ଗିରଫ ହେଲା ‘ବୁଲ୍ଲୀ ବାଇ' ଆପ୍ ତିଆରି କରିଥିବା 21 ବର୍ଷୀୟ ଛାତ୍ର
ସାରା ଦେଶରେ ବହୁ ଚର୍ଚ୍ଚିତ ବୁଲ୍ଲୀ ବାଇ ଆପ୍ କୁ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । Githubରେ ବୁଲ୍ଲୀ ବାଇ ଆପ୍ ତିଆରି କରିଥିବା ଲୋକକୁ ଦିଲ୍ଲୀ ପୋଲିସ ଆସାମରୁ ଗିରଫ କରିଛି ।
ନୂଆଦିଲ୍ଲୀ : ସାରା ଦେଶରେ ବହୁ ଚର୍ଚ୍ଚିତ ବୁଲ୍ଲୀ ବାଇ ଆପ୍ କୁ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । Githubରେ ବୁଲ୍ଲୀ ବାଇ ଆପ୍ ତିଆରି କରିଥିବା ଲୋକକୁ ଦିଲ୍ଲୀ ପୋଲିସ ଆସାମରୁ ଗିରଫ କରିଛି । ଏହି ଘଟଣାରେ ପୂର୍ବରୁ ପୋଲିସ ତିନି ଜଣଙ୍କୁ ଗିରଫ କରିସାରିଛି ।

ଦିଲ୍ଲୀ ପୋଲିସକୁ ଇନପୁଟ୍ ମିଳିବା ପରେ ଦିଲ୍ଲୀ ପୋଲିସ ଆସାମରେ ପହଞ୍ଚିଥିଲା । ଏହା ପରେ ଦିଲ୍ଲୀ ପୋଲିସ ନିରୋଜ ବିଷ୍ଣୋଇ ନାମକ 21 ବର୍ଷୀୟ ଛାତ୍ରକୁ ଗିରଫ କରିଛି । ଗିରଫ ନୀରଜ ବିଷ୍ଣୋଇ ହେଉଛନ୍ତି ଭୋପାଳସ୍ଥିତ 'ଭେଲୋର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି'ରେ ଦ୍ବିତୀୟ ବାର୍ଷିକ ବି.ଟେକ୍ ଛାତ୍ର । ତାଙ୍କ ଘର ଆସାମର ଦିଗମ୍ବର ଜୋରହାଟରେ ।
ନୀରଜ 'ଆପ୍' ତିଆରି କରିଥିବା ଉପକରଣଟିକୁ ମଧ୍ୟ ପୁଲିସ ତାଙ୍କ ଘରୁ ଜବତ କରିଛି। ମୁଖ୍ୟ ଅଭିଯୁକ୍ତା ୧୮ ବର୍ଷୀୟ ଶ୍ବେତା ସିଂହଙ୍କ ସମେତ ମୁମ୍ବାଇ ପୁଲିସ ପୂର୍ବରୁ ଏହି ମାମଲାରେ 3ଜଣଙ୍କୁ ଗିରଫ କରିସାରିଛି ।
ବୁଲ୍ଲୀ ବାଇ ହେଉଛି ଏକ ଆପ୍ ଯାହା ମାଧ୍ୟମରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ଏହି ଆପ୍ ସେହିପରି ଭାବରେ କାର୍ଯ୍ୟ କରୁଥିଲା ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ୍ ତିଆରି ହୋଇଥିଲା । ସୁଲ୍ଲି ଡିଲ୍ ଆପ୍ Githubରେ ଲଞ୍ଚ ହୋଇଥିଲା ଆଉ ଏବେ ବୁଲ୍ଳୀ ବାଇ ଆପ୍ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା ।












Click it and Unblock the Notifications