For Quick Alerts
Turn On Notification  
For Daily Alerts
Oneindia App Download

ନିର୍ବାଚନ ଆଗରୁ ପଞ୍ଜାବ ସିଏମ ଚରଣଜିତ ସିଂହ ଚନ୍ନୀଙ୍କ ପୁତୁରା ଭୁପିନ୍ଦର ସିଂହଙ୍କ ଘରେ ଇଡି ଚଢାଉ, ଏହି ମାମଲାରେ ଆସିଛି ନାଁ

ପଞ୍ଜାବରେ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ପୁତୁରା ଭୁପିନ୍ଦର ସିଂହ ହନିଙ୍କ ଉପରେ ଇଡ଼ି ଚଢାଉ କଂଗ୍ରେସର ସମସ୍ୟାକୁ ବଢାଇ ଦେଇଛି ।

|

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ପୁତୁରା ଭୁପିନ୍ଦର ସିଂହ ହନିଙ୍କ ଉପରେ ଇଡ଼ି ଚଢାଉ କଂଗ୍ରେସର ସମସ୍ୟାକୁ ବଢାଇ ଦେଇଛି । ରାଜ୍ୟରେ ବିଧାନସଭା ନିର୍ବାଚନର ଏକ ମାସ ପୂର୍ବରୁ ବେଆଇନ ବାଲି ଖନନକାରୀଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚର ଏକ ଅଂଶ ଭାବରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ମୋହାଲିରେ ଭୁପିନ୍ଦର ସିଂହ ହନିଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା ।

Charanjit Singh Channi

ପ୍ରାପ୍ତ ସୂଚନା ଅନୁଯାୟୀ ପଞ୍ଜାବର 10 ରୁ 12 ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଚଢାଉ କରିଛନ୍ତି । ମନି ଲଣ୍ଡରିଂ ଆକ୍ଟ (PMLA) ର ବ୍ୟବସ୍ଥା ଅନୁଯାୟୀ ଏଜେନ୍ସି ଏହି ପଦକ୍ଷେପ ନେଇଛି ।

ସୂଚନାଯୋଗ୍ୟ, ପଞ୍ଜାବରେ ଫେବୃଆରୀ 20 ରେ ବିଧାନସଭା ନିର୍ବାଚନ ହେବ ଏବଂ ମାର୍ଚ୍ଚ 10 ରେ ପଞ୍ଜାବର ଫଳାଫଳ ଘୋଷଣା କରାଯିବ । କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ସମ୍ପର୍କୀୟ ଭୁପିନ୍ଦରଙ୍କ ଉପରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ତାଙ୍କ ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇପାରେ ।

କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ବାରମ୍ବାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଉପରେ ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଅପବ୍ୟବହାର ଏବଂ ସେମାନଙ୍କ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସିବିଆଇ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାବେଳେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏଥି ସହିତ ଗତ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅଭିଯୋଗ କରିଥିଲେ ଯେ ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକ ବେଆଇନ ବାଲି କାରବାରରେ ଲିପ୍ତ ଅଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଦାବି କରିଛନ୍ତି ଯେ ସେ ଏହି ବ୍ୟବସାୟରେ ଜଡିତ ବିଧାୟକଙ୍କ ବିଷୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ED raids the house of CM Charanjit Singh Channi nephew Bhupinder Singh Honey
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X