ବଇରୀ ହେଲା ବନ୍ଧୁ, କାଠ ଫାଳିଆରେ ସାଙ୍ଗକୁ ପିଟି ପିଟି ହତ୍ୟା
ବନ୍ଧୁ ସାଜିଲା ବଇରୀ । ନିଜ ସାଙ୍ଗକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାସରୁଗୁଡ଼ା ଜିଲ୍ଲାରେ ।
ନିଜ ସାଙ୍ଗର କାଠଫାଳିଆ ଆକ୍ରମଣରେ ସାଙ୍ଗର ଜୀବନ ଚାଲିଯାଇଛି । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ ଏହି ଘଟଣା ଘଟିଛି
। ମୃତ ଜଣକ ବଞ୍ଜାରୀ ଗ୍ରାମର ବଳଦେବ ଚାନ୍ଦ ।

ସୂଚନା ଅନୁସାରେ, ବଳଦେବ ଆଜି ସକାଳେ ତାଙ୍କ ସାଙ୍ଗ ଚୈତନ୍ୟ ରାଉତଙ୍କ ସହ ଗାଁ ଦାଣ୍ଡରେ ବସି କଥା ହେଉଥିଲେ । କିଛି ସମୟ ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ଚୈତନ୍ୟ ରାଉତ ବଳଦେବ ଚାନ୍ଦଙ୍କୁ ଆକ୍ରମଣ କରିଥିଲେ ।
ସ୍ଥାନୀୟ ଲୋକେ ଲଖନପୁର ପୋଲିସକୁ ଖବର ଦେବାସହ ବଳଦେବଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ବଳଦେବଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରକେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l












Click it and Unblock the Notifications