ପୂଜାପାଠ କରି ସନ୍ତାନ ଦେବାକୁ କହି ଟଙ୍କା ନେଇ ଠକିଥିବା ଭଣ୍ଡ ବାବା ଗିରଫ
ସନ୍ତାନ କରେଇଦେବା ନାଁ ରେ କଟକର ଏକ ଦମ୍ପତ୍ତିଙ୍କ ଠାରୁ ଲୁଟିଛି 3 ଲକ୍ଷ 90 ହଜାର ଟଙ୍କା । ଏ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭଣ୍ଡ ବାବାଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଥିଲା ।

କଟକ : ଟଙ୍କା ଦିଅ ! ପୂଜା ପାଠ କଲେ ସନ୍ତାନପ୍ରାପ୍ତି ହେବ । ଏମିତି କହି ଲୋକଙ୍କୁ ଠକୁଛନ୍ତି ଭଣ୍ଡ ବାବା । ଏଭଳି ଜଣେ ଭଣ୍ଡ ବାବାକୁ ଗିରଫ କରିଛି ବାଦମବାଡ଼ି ପୋଲିସ ।
ପଚରାଉଚୁରା ବେଳେ ଜଣାପଡ଼ିଛି ଭଣ୍ଡ ବାବା ହେଉଛି ଯାଜପୁର ଧର୍ମଶାଳାର ସିଦ୍ଧେଶ୍ଵର ସାମନ୍ତରାୟ । ଦମ୍ପତିଙ୍କ ସନ୍ତାନପ୍ରାପ୍ତି ଭଳି ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ଏହି ଭଣ୍ଡ ।
ସନ୍ତାନ କରେଇଦେବା ନାଁ ରେ କଟକର ଏକ ଦମ୍ପତ୍ତିଙ୍କ ଠାରୁ ଲୁଟିଛି 3 ଲକ୍ଷ 90 ହଜାର ଟଙ୍କା । ଏ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭଣ୍ଡ ବାବାଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଥିଲା ।
କେବଳ କଟକ ସହର ନୁହେଁ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ନିଜର ଏହିଭଳି ବ୍ୟବସାୟ ଚଳାଇଥିଲା ଭଣ୍ଡ ବାବା । ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଥିଲା ବାଦାମବାଡ଼ି ଥାନା ପୁଲିସ । ଆଇଆଇସିଙ୍କ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ଟିମ ପ୍ରସ୍ତୁତ କରି ଭଣ୍ଡବାବାକୁ ଧରିବା ପାଇଁ ବାହାରିଥିଲା ପୁଲିସ । ଏହାପରେ ବାଲେଶ୍ଵର ସହରର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଶେଷରେ ଗିରଫ କରି କଟକ ଆଣିଥିଲା ବାଦାମବାଡ଼ି ଥାନା ପୁଲିସ ।
ତଥାପି ଭଣ୍ଡ ବାବାର ମୁହଁ ଫୁଟାଣି କମିନାହିଁ । ତା ବିରୋଧରେ ଷଡଯନ୍ତ୍ର ହୋଇଥିବା ସହ ଆଗକୁ ସାମ୍ବାଦିକ ସମ୍ମିଳନୀ ବି କରିବେ ବୋଲି କହୁଛି ଭଣ୍ଡ ବାବା । ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ କହିବା ସହ ତାକୁ ଫସେଇ ଦିଆଯାଇଥିବା କଥା କହିଛି ଭଣ୍ଡ ବାବା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ












Click it and Unblock the Notifications