Get Updates
Get notified of breaking news, exclusive insights, and must-see stories!

ଦୁଃଖଦ ଘଟଣା : ଦିଲ୍ଲୀରେ 20 ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ, ମୁହଁରେ କଳା ବୋଳି ଲଣ୍ଡା କରି ବୁଲାଇଲେ ମହିଳା

ଜଣେ 20 ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ, ତାଙ୍କୁ ଲଣ୍ଡା କରିବା ସହ ମୁହଁରେ କଳା ବୋଳି ଚପଲ ମାଳ ପିନ୍ଧାଇ ସମଗ୍ର ଅଞ୍ଚଳରେ ବୁଲାଇଥିଲେ । ଏହି ସମୟରେ ସେଠାରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଉପସ୍ଥିତ ଥିଲେ ।

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ଯୁବତୀଙ୍କ ସହ ଅତ୍ୟାଚାର କରାଯିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି କସ୍ତୁରବା ନଗରର ବୋଲି କୁହାଯାଉଛି । ଏଠାରେ ଜଣେ 20 ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ, ତାଙ୍କୁ ଲଣ୍ଡା କରିବା ସହ ମୁହଁରେ କଳା ବୋଳି ଚପଲ ମାଳ ପିନ୍ଧାଇ ସମଗ୍ର ଅଞ୍ଚଳରେ ବୁଲାଇଥିଲେ । ଏହି ସମୟରେ ସେଠାରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଉପସ୍ଥିତ ଥିଲେ । ଭିଡିଓ ଆଧାରରେ ମହିଳା ଆୟୋଗ ଏହି ବିଷୟରେ ଜାଣିଥିଲେ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏପର୍ଯ୍ୟନ୍ତ 4 ଜଣ ମହିଳାଙ୍କୁ ଗିରଫ କରିଛି ।

delhi rape case

ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏକ ଟ୍ୱିଟରେ ଦାବି କରିଛନ୍ତି ଯେ, କସ୍ତୁରବା ନଗରରେ ଜଣେ 20 ବର୍ଷୀୟ ଜଣେ ଯୁବତୀଙ୍କୁ ବେଆଇନ ମଦ ବିକ୍ରେତାମାନେ ଗଣଦୁଷ୍କର୍ମ କରିଥିଲେ । ତାଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇ ମୁହଁରେ କଳା ବୋଳି ଚାରିଆଡ଼େ ବୁଲାଇଥିଲେ । ମୁଁ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରୁଛି । ସମସ୍ତ ଅପରାଧୀ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯିବା ଉଚିତ୍ ଏବଂ ଯୁବତୀ ତଥା ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ଉଚିତ୍ ।

ସ୍ୱାତୀ ମାଲିୱାଲ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଫଟୋ ସେୟାର କରି କହିଛନ୍ତି ଯେ ମୁଁ ଯୁବତୀଙ୍କୁ ଭେଟିଥିଲି । 3 ଜଣ ପୁରୁଷ ତାଙ୍କୁ କିପରି ବଳାତ୍କାର କରିଥିଲେ ଏବଂ ସେଠାରେ ଠିଆ ହୋଇଥିବା ମହିଳାମାନେ ତାଙ୍କୁ ବଳାତ୍କାର କରିବାକୁ ଉତ୍ସାହିତ କରିଥିଲେ ବୋଲି ଯୁବତୀଜଣକ କହିଛନ୍ତି । ଯୁବତୀଙ୍କ ଶରୀରରେ ଅନେକ ଅମାନୁଷିକ କ୍ଷତ ଅଛି । ତାଙ୍କୁ ଲଣ୍ଡା କରି ଏବଂ ତାଙ୍କ ଚେହେରା କଳା କରି ସେହି ଅଞ୍ଚଳରେ ବୁଲାଯାଇଥିଲା । ବେଆଇନ ମଦ ବିକ୍ରୟ କରୁଥିବା ଲୋକଙ୍କ ଅତ୍ୟାଚାର ବହୁତ ବୃଦ୍ଧି ପାଇଛି । ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ଏହା ଅତ୍ୟନ୍ତ ଲଜ୍ଜାଜନକ । ଅପରାଧୀମାନେ କିପରି ଏତେ ସାହସୀ ହେଲେ ? ମୁଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଅନୁରୋଧ କରୁଛି । ଦିଲ୍ଲୀବାସୀ ଏପରି ଜଘନ୍ୟ ଅପରାଧ ଏବଂ ଅପରାଧୀଙ୍କୁ କେବେ ବରଦାସ୍ତ କରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+