ରାଜଧାନୀରେ ଲଜ୍ଜାଜନକ ଘଟଣା, ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ, ଚାରିଜଣ ରେଳ କର୍ମଚାରୀ ଗିରଫ
ରେଲୱେ ଡିସିପି ହରେନ୍ଦ୍ର ସିଂହ କହିଛନ୍ତି ଯେ ଏହି ଘଟଣା ଜୁଲାଇ 21 ରେ ଘଟିଥିଲା ଏବଂ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବା ସହ ଚାରିଜଣ ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଚାରିଜଣ ଅଭିଯୁକ୍ତ ଷ୍ଟେସନରେ ବିଦ୍ୟୁତ୍ ବିଭାଗରେ କାମ କରୁଥିଲେ ।
ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଚାରିଜଣ ରେଳ କର୍ମଚାରୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ 30 ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରେଲୱେ ଡିସିପି ହରେନ୍ଦ୍ର ସିଂହ କହିଛନ୍ତି ଯେ ଏହି ଘଟଣା ଜୁଲାଇ 21 ରେ ଘଟିଥିଲା ଏବଂ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବା ସହ ଚାରିଜଣ ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଚାରିଜଣ ଅଭିଯୁକ୍ତ ଷ୍ଟେସନରେ ବିଦ୍ୟୁତ୍ ବିଭାଗରେ କାମ କରୁଥିଲେ ଏବଂ ଏହି ଭିଭତ୍ସ ଘଟଣା ରେଳ ଷ୍ଟେସନରେ ଥିବା ଇଲେକ୍ଟ୍ରିକ୍ ମେଣ୍ଟେନାନ୍ସ ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ କରାଯାଇଥିଲା ।

ଡିସିପି ହରେନ୍ଦ୍ର ସିଂହ କହିଛନ୍ତି ଯେ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର 8-9 ରେ ଇଲେକ୍ଟ୍ରିକ୍ ମେଣ୍ଟେନାନ୍ସ ଷ୍ଟାଫ୍ କ୍ୱାର୍ଟର ଭିତରେ ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଗୁରୁବାର ବିଳମ୍ବିତ ରାତି ପ୍ରାୟ 2.27 ମିନିଟରେ ଏହି ଘଟଣା ସଂପର୍କରେ ଏକ କଲ ଆସିଥିଲା, କିନ୍ତୁ ଯେତେବେଳେ କର୍ମଚାରୀମାନେ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ଖୋଜୁଥିଲେ, ସେତେବେଳେ ମହିଳା ଜଣକ ମିଳି ନଥିଲେ । ଏହା ପରେ ଯେତେବେଳେ ଯୋଗାଯୋଗ କରାଯାଇଥିଲା, ମହିଳା ଜଣକ କହିଥିଲେ ଯେ ସେ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର 8-9 ରେ ଠିଆ ହୋଇଛନ୍ତି ।
ସୂଚନାନୁସାରେ, ପୀଡିତା ମହିଳା ଗତ ଏକ ବର୍ଷ ଧରି ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ତାଙ୍କ ଛାଡପତ୍ର ମାମଲା କୋର୍ଟରେ ଚାଲିଛି । ପ୍ରାୟ ଦୁଇ ବର୍ଷ ପୂର୍ବେ ମହିଳା ଜଣଙ୍କ ଜଣେ ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ ଏବଂ ରେଳ କର୍ମଚାରୀ ଭାବରେ ଉକ୍ତ ମହିଳାଙ୍କୁ ପରିଚୟ ଦେବା ସହ ତାଙ୍କୁ ଚାକିରୀ ଦେବାର ପ୍ରତିଶୃତି ଦେଇଥିଲେ । ଏହା ପରେ ଦୁହେଁ ଫୋନରେ କଥାବାର୍ତ୍ତା ଜାରି ରଖିଥିଲେ ଏବଂ ଜୁଲାଇ 21 ରେ ଅଭିଯୁକ୍ତ ଜଣକ ଜନ୍ମଦିନ ଭୋଜିରେ ମହିଳାଙ୍କୁ ତାଙ୍କ ଘରକୁ ଡାକିଥିଲେ ।
ମହିଳା ଜଣକ ଦିଲ୍ଲୀର କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନରେ ରାତି ପ୍ରାୟ ସା: 10.30 ରେ ଓହ୍ଲାଇଥିଲେ, ଅଭିଯୁକ୍ତ ତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନର 8-9 ପ୍ଲାଟଫର୍ମ ନମ୍ବରକୁ ଆଣିଥିଲା । ଅଭିଯୁକ୍ତ ମହିଳାଙ୍କୁ ପ୍ଲାଟଫର୍ମରେ ନିର୍ମିତ ବୈଦ୍ୟୁତିକ ରକ୍ଷଣାବେକ୍ଷଣ କର୍ମଚାରୀ କ୍ୱାର୍ଟରରେ ବସିବାକୁ କହିଥିଲେ । ଏହା ପରେ ଅଭିଯୁକ୍ତ ତାଙ୍କ ତିନି ସାଙ୍ଗଙ୍କ ସହ କ୍ୱାର୍ଟରକୁ ଆସି କବାଟ ବନ୍ଦ କରି ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ଅଭିଯୁକ୍ତର ଦୁଇଜଣ ସହଯୋଗୀ ବାହାରେ ଠିଆ ହୋଇ ଜଗି ରହିଥିଲେ ।












Click it and Unblock the Notifications