ନିଜ କୁନି ପୁଅକୁ ହାଣିଦେଲା ବାପ, ଗିରଫ ହେଲା ପୁତ୍ରହନ୍ତା ପିତା
ରାଉରକେଲା: ବନ୍ଧା ହେଲା ପୁତ୍ରହନ୍ତା ପିତା । ନିଜ 4 ବର୍ଷର ପୁଅକୁ ହତ୍ୟା କରିଛି ବାପା । ନୃଶଂସ ବାପାର ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ବ୍ରାହ୍ଣଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଞ୍ଚାୟତରେ ।

ପାରିବାରିକ କଳହକୁ କେନ୍ଦ୍ରକରି ନିଜ 4 ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସୈତାନ ବାପ । ପତ୍ନୀ ଓ ଦୁଇ ପଡ଼ୋଶୀ ମଧ୍ୟ ଗୁରୁତର ଆହଗତ ହୋଇଛନ୍ତି । ଅଭିଯୁକ୍ତ ବୁଧେଶ୍ୱର ସିଂହକୁ ଗିରଫ କରାଯାଇଛି । ଗୁରତର ଆହତ ହେଉଛନ୍ତି ପତ୍ନୀ ପ୍ରମିଳା ସିଂ, ଦୁଇ ପଡ଼ୋଶୀ ଲାକି କୁମ୍ଭାର ଓ ଘାସି କିସାନ ।
ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ହତ୍ୟାକାରୀ ବାପା ବୁଧେଶ୍ୱର ସିଂହଙ୍କୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ଆଜି ଦିନ ପ୍ରାୟ ଏଗାରଟାରେ ଏହି ଘଟଣା ଘଟିଛି । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ।












Click it and Unblock the Notifications