Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧା ହତ୍ୟା କାଣ୍ଡ : ମହରୌଲୀ ଜଙ୍ଗଲରୁ ଶରୀରର ଅନେକ ଅଂଶ ଜବତ କଲା ଦିଲ୍ଲୀ ପୋଲିସ, ସାମ୍ନାକୁ ଆସିଲା ଅନେକ ପ୍ରମାଣ

ଖୋଜାଖୋଜି ସମୟରେ ପୋଲିସ ହାଜରେ ଏକ ବଡ଼ ପ୍ରମାଣ ଲାଗିଛି । ଏକ ବଡ ହାଡ ମିଳିଛି ଯାହା ଶରୀରର ଜଙ୍ଘ ହାଡ ପରି ଦେଖାଯାଉଛି ।

ନୂଆଦିଲ୍ଲୀ : ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ଯାଞ୍ଚ କରୁଥିବା ପୋଲିସ ଶ୍ରଦ୍ଧାଙ୍କ ହତ୍ୟା ପ୍ରମାଣ ସଂଗ୍ରହରେ ଲାଗି ପଡ଼ିଛି । ଛତରପୁର ଏବଂ ମହରୌଲୀ ଜଙ୍ଗଲରେ ଶ୍ରଦ୍ଧାଙ୍କ ମୃତଦେହର ଅଂଶ ବିଶେଷ ଖୋଜିବାରେ ଦିଲ୍ଲୀ ପୋଲିସ ଲାଗିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖୋଜାଖୋଜି ସମୟରେ ପୋଲିସ ହାଜରେ ଏକ ବଡ଼ ପ୍ରମାଣ ଲାଗିଛି । ଏକ ବଡ ହାଡ ମିଳିଛି ଯାହା ଶରୀରର ଜଙ୍ଘ ହାଡ ପରି ଦେଖାଯାଉଛି ।

Shraddha Walkar Murder case

ଶ୍ରଦ୍ଧାଙ୍କ ହତ୍ୟା ଅଭିଯୁକ୍ତ ଅଫତାବ ପୁନାୱାଲାର ସ୍ୱୀକାର ପରେ ଦିଲ୍ଲୀ ପୋଲିସ ଟିମ୍ ନଭେମ୍ବର 16 ଦିନ ପ୍ରାୟ 6 ଟା ସମୟରେ ଛତରପୁର ଜଙ୍ଗଲରେ ପହଞ୍ଚିଥିଲା, ଯେଉଁଠାରେ ଖୋଜାଖୋଜି ସମୟରେ ପୋଲିସ କିଛି ହାଡ ପାଇଥିଲା । ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଦଳ ଆଜି ସକାଳ ପ୍ରାୟ 9 ଟାରେ ମେହରୌଲୀ ଜଙ୍ଗଲ ଏରିଆ 100 ଫୁଟ ରୋଡରେ ପହଞ୍ଚିଛି । ଯେଉଁଠାରେ ପୋଲିସ ଖୋଜାଖୋଜି ସମୟରେ ମଣିଶ ଶରୀରର ଅନେକ ଅସ୍ଥି ପାଇଛି ।

ଖୋଜାଖୋଜି ବେଳେ ପୋଲିସ ଶରୀରର ତଳ ଅଂଶର ଏକ ବଡ ହାଡ ଜବତ କରିଛି । ଯାହା ଶରୀରର ଜଙ୍ଘ ହାଡ ପରି ଦେଖାଯାଉଛି । ଅନ୍ୟପକ୍ଷରେ, ଆଜି ତୃତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଦଳ ଛତରପୁର ଏନକ୍ଲେଭ ନିକଟ ଜଙ୍ଗଲ ଅଞ୍ଚଳରେ ଏବଂ ମେଟ୍ରୋ ପିଲାର ନିକଟ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଛି । ଯେଉଁଠାରେ ପୋଲିସ ଖୋଜାଖୋଜି ସମୟରେ ହାତଗୋଡ ଏବଂ କାନ୍ଧ ମଧ୍ୟରେ ହାଡ, ଆଣ୍ଠୁ ଏବଂ ହାଡ ଇତ୍ୟାଦି ହାଡ ପାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲିସକୁ ମିଳିଥିବା ଏହି ହାଡ଼ଗୁଡ଼ିକ ଉପରେ ଏକ ତୀକ୍ଷ୍ଣ ଅସ୍ତ୍ରରେ କଟା ଚିହ୍ନ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ପୋଲିସ ଅନୁମାନ କରୁଛି ଯେ ଏହି ହାଡ଼ ଗୁଡ଼ିକୁ କାଟିବାକୁ ଉଦ୍ୟମ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କାହାର ହାଡ ପୋଲିସ ପାଇଛି ? ଶ୍ରଦ୍ଧାଙ୍କ ଅସ୍ଥି ଯାଞ୍ଚ ପାଇଁ ପୋଲିସ ଡିଏନ୍ଏ ପରୀକ୍ଷା କରିବ ।

Shraddha Walkar Murder case

ଅନ୍ୟପକ୍ଷରେ ଆଜି ଦିଲ୍ଲୀ ପୋଲିସର ଏକ ଟିମ୍ ଛତରପୁରରେ ଥିବା ତାଙ୍କ ଭଡା ଘରୁ ଶ୍ରଦ୍ଧା ୱାଲକରଙ୍କ ପୋଷାକ ସଂଗ୍ରହ କରିଛି । ଶ୍ରଦ୍ଧା ଏହି ଘରେ ତାଙ୍କ ଲିଭ୍-ଇନ୍ ପାର୍ଟନର ଅପତାବ ଅମିନ ପୁନାୱାଲା ସହ ରହୁଥିଲେ । ହତ୍ୟା ଘଟଣାରେ ଅଧିକ ସୂଚନା ପାଇବା ପାଇଁ ପୋଲିସ ଏହି ପୋଷାକ ସଂଗ୍ରହ କରିଛି । ପୋଲିସ ଦାବି କରିଛି ଯେ ଭଡା ଘରେ କ୍ରାଇମବ୍ରାଞ୍ଚ ଏବଂ ଫରେନସିକ୍ ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି । ପୋଲିସ ଅଫତାବ ନିକଟରୁ କିଛି ଡିଜିଟାଲ ଉପକରଣ ମଧ୍ୟ ଜବତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+