ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ବାରାଣାସୀରେ ଏନକାଉଣ୍ଟର, ଦୁଇ ଲକ୍ଷ ଟଙ୍କା ପୁରସ୍କାର ଥିବା ମନୀଷ ମୃତ
ଆରମ୍ଭ ହୋଇନି ଯୋଗୀଙ୍କ ଦ୍ୱିତୀୟ ପାଳି । ଶପଥ ଗ୍ରହଣ ପୂର୍ବରୁ ବାରାଣାସୀରେ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଥିବା ମନୀଷ ସିଂହ ଓରଫ୍ ସୋନୁଙ୍କୁ ଲୋହଟା ଅଞ୍ଚଳରେ ୟୁପି ଏସଟିଏଫ୍ ଏନକାଉଣ୍ଟର କରିଛି ।
ବାରଣାସୀ : ଆରମ୍ଭ ହୋଇନି ଯୋଗୀଙ୍କ ଦ୍ୱିତୀୟ ପାଳି । ଶପଥ ଗ୍ରହଣ ପୂର୍ବରୁ ବାରାଣାସୀରେ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଥିବା ମନୀଷ ସିଂହ ଓରଫ୍ ସୋନୁଙ୍କୁ ଲୋହଟା ଅଞ୍ଚଳରେ ୟୁପି ଏସଟିଏଫ୍ ଏନକାଉଣ୍ଟର କରିଛି ।

ୟୁପି ଏସଟିଏଫ ଏବଂ ବାରାଣାସୀ କମିଶନର ପୋଲିସର ଟିମ୍ ବନାରସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ମନୀଷ ସିଂହ ଓରଫ୍ ସୋନୁ ପଛରେ ବହୁ ଦିନ ଧରି ଲାଗିଥିଲେ । ସୋମବାର ଅପରାହ୍ନରେ ବାରଣାସୀର ଲୋହଟା ପୋଲିସ ଷ୍ଟେସନ ଅଞ୍ଚଳରେ ବଙ୍କଟ୍ ରେଳ କ୍ରସିଂ ନିକଟରେ ମନୀଷ ସିଂହ ଥିବାର ଖବର ମିଳିଥିଲା । ଯାହା ପରେ ୟୁପି ଏସଟିଏଫର ଦଳ ଏହି ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ କରିଥିଲେ ।
ପୋଲିସ ଘେରି ରହିଥିବାର ଦେଖି ମନୀଷ ଗୁଳି ଚଳାଇବା ଆରମ୍ଭ କରିଥିଲା । ଏହାର ଜବାବରେ ପୋଲିସ୍ ମଧ୍ୟ ଗୁଳି ଚଳାଇଥିଲା । ପୋଲିସ୍ ଗୁଳିରେ ମନୀଷର ମୃତ୍ୟୁ ହୋଇଥିଲା । ଦୁଇ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିବା ଅପରାଧୀ ମନୀଷ ସିଂହ ସୋନୁ ବିରୋଧରେ ବାରଣାସୀ, ମିର୍ଜାପୁର, ଆଜମଗଡ ଏବଂ ଅନ୍ୟାନ୍ୟ ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ମାମଲାରେ 36 ରୁ ଅଧିକ ମାମଲା ରୁଜୁ ହୋଇଛି । ତାର ଅପରାଧିକ ରେକର୍ଡକୁ ଦୃଷ୍ଟିରେ ରଖି ଗତ ବର୍ଷ ମନୀଷ ଛଦ୍ମନାମ ସୋନୁ ନାମରେ 2 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।












Click it and Unblock the Notifications