ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିକାଣ୍ଡ, ଖେଳିଲା ଆତଙ୍କ
ଗୁଳି ବିନିମୟ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ଦୁଇଜଣ ଓକିଲ ଆହତ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ତେବେ ପୋଲିସ ଅଧିକାରୀ ଏହାକୁ ଅସ୍ୱୀକାର କରୁଛନ୍ତି
ନୂଆଦିଲ୍ଲୀ : ଗୁଳିକାଣ୍ଡ ହେତୁ ଶୁକ୍ରବାର ଜାତୀୟ ରାଜଧାନୀର ରୋହିଣୀ କୋର୍ଟରେ ଆତଙ୍କ ଖେଳିଯାଇଛି । ପରେ ଏହା ଜାଣିବାକୁ ମିଳିଥିଲା ଯେ ଏହି ଗୁଳି ବିନିମୟ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ଦୁଇଜଣ ଓକିଲ ଆହତ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ତେବେ ପୋଲିସ ଅଧିକାରୀ ଏହାକୁ ଅସ୍ୱୀକାର କରୁଛନ୍ତି । ଏହି ଘଟଣା ପରେ ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ, ସୁରକ୍ଷା ଯାଞ୍ଚ ସମୟରେ ଆଇନଜୀବୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଜଣେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ଗୁଳିର ଶବ୍ଦ ଶୁଣି ଲୋକମାନେ ନିରାପଦ ସ୍ଥାନକୁ ଦୌଡିବାକୁ ଲାଗିଲେ । ସେମାନେ ଭାବିଥିଲେ ଯେ କୋର୍ଟ ପରିସରରେ ପୁଣି ଗ୍ୟାଙ୍ଗ ୱାର ହୋଇଛି, କିନ୍ତୁ ପରେ ଜଣାପଡିଛି ଯେ ପୋଲିସ୍ ଗୁଳି ଚଳାଇଛି । ଘଟଣାର କିଛି ସମୟ ପରେ ଦିଲ୍ଲୀ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।
ପୂର୍ବରୁ ହୋଇଥିଲା ଗ୍ୟାଙ୍ଗୱାର
ଆପଣଙ୍କୁ କହି ରଖୁଛୁ ରୋହିଣୀ କୋର୍ଟରେ ଗୁଳି ବିନିମୟର ଏହା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ସେପ୍ଟେମ୍ବରରେ ମଧ୍ୟ କୋର୍ଟ ପରିସରରେ ଏକ ଗ୍ୟାଙ୍ଗ ୱାର ହୋଇଥିଲା । ସେହି ସମୟରେ ଦୁଇଜଣ ଦୁବୃର୍ତ୍ତ କୋର୍ଟରେ ପହଞ୍ଚିଥିବା ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀ ଉପରକୁ ଗୁଳି ଚଲାଇଥିଲେ । ତେବେ ଏହାର ଜବାବରେ ପୋଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା । ଏପରିକି ପୋଲିସକୁ ଚକମା ଦେବା ପାଉଁ ସେମାନେ ଓକିଲଙ୍କ ପୋଷାକରେ ପହଞ୍ଚିଥିଲେ । ଏହାପର ଠାରୁ ସେଠାରେ ବର୍ତ୍ତମାନ କଡା ସୁରକ୍ଷା ବ୍ୟବସ୍ଥା ରହିଛି ।












Click it and Unblock the Notifications