ସମଲିଙ୍ଗୀ ସମ୍ପର୍କରୁ ହତ୍ୟା ! ମହଙ୍ଗା ପଡ଼ିଲା କିନ୍ନର ବନ୍ଧୁଙ୍କ ସହ ପ୍ରେମ
ଖୋର୍ଦ୍ଧା: ମହଙ୍ଗା ପଡ଼ିଲା କିନ୍ନର ବନ୍ଧୁଙ୍କ ସହ ପ୍ରେମ ସମ୍ପର୍କ । ଚାଲିଗଲା ଯୁବକଙ୍କ ଜୀବନ । ଦୁହିଁଙ୍କ ଭିତରେ ଯୁବତୀଙ୍କ ଏଣ୍ଟ୍ରି ହେବାରୁ ବଲି ପଡ଼ିଗଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଭୀମପୁର ଗାଁର ରଶ୍ମୀ ରଞ୍ଜନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡଭଗା ଗାଁର ରଶ୍ମୀରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକଙ୍କ ଗତ 2 ତାରିଖରେ ହତ୍ୟା ହୋଇଥିଲା । ରଶ୍ମୀ ରଂଜନ ବଳିଆର ସିଂଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଆଗକୁ ବଢ଼ିଥିଲା ତଦନ୍ତ ।
ମିଳିଥିବା ସୂଚନା ଅନୁସାରେ, ଏକ ରାମ ନାଟକ ଯାତ୍ରାରେ ଅଭିନୟ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତୀୟଲିଙ୍ଗିକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଶାରିରୀକ ସମ୍ପର୍କ ରଖିଥିଲେ ରଶ୍ମୀ ରଞ୍ଜନ । 2017 ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ଏଣ୍ଟ୍ରି ମାରିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହି ପାରିନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମୀଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମୀ ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ଅଭିଯୁକ୍ତ ।
ରଶ୍ମୀରଞ୍ଜନର ସୋମନାଥ ସହିତ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ 2 ତାରିଖ ଦିନ ରଶ୍ମୀରଞ୍ଜନର ପରିବାର ଲୋକ ଘରେ ନଥିବା ସୁଯୋଗରେ ଏକୁଟିଆ ପାଇ ଘର ଭିତରେ ତୃତୀୟଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିଥିଲା । ପରେ ରଶ୍ମୀରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ୍ କରି ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା । ରଶ୍ମୀରଞ୍ଜନଙ୍କ ମା' ଏନେଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୋମନାଥକୁ ଧରିବା ପାଇଁ ପୋଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।
ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଛି ପୋଲିସ । ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଜଙ୍କିଆ ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।












Click it and Unblock the Notifications