ଯବାନଙ୍କୁ ସଂଘ ବଦ୍ଧ ଆକ୍ରମଣ କରି ହତ୍ୟା ମାମଲା, 5 ଗିରଫ
ଛତ୍ରପୁର: କ୍ରିକେଟ ଖେଳରୁ ଆରମ୍ଭ ଝଗଡ଼ାରେ ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା ଯବାନ ଜେ.ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୁଲିସ 5 ଜଣଙ୍କୁ ଗିରଫ କରିଛି ।
ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର, ଜେ.କଲ୍ୟାଣୀ ପାତ୍ର, ବି.ଚିନେୟା ପାତ୍ର ଏବଂ ନିମଖଣ୍ତି ଥାନା ଜି.ଜଗନ୍ନାଥପୁର ପାଲିଗାଁର ସିଏଚ୍.ବିକି କୁମାର ପାତ୍ର ଓ ବି. ବୁଲୁ ପାତ୍ର । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ ଫେରାର ଥିବା ବେଳେ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ଏହାସହ ଘଟଣାରେ ଅନ୍ୟ କାହାରି ସଂପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି ବୋଲି ଗଞ୍ଜାମ ଏସ୍ପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ଉଲ୍ଲେଖଥାଉକି, ଗତ 3 ତାରିଖରେ ଗୋପାଳପୁର ଠାରେ ଚାଲିଥିବା କ୍ରିକେଟ ମ୍ୟାଚରେ ଅତିଥି ଭାବେ ଡିଲେଶ୍ୱର ଯୋଗଦେଇଥିଲେ । ସେଠାରେ ମଧ୍ୟ ତାଙ୍କର ଅଭିଯୁକ୍ତଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ସେଠାରୁ ଡିଲେଶ୍ୱର ଫେରୁଥିବାବେଳେ ପୂର୍ବ ଯୋଜନା ମୁତାବକ ହରିପୁର ଛକଠାରେ ଅଭିଯୁକ୍ତମାନେ ପୂର୍ବରୁ ଲୁଚି ରହିଥିଲେ। ସେମାନେ ଅଚାନକ ଡିଲେଶ୍ୱରଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଗତ ଗୁରୁବାର ତାଙ୍କ ମୃତ୍ୟୁ ହୋଇଥିଲା ।
ଏନେଇ ଡିଲେଶ୍ୱରଙ୍କ ମା' ଚମାଖଣ୍ଡି ଥାନାରେ ଏତଲା ଦେବା ପରେ ଏହାର ତଦନ୍ତ ପାଇଁ ପୁଲିସ୍ ଏକାଧିକ ଟିମ୍ ଗଠନ କରିଥିଲା । ଏପରିକି ବ୍ରହ୍ମପୁରଠୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇ ଅଭିଯୁକ୍ତ 5 ଜଣଙ୍କୁ ଗିରଫ କରାଯାଇଛି ।
ଏହା ପୂର୍ବରୁ ଗଣେଶ ପୂଜା ସମୟରେ ଡିଲେଶ୍ବର ଗାଁକୁ ଆସିଥିବା ବେଳେ ଭସାଣି ବେଳେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ଡିଲେଶ୍ବର ଗୋଟିଏ ଗୋଷ୍ଠୀର ନେତୃତ୍ବ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଅଭିଯୁକ୍ତ ସିଏଚ୍.ଶେଖର ପାତ୍ର ଓ ବି.ଚେନେୟା ପାତ୍ର ନେତୃତ୍ବ ନେଉଥିଲେ । ସେତେବେଳେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା । ଏହାପରେ ଜେ.କଲ୍ୟାଣୀ ପାତ୍ର କୁଆଡ଼େ ଡିଲେଶ୍ବରଙ୍କ ହ୍ବାଟସ୍ଆପ୍କୁ ହ୍ୟାକ୍ କରି ଏହାକୁ ଅପବ୍ୟବହାର କରି ପୁରୁଣା କଥାକୁ ନେଇ ବିବାଦ ସୃଷ୍ଟି କରିଥିଲା, ଯେଉଁଥିପାଇଁ ଡିଲେଶ୍ବର କଲ୍ୟାଣୀକୁ ଗାଲିଗୁଲଜ କରିଥିଲେ ।
ଗତମାସ ୧୦ ତାରିଖରେ ପୁଣି ଗ୍ରାମରେ ଦେବୀ ନନ୍ଦିଆମା ପୂଜା ଉତ୍ସବ ବେଳେ ଅଭିଯୁକ୍ତ ଶେଖର ଏବଂ କଲ୍ୟାଣୀର ବନ୍ଧୁ ଲୋଚାପଡାର ବି.ବୁଲୁ ପାତ୍ର ଏବଂ ରାମପଲ୍ଲୀର ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ୍ ଯୋଗ ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀ ଶେଖର ଓ କଲ୍ୟାଣୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଗତ 3 ତାରିଖରେ ଗୋପାଳପୁର ରେଗେଡି ଗ୍ରାମ ଏବଂ ବ୍ରହ୍ମପୁରର ଏକ ଦଳ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୋଇଥିଲା । ଗୋପାଳପୁରରେ ଉକ୍ତ ମ୍ୟାଚ୍କୁ 10 ଦିନ ପୂର୍ବରୁ ଛୁଟିରେ ଆସିଥିବା ଯବାନ ଡିଲେଶ୍ବର ଅତିଥି ଭାବରେ ଯାଇଥିଲେ । ଶେଖର, ବି.ଚିନେୟା, ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ ସେଠାରେ ଉପସ୍ଥିତ ଥିଲେ । କ୍ରିକେଟ୍ ମ୍ୟାଚ୍ ପରେ ମୃତ ଡିଲେଶ୍ବରଙ୍କ ସହ ଶେଖର, କଲ୍ୟାଣୀ ଓ ଚିନେୟାଙ୍କ ପୂର୍ବ ବିବାଦରୁ ବଚସା ହୋଇଥିଲା । ଅଭିଯୁକ୍ତମାନେ ଯୋଜନା ମୁତାବକ ଡିଲେଶ୍ବରଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ହରିପୁର ଛକ ଠାରେ ଅପେକ୍ଷା କରିଥିଲେ । ଡିଲେଶ୍ବର କିଛି ବନ୍ଧୁଙ୍କ ସହ ସେହି ରାସ୍ତା ଦେଇ ଆସିଲା ବେଳେ ଅଭିଯୁକ୍ତମାନେ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ । ଯବାନଙ୍କ ସହ ଆସିଥିବା ଇ.ଚିନେୟା ଅଭିଯୁକ୍ତଙ୍କ ବକଳରୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications