Get Updates
Get notified of breaking news, exclusive insights, and must-see stories!

ଗୋପାଳପୁରରୁ ଝାରପଡା ଭାୟା କ୍ରାଇମବ୍ରାଞ୍ଚ : 14 ଦିନିଆ ବିଚାର ବିଭାଗୀୟ ହାଜତକୁ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି ।

ଭୁବନେଶ୍ୱର : ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି । SDJM କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ 14 ଦିନ ପାଇଁ ଝାରପଡା ଜେଲ୍ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ସେଠାରେ ପ୍ରଦୀପଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ପ୍ରଦୀପ ଉଚ୍ଚ ରକ୍ତ ଚାପ ଓ ମଧୁମେହ ରୋଗରେ ପୀଡିତ ବୋଲି ଜାମିନରେ ଦର୍ଶାଇଥିଲେ ତାଙ୍କ ଓକିଲ ।

ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପଙ୍କ ଉପଯୁକ୍ତ ଯତ୍ନ ପାଇଁ କୋର୍ଟରେ ଆବେଦନ କରିଥିଲେ ତାଙ୍କ ଓକିଲ । ହେଲେ ଏହାକୁ ଖାରଜ କରିଦେଇଥିଲେ କୋର୍ଟ । ଜାମିନ ଆବେଦନ ଖାରଜ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ଏବେ ନ୍ୟାୟଳୟ ଆଶ୍ରା ନେବୁ ବୋଲି କହିଛନ୍ତି ସୁଜାତା ।
ଏଠାରେ ସୂଚନାଥାଉକି, ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ପ୍ରଦୀପଙ୍କ ବିରୋଧରେ 419, 420, 467, 468, 469 ଓ 120-ବି ଭଳି ସଙ୍ଗୀନ ଦଫା ଲଗାଇଛି କ୍ରାଇମବ୍ରାଞ୍ଚ ।

ଗୋପାଳପୁରରେ ଚାଲିଥିବା ଟାଟା ପ୍ରକଳ୍ପ ପାଇଁ ଲୋକଙ୍କୁ ଚାକିରି ଦେବାର ପ୍ରତିଶୃତି ଦେଇ ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । କ୍ରାଇମବ୍ରାଞ୍ଚର ଟିମ୍ ଏହି ମାମଲାରେ ବ୍ରହ୍ମପୁର ଯାଇ ତନାଘନା କରିଥିଲା । ପରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନେଇ କ୍ରାଇମବ୍ରାଞ୍ଚ ଆଜି ସନ୍ଧ୍ୟାରେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ଆଣିଥିଲା । କ୍ରାଇମବ୍ରାଞ୍ଚର ସାଇବର ଥାନାରେ ତାଙ୍କୁ ଅଟକ ରଖିବା ପରେ ଗିରଫ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+