ପୂର୍ବତନ ସରପଞ୍ଚଙ୍କ ଉପରେ ମଡ଼ାଇଦେଲେ କାର୍, ଯୁବ ନେତାଙ୍କ ମୃତ୍ୟୁ
ଗଞ୍ଜାମ : ପୂର୍ବତନ ସରପଞ୍ଚଙ୍କ ଉପରେ ଚଢାଇ ଦେଲେ କାର୍ । କାର୍ ମଡ଼ାଇ କରିଦେଲେ ହତ୍ୟା । ମୃକତ ହେଉଛନ୍ତି ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁର ପୂର୍ବତନ ସରପଞ୍ଚ ତଥା ଯୁବ ନେତା ଲଳିତ ମୋହନ ମହାପାତ୍ର । ସେ ବିଜେଡ଼ିର ଜଣେ ଯୁବ ନେତା ।

ଗତକାଲି ରାତିରେ ସେହି ଅଞ୍ଚଳର ଜଣେ ଯୁବକ କାର ମଡ଼ାଇ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଗତକାଲି ଅଭିଯୁକ୍ତ ଯୁବକଙ୍କ ସହ ଲଳିତଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ଓ ହାତାହାତି ହୋଇଥିଲା । ଝଗଡ଼ା ପରେ ଲଲିତ ସେଠାରୁ ତାଙ୍କ ବୁଲେଟ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ହେଲେ ଯୁବକ ଜଣଙ୍କ ଏକ କାରରେ ପିଛା କରି ଆସି ତାଙ୍କୁ ଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଞ୍ଚଳରେ ପଛ ପଟୁ ଜୋରରେ ଧକ୍କା ଦେବା ସହ ଘୋଷାଡି ନେଇଥିଲେ । ପରେ ନିଜେ କାରରେ ତାଙ୍କୁ ଆଣି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରି ସେଠାରୁ ଫେରାର ହୋଇଯାଇଥିଲେ ।
ଏ ସଂକ୍ରାନ୍ତରେ ଲଲିତଙ୍କ ପରିବାର ପକ୍ଷରୁ କେ ନୂଆଗାଁ ଥାନାରେ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପୋଷ୍ଟମୋଟର୍ମ ପାଇଁ ଏମକେସିଜି ମେଡିକାଲକୁ ଶବକୁ ପଠାଇ ଦିଆଯାଇଛି ।












Click it and Unblock the Notifications