For Quick Alerts
Turn On Notification  
For Daily Alerts
Oneindia App Download

ପାଲମ ଅଞ୍ଚଳରେ ଗୋଟିଏ ପରିବାରର ଚାରି ସଦସ୍ୟଙ୍କ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

ଜାତୀୟ ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ଘରେ ଶୋଇଥିବା ସମୟରେ ଛୁରୀ ଭୁଷି ହତ୍ୟା କରାଯାଇଛି । ଖବର ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ, ସେମାନଙ୍କ ପିତା ଏବଂ ଜେଜେମା ଅଛନ୍ତି ।

|

ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ଘରେ ଶୋଇଥିବା ସମୟରେ ଛୁରୀ ଭୁଷି ହତ୍ୟା କରାଯାଇଛି । ଖବର ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ, ସେମାନଙ୍କ ପିତା ଏବଂ ଜେଜେମା ଅଛନ୍ତି । ବୁଧବାର ଦିନ ଦିଲ୍ଲୀ ପୋଲିସ ଏହି ଚାରିଜଣ ସଦସ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ନିଶାଶକ୍ତ ଅଭିଯୁକ୍ତ ତାଙ୍କ ଭଉଣୀ, ବାପା ଏବଂ ଜେଜେମାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।

delhi police

ଜଣେ ମହିଳା ଚଟାଣରେ ପଡ଼ିଥିବା ବେଳେ ଘରର ଦୁଇଜଣ ସଦସ୍ୟଙ୍କ ମୃତଦେହ ବାଥରୁମରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପୋଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି । ତେବେ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହାପୂର୍ବରୁ ଉତ୍ତର-ପୂର୍ବ ଦିଲ୍ଲୀର ହର୍ଷ ବିହାର ଅଞ୍ଚଳରେ ମଙ୍ଗଳବାର ଦିନ ଏଭଳି ଅନ୍ୟ ଏକ ଘଟଣା ହୋଇଥିଲା । ଜଣେ 35 ବର୍ଷ ବୟସ୍କ ବ୍ୟକ୍ତିକୁ ତାଙ୍କ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା । ପୋଲିସର ସୂଚନାନୁସାରେ, ଏହି ଦମ୍ପତିଙ୍କ ଉପରେ ଅଧିକ ଋଣ ବୋଝ ଥିଲା ଏବଂ ହତ୍ୟା କରିବା ପୂର୍ବରୁ ଝଗଡା ହୋଇଥିଲା ।
ରବିବାର ଦିନ ପ୍ରାୟ 8.10 ସମୟରେ ପୋଲିସ ଜଣେ ବ୍ୟକ୍ତିଙ୍କଠାରୁ କଲ ପାଇଥିଲା ଯେ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ ମହିଳା ଚେତାଶୂନ୍ୟ ହୋଇପଡିଥିଲେ, ଯାହାର ନାମ ଆର୍ଚନା (30 )। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଘରେ ଉପସ୍ଥିତ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଯୋଗେଶ କୁମାରଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Four Members Of A Family Stabbed, Accused Arrested In Delhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X