ଦିନ ଦ୍ୱି ପ୍ରହରରେ ଫୁଟିଲା ଗୁଳି, ଲୁଟ୍ ଉଦ୍ୟମ କରି ଗୁଳିମାଡ଼ କଲେ ଦୁବୃର୍ତ୍ତ
ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ସହରରେ ଫୁଟିଲା ଗୁଳି । ଧନୁପାଲି ରେ ଏକ ଗହଣା ଦୋକାନରୁ ଲୁଟ୍ ଉଦ୍ୟମ କରିବା ବେଳେ ଗୁଳି ମାଡ଼ କରିଛନ୍ତି ଦୁବୃର୍ତ୍ତ । ଫଲରେ ଜଣେ ଆହତ ହୋଇଛନ୍ତି । ଆହତ ଜଣକ ଅଳଙ୍କାର ଦୋକାନର ମାଲିକ । ଆହତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ଦ୍ୱିପ୍ରହରରେ ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ ହୋଇଛି । 3 ଟି ବାଇକରେ 6 ଜଣ ଦୁର୍ବୃତ୍ତ ଆସିଥିଲେ । ସୁନା ଦୋକାନରେ ଗୁଳି ଫୁଟାଇ ଗହଣା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର ହେଲା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଗୁରୁତର ଗହଣା ଦୋକାନ ମାଲିକ ସୁଜିତ ସୋନାରଙ୍କୁ ବୁର୍ଲା ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଗୁରୁତର ଗହଣା ଦୋକାନ ମାଲିକଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ମେଡିକାଲକୁ ପଠାଇଛି ।ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଦେଇଛି । ତେବେ ଦୁର୍ବୃତ୍ତମାନେ ଗହଣା ଲୁଟିବା ପାଇଁ ଆସିଥିଲେ କି ଗହଣା ଦୋକାନୀ ମାଲିକଙ୍କୁ ହତ୍ୟା କରିବାକୁ ଉଦ୍ଦେଶ୍ୟ ରଖିଥିଲେ ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ।












Click it and Unblock the Notifications