ପୂର୍ବ ଶତ୍ରୁତାରୁ 2 ଜଣଙ୍କୁ ମାରି ପୋଡ଼ିଦେଲେ ଦୁବୃର୍ତ୍ତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମରେ ହୋଇଛି ଡବଲ ମର୍ଡର । ଦୁଇଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଉଭୟଙ୍କୁ ପୋଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ଗତକାଲି ରାତିରେ ଘଟିଛି ଏହି ଘଟଣା । ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଲିଟୁ ପୁରୋହିତ ଓ ଶିବ ଗୌଡ଼ଙ୍କୁ ହତ୍ୟା କରିବା ପରେ ପୋଡ଼ି ଦେଇଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ଉଭୟଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି ।
ଦିଗପହଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ଚିକିଟି ଏସଡିପିଓ, ଦିଗପହଣ୍ଡି ଥାନା ଅଧିକାରୀ ପହଞ୍ଚିଛନ୍ତି ।












Click it and Unblock the Notifications