ଉତ୍ତରପ୍ରଦେଶରେ ପଞ୍ଜିକରଣ ହେଲା 'ଲଭ୍ ଜିହାଦ୍'ର ପ୍ରଥମ ମାମଲା

ପୋଲିସର ସୂଚନା ଅନୁସାରେ, ଝିଅର ବାପା ମା ଅଭିଯୋଗ କରିଛନ୍ତି, ସେହି ଗ୍ରାମର ଜଣେ ମୁସଲମାନ ଯୁବକ ତାଙ୍କ ଝିଅକୁ ଧର୍ମ ପରିବର୍ତ୍ତନ କରିବା ସହ ବିବାହ କରିବାକୁ ବାଧ୍ୟ କରୁୁଥିଲା |

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟରେ ପ୍ରଥମ 'ଲଭ୍ ଜିହାଦ୍' ମାମଲା ପଞ୍ଜିକୃରଣ ହୋଇଛି | ଲକ୍ଷ୍ନୌ ଠାରୁ 250 କିଲୋମିଟର ଦୂର ବରେଲି ଜିଲ୍ଲାର ଦେଓରାଣିଆ ପୋଲିସ୍ ଷ୍ଟେସନରେ ଏହି ମାମଲା ରୁଜୁ କରଯାଇଥିବା ନେଇ ସୂଚନା ମିଳିଛି | ପୋଲିସର ସୂଚନା ଅନୁସାରେ, ଝିଅର ବାପା ମା ଅଭିଯୋଗ କରିଛନ୍ତି, ସେହି ଗ୍ରାମର ଜଣେ ମୁସଲମାନ ଯୁବକ ତାଙ୍କ ଝିଅକୁ ଧର୍ମ ପରିବର୍ତ୍ତନ କରିବା ସହ ବିବାହ କରିବାକୁ ବାଧ୍ୟ କରୁୁଥିଲା |

Love-Jihad

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉଭାଇସ ନାମକ ଏହି ଯୁବକ ଝିଅର ସହପାଠୀ ଏବଂ ତାକୁ ଅନ୍ୟତ୍ର ବିବାହ ନକରାଇବାକୁ ଜିଅର ବାପା ମାଙ୍କୁ ଧମକ ଦେଇଆସୁଥିଲା |

ପିତାମାତା କହିଛନ୍ତି ଯେ, ସେମାନେ ଧମକରେ ଭୟ କରି ଝିଅକୁ ଅନ୍ୟତ୍ର ବିବାହ କରାଇଛନ୍ତି, କିନ୍ତୁ ସେ ଯୁବକ ତାଙ୍କ ଝିଅକୁ ବାରମ୍ବାର ଫଲୋ କରୁଛି | ଅଭିଯୁକ୍ତମାନେ ଆମକୁ ଏବଂ ଝିଅର ଶାଶୁଘର ଲୋକଙ୍କୁ ମଧ୍ୟ ଗୁଳିକରିବାକୁ ଧମକ ଦେଇଛନ୍ତି | ପୋଲିସ କହିଛି ଯେ ସେମାନେ ନୂତନ ନିୟମ ଅନୁଯାୟୀ ମାମଲା ରୁଜୁ କରିଛନ୍ତି ଏବଂ ଏହାର ଯାଞ୍ଚ କରାଯାଉଛି | ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ଅଛନ୍ତି ବୋଲି ପୋଲିସ କହିଛି | ରାଜ୍ୟର ଏହି ନୂତନ ନିୟମରେ ସର୍ବାଧିକ ଦଶ ବର୍ଷ ଜେଲଦଣ୍ଡାଦେଶ ରହିଛି ଏବଂ ବିବାହ ଉଦ୍ଦେଶ୍ୟରେ ପ୍ରତାରଣା କିମ୍ବା ଅନ୍ୟ କୌଣସି ଠକାମି ମାଧ୍ୟମରେ ଧାର୍ମିକ ପରିବର୍ତ୍ତନ ପାଇଁ ଜୋରିମାନା ମଧ୍ୟ କରାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+