ମନି ଲଣ୍ଡରିଂ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ଭଉଣୀ ହସିନା ପାରେକର ଘରେ ଇଡି ଚଢାଉ
ମହାରାଷ୍ଟ୍ରର ଜଣେ ରାଜନେତା ମଧ୍ୟ ଇଡି ଦ୍ୱାରା ଯାଞ୍ଚ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସ୍କାନରରେ ଅଛନ୍ତି । ଏହି ଅପରେସନରେ ଇଡି ଅଧିକାରୀମାନେ ଦାଉଦ୍ ଇବ୍ରାହିମର ଭଉଣୀ ହସିନା ପାରେକର ଘରେ ମଧ୍ୟ ପହଞ୍ଚିଛନ୍ତି ।
ମୁମ୍ବାଇ : ମଙ୍ଗଳବାର ପୂର୍ବାହ୍ନରେ, ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛି । ଇଣ୍ଡିଆ ଟୁଡେ ସୂତ୍ର ଅନୁଯାୟୀ,
ଆପଣଙ୍କୁ କହି ରଖୁଛୁ ହସିନା ପାରେକରଙ୍କ ମୃତ୍ୟୁ ହୋଇସାରିଛି । ଡନ୍ ଦାଉଦ୍ ଇବ୍ରାହିମର ଠିକଣା କୁହାଯାଉଥିବା ସମସ୍ତ ଜାଗାରେ ଇଡି ଚଢାଉ କରୁଛି । 1980 ଦଶକରେ ଭାରତ ଛାଡି ପଳାୟନ କରି ଦାଉଦ୍ ଇବ୍ରାହିମ୍ ଏକ ବିଶାଳ ବାଣିଜ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା କୁହାଯାଏ ।

ନିକଟରେ ପଞ୍ଜାବରେ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସଂଗଠିତ ଅପରାଧ ସିଣ୍ଡିକେଟର ସମ୍ପୃକ୍ତି ଦେଖିବାକୁ ମିଳିଥିଲା, ଯାହାକି ପାକିସ୍ତାନର ଆଇଏସଆଇ ପଞ୍ଜାବରେ ଆତଙ୍କବାଦ ବ୍ୟାପ୍ତ କରିବା ପାଇଁ ଅଣ୍ଡରୱାର୍ଲ୍ଡର ବ୍ୟବହାର କରିବା ଆରମ୍ଭ କରିଛି ବୋଲି ଆଶଙ୍କା କରାଯାଉଛି । ଏହି ମାସ ଆରମ୍ଭରୁ ସୁରକ୍ଷା ଏଜେନ୍ସିମାନେ 1993 ମସିହାରେ ମୁମ୍ବାଇର ସିରିଏଲ ବିସ୍ଫୋରଣର ଅଭିଯୁକ୍ତ ତଥା ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ଆବୁ ବକରକୁ ଗିରଫ କରିଥିଲା । 29 ବର୍ଷର ସନ୍ଧାନ ପରେ ସେ ସଂଯୁକ୍ତ ରାଷ୍ଟ୍ରରେ ଧରାପଡିଥିଲା ।
Enforcement Directorate (ED) is carrying out searches at several places linked to the people associated with the underworld, in Mumbai in a money laundering case: Sources
— ANI (@ANI) February 15, 2022
ଆପଣଙ୍କୁ କହି ରଖୁଛୁ ଦାଉଦ୍ ଇବ୍ରାହିମ୍ ଜଣେ ପୋଲିସ୍ କନଷ୍ଟେବଳଙ୍କ ପୁଅ ଯିଏ ମୁମ୍ବାଇ ପୋଲିସରେ ଥିଲେ । ସେ ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ଗ୍ୟାଙ୍ଗ ୱାରରୁ ନିଜର ଅପରାଧ ଜୀବନ ଆରମ୍ଭ କରିଥିଲା । ଡୋଙ୍ଗ୍ରିରେ ସେ ହାଜି ମସ୍ତାନର ଗ୍ୟାଙ୍ଗ ସଦସ୍ୟଙ୍କ ସମ୍ପର୍କରେ ଆସିବା ପରେ ଗ୍ୟାଙ୍ଗ ୱାର୍ ଆରମ୍ଭ ହୋଇଥିଲା । 1980 ଦଶକରେ ତାକୁ ପ୍ରଥମେ ଡକାୟତି ମାମଲାରେ ଗିରଫ କରାଯାଇଥିଲା ଏବଂ ପରେ ତାର ଅପରାଧିକ ରେକର୍ଡ ବୃଦ୍ଧି ପାଇଥିଲା । ହାଜି ଏବଂ ପଠାନ ଗ୍ୟାଙ୍ଗ ମଧ୍ୟରେ ଲଢେଇ ହେତୁ ଦାଉଦ୍ ଅଧିକ ଶକ୍ତିଶାଳୀ ଏବଂ ଖତରନାକ୍ ହୋଇଥିଲା, ଯେଉଁଥିରେ ଆଫଗାନିସ୍ତାନର ଅଧିକାଂଶ ଦେଶବାସୀ ସାମିଲ ଥିଲେ ।












Click it and Unblock the Notifications