ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା କାରବାରର ତଦନ୍ତ କରିବ ଇଡି
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା କାରବାରର ତଦନ୍ତ କରିବ ଇଡି
ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପାଠକ ବାପ-ପୁଅଙ୍କ ଟଙ୍କା କାରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ପରିସରଭୁକ୍ତ କରିଥିଲା । ଏବେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ତଦନ୍ତ ଭିତରକୁ ଆଣିବ ଇଡି । ଏନେଇ କ୍ରାଇମବ୍ରାଞ୍ଚକୁ ଏତଲା କପି ମାଗଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଜ୍ୱାଇଁ ଆକାଶ ପାଠକଙ୍କ ନାଁ ନେଇ ଗୋପାଳପୁରରେ ନିର୍ମାଣଧିନ ଟାଟାର ପ୍ରକଳ୍ପରେ ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଆଣିଥିଲେ ପ୍ରଦୀପ । ଏନେଇ କ୍ରାଇମବ୍ରାଞ୍ଚ ସୁରାକ ପାଇବା ପରେ ସମସ୍ତ ତଥ୍ୟ ସହ ଗତକାଲି ପ୍ରଦୀପଙ୍କୁ ଗିରଫ କରିଥିଲା । ଗିରଫ ପରେ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା ଇଡି । ଝାରପଡା ଡେଲ୍ ବିଚାର ବିଭାଗୀୟ ହାଜତରେ ପ୍ରଦୀପ ଏବେ 14 ନମ୍ବର ଓ୍ୱାର୍ଡରେ ସଙ୍ଗରୋଧରେ ଅଛନ୍ତି ।












Click it and Unblock the Notifications