ପାଲମ ଅଞ୍ଚଳରେ ଗୋଟିଏ ପରିବାରର ଚାରି ସଦସ୍ୟଙ୍କ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

ଜାତୀୟ ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ଘରେ ଶୋଇଥିବା ସମୟରେ ଛୁରୀ ଭୁଷି ହତ୍ୟା କରାଯାଇଛି । ଖବର ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ, ସେମାନଙ୍କ ପିତା ଏବଂ ଜେଜେମା ଅଛନ୍ତି ।

ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ଘରେ ଶୋଇଥିବା ସମୟରେ ଛୁରୀ ଭୁଷି ହତ୍ୟା କରାଯାଇଛି । ଖବର ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ, ସେମାନଙ୍କ ପିତା ଏବଂ ଜେଜେମା ଅଛନ୍ତି । ବୁଧବାର ଦିନ ଦିଲ୍ଲୀ ପୋଲିସ ଏହି ଚାରିଜଣ ସଦସ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ନିଶାଶକ୍ତ ଅଭିଯୁକ୍ତ ତାଙ୍କ ଭଉଣୀ, ବାପା ଏବଂ ଜେଜେମାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।

delhi police

ଜଣେ ମହିଳା ଚଟାଣରେ ପଡ଼ିଥିବା ବେଳେ ଘରର ଦୁଇଜଣ ସଦସ୍ୟଙ୍କ ମୃତଦେହ ବାଥରୁମରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପୋଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି । ତେବେ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହାପୂର୍ବରୁ ଉତ୍ତର-ପୂର୍ବ ଦିଲ୍ଲୀର ହର୍ଷ ବିହାର ଅଞ୍ଚଳରେ ମଙ୍ଗଳବାର ଦିନ ଏଭଳି ଅନ୍ୟ ଏକ ଘଟଣା ହୋଇଥିଲା । ଜଣେ 35 ବର୍ଷ ବୟସ୍କ ବ୍ୟକ୍ତିକୁ ତାଙ୍କ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା । ପୋଲିସର ସୂଚନାନୁସାରେ, ଏହି ଦମ୍ପତିଙ୍କ ଉପରେ ଅଧିକ ଋଣ ବୋଝ ଥିଲା ଏବଂ ହତ୍ୟା କରିବା ପୂର୍ବରୁ ଝଗଡା ହୋଇଥିଲା ।
ରବିବାର ଦିନ ପ୍ରାୟ 8.10 ସମୟରେ ପୋଲିସ ଜଣେ ବ୍ୟକ୍ତିଙ୍କଠାରୁ କଲ ପାଇଥିଲା ଯେ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ ମହିଳା ଚେତାଶୂନ୍ୟ ହୋଇପଡିଥିଲେ, ଯାହାର ନାମ ଆର୍ଚନା (30 )। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଘରେ ଉପସ୍ଥିତ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଯୋଗେଶ କୁମାରଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+