧିକାରୀ ରାଘବେନ୍ଦ୍ର ପ୍ରତାପ ସିଂ ତାଙ୍କ ନିବେଦନ ଶୁଣିବା ଦୂରର କଥା ଘଟଣାସ୍ଥଳକୁ ମଧ୍ୟ ଯାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, 18 ଘଣ୍ଟା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ବୋଲି ମଧ୍ୟ ପରିବାର ଲୋକ କହିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications