ଆଜି ସରୁଛି ଆର୍ୟନ ଖାନଙ୍କ ରିମାଣ୍ଡ, ଅବଧି ବଢାଇବାକୁ ଆବେଦନ କରିପାରେ NCB

ଏନସିବି ହେପାଜତ ସରିବା ପରେ ବେଲ୍ ପାଇଁ ଆବେଦନ କରିପାରନ୍ତି ଆର୍ୟନଙ୍କ ଓକିଲ । ଅପରପକ୍ଷରେ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡ ଅବଧି ବୃଦ୍ଧି କରିବାକୁ NCB ଆବେଦନ କରିପାରେ ।

ମୁମ୍ବାଇ : ଚର୍ଚ୍ଚିତ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ହେପାଜତରେ ଥିବା ଆର୍ୟନ ଖାନଙ୍କର ଆଜି ସରୁଛି ରିମାଣ୍ଡ । ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅକୁ ଏନସିବି ହେପାଜତକୁ ନେଇଥିବା ବେଳେ ଆଜି ଅବଧି ଶେଷ ହେଉଛି । ଆର୍ୟନଙ୍କ ସହିତ ଗିରଫ ଅନ୍ୟ ଦୁଇ ଜଣଙ୍କର ହେପାଜତ ଅବଧି ମଧ୍ୟ ପୂରଣ ହେଉଛି । ଏନସିବି ହେପାଜତରେ ଥିବା ବେଳେ ଆର୍ୟନଙ୍କ ଠାରୁ ସତ ବାହାର କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପଚରାଉଚରା ବେଳେ ନିଜେ ଡ୍ରଗ୍ସ ବ୍ୟବହାର କରିବା ମାନିବା ସହିତ ଅନେକ ଗୁମର ଖୋଲିଛନ୍ତି ଶାହାରୁଖଙ୍କ ପୁଅ । ଆର୍ୟନଙ୍କ ମୋବାଇଲ୍ ଚାଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏନସିବି । ତାଙ୍କ ବିରୋଧରେ 2 ଟି ପ୍ରମାଣକୁ ଆଧାର କରି ମାମଲା ଚାଲିଛି ।

aryan khan

କ୍ରୁଜ୍‌ ପାର୍ଟିରେ ଆର୍ଯ୍ୟନଙ୍କୁ ଆମ୍ବାସାଡର କରାଯାଇଥିବା ମଧ୍ୟ ଜଣାପଡିଛି । ସେ ଡ୍ରଗସ୍ ବ୍ୟବସାୟୀଙ୍କଠାରୁ ଡ୍ରଗ୍ସ ଓ ନିଶାଦ୍ରବ୍ୟ ପାଉଥିବା ସ୍ପଷ୍ଟ ହୋଇଛି । ଆଜି ଏନସିବି ହେପାଜତ ସରିବା ପରେ ବେଲ୍ ପାଇଁ ଆବେଦନ କରିପାରନ୍ତି ଆର୍ୟନଙ୍କ ଓକିଲ । ଅପରପକ୍ଷରେ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡ ଅବଧି ବୃଦ୍ଧି କରିବାକୁ NCB ଆବେଦନ କରିପାରେ ।

ସେପଟେ ରେଭ ପାର୍ଟି ରେଡ ବେଳେ ଗିରଫ ଦୁଇ ଓଡ଼ିଆଙ୍କ ନିକଟରୁ ଜବତ ହୋଇଥିଲା ଚରସ, ଡ୍ରଗ୍ସ, ଗଞ୍ଜେଇ । ଉଭୟ ପାର୍ଟିକୁ ନିଶାଦ୍ରବ୍ୟ ଯୋଗାଉଥିବା କହିଛି ଏନସିବି । ସେପଟେ ଗିରଫ ଦୁଇ ଓଡ଼ିଆ ମନୀଷ ଏବଂ ଅଭିନକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟଙ୍କ ବାପା। ମାମଲାରେ ବର୍ତ୍ତମାନ ସୁଦ୍ଧା 16 ଜଣ ଗିରଫ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+