For Quick Alerts
Turn On Notification  
For Daily Alerts
Oneindia App Download

ପୁରୁଷଙ୍କୁ ଅପହରଣ କରି ରାତିସାରା ଦୁଷ୍କର୍ମ କଲେ ଚାରି ମହିଳା

ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଚାରିଜଣ ମହିଳା ଜଣେ କାରଖାନା କର୍ମଚାରୀଙ୍କୁ ଅପହରଣ କରି ଜଲନ୍ଦରରେ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି ।

|

ଚଣ୍ଡଗଡ଼ : ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଚାରିଜଣ ମହିଳା ଜଣେ କାରଖାନା କର୍ମଚାରୀଙ୍କୁ ଅପହରଣ କରି ଜଲନ୍ଦରରେ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ରବିବାର ରାତିରେ ଉକ୍ତ ବ୍ୟକ୍ତିଙ୍କୁ ଚାରିଜଣ ମହିଳା ଅପହରଣ କରିଥିବା ଅଭିଯୋଗ ହୋଇଛି । ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ ପୁରୁଷ ଜଣକ ଅଭିଯୋଗ କରିଛନ୍ତି ଯେ ମହିଳାମାନେ ରାତିସାରା ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ।

shame

ଆଶ୍ଚର୍ଯ୍ୟର କଥା ହେଉଛି, ଏପରି କରିବା ପରେ ଚାରିଜଣ ମହିଳା ପୁରୁଷଙ୍କୁ ରାସ୍ତାରେ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ବ୍ୟକ୍ତି ଜଣକ ଗଣମାଧ୍ୟମକୁ ନିଜର ଅସୁବିଧା ବିଷୟରେ କହିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତେବେ ସେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ କରିନାହାଁନ୍ତି । ପୀଡିତ ଜଣକ କହିଛନ୍ତି ଯେ ସେ କାମରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି ଯେ ଏହି ଚାରିଜଣ ମହିଳା ଲେଦର କମ୍ପ୍ଲେକ୍ସ ରୋଡରେ ଏକ କାରରେ ପହଞ୍ଚି ତାଙ୍କୁ ଅପହରଣ କରିଥିଲେ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହି ଚାରିଜଣ ମହିଳା ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୁରୁଷ ଜଣକ କହିଛନ୍ତି ଯେ ମହିଳାମାନେ ଏକ ଠିକଣା ପଚାରିବା ବାହାନାରେ ତାଙ୍କୁ ସାଙ୍ଗରେ ନେଇଯାଇଥିଲେ । ସେ କହିଛନ୍ତି ଯେ ସେ ସେମାନଙ୍କୁ ଠିକଣା ଦେଖାଉଥିବାବେଳେ ମହିଳାମାନେ ତାଙ୍କୁ ଚେତାଶୂନ୍ୟ କରିଦେଇଥିଲେ ।

ବ୍ୟକ୍ତି ଜଣକ କହିଛନ୍ତି ଯେ, ସେମାନେ ତାଙ୍କୁ କିଛି ସୁଙ୍ଘାଇ ଥିଲେ, ଫଳରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ପରେ ମହିଳାମାନେ ତାଙ୍କୁ ଏକ ଏଜଣା ଦାଗାକୁ ନେଇ ଯାଇଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି, ପୁରୁଷ ଜଣକ କହିଛନ୍ତି କି ଏହି ଚାରିଜଣ ମହିଳାଙ୍କ ବୟସ 22 ରୁ 23 ବର୍ଷ ମଧ୍ୟରେ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କର ଚେତା ଫେରିଲା, ତାଙ୍କ ଶରୀରରେ କୌଣସି କପଡ଼ା ନଥିବା ସହ ତାଙ୍କୁ ଦଉଡ଼ିରେ ବନ୍ଧାଯାଇଥିଲା ।

ଏହି ବ୍ୟକ୍ତି ଦାବି କରିଛନ୍ତି ଯେ ଏହି ଚାରିଜଣ ମହିଳା ତାଙ୍କୁ 11 ରୁ 12 ଘଣ୍ଟା ପର୍ଯ୍ୟନ୍ତ ବନ୍ଧକ ରଖିଥିଲେ ଏବଂ ପରେ ତାଙ୍କୁ ପ୍ରାୟ 3 ଟା ସମୟରେ ରାସ୍ତାରେ ଛାଡିଦେଇଥିଲେ । ଲଜ୍ଜା ଭୟରେ ଉକ୍ତ ବ୍ୟକ୍ତି ଜଣକ ପୋଲିସ ନିକଟକୁ ଯାଇ ନଥିବା କହିଛନ୍ତି । ଅପରପକ୍ଷରେ ଥାନା ବସ୍ତି ବାୱା ପୋଲିସ ଷ୍ଟେସନର ଅଧିକାରୀ ଗଗନଦୀପ ସିଂହ ସେଖୋନ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପଞ୍ଜୀକୃତ ହୋଇନାହିଁ । ସିଂହ କହିଛନ୍ତି ଯେ ଅଭିଯୋଗ ଆସିବା ପରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ତଦନ୍ତ ଆରମ୍ଭ କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Four Women Kidnapped A Man, Rape Him Overnight in Jalandhar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X