ଦୁର୍ଘଟଣା ପରେ କାରର ଏହି ଭାଗରେ ଲାଗି ରହିଥିଲେ ଅଞ୍ଜଳି, ଏହା ହୋଇ ଥାଇପାରେ ମୃତ୍ୟୁର କାରଣ
ଯୁବତୀ ସ୍କୁଟିକୁ କାର ପଛପଟୁ ଧକ୍କା ଦେଇଥାଇପାରେ, ଫଳରେ ଅଞ୍ଜଳି ମୁହଁ ମାଡ଼ି ହୋଇ ତଳେ ପଡିଥାଇପାରନ୍ତି । ଏହା ପରେ କାରଟି ଯୁବତୀଙ୍କ ଉପରେ ଚଢିଯାଇଥିବ । ତେବେ କାର ତଳେ ସେପରି କୌଣସି ହୁକ୍ ନାହିଁ, ଯାହା ଶରୀର କିମ୍ବା ପୋଷାକରେ ଲାଗି ଟାଣି ନେଇପାରିବ ।
ନୂଆଦିଲ୍ଲୀ: ନୂଆ ବର୍ଷରେ ଦିଲ୍ଲୀର କଞ୍ଜାୱାଲାରେ ଘଟିଥିବା ଘଟଣା ଏବେବି ଚର୍ଚ୍ଚାରେ ରହିଛି । ପାଞ୍ଚ ଜଣ ମଦ୍ୟପ ଯୁବକ କାରରେ ସ୍କୁଟିରେ ଥିବା ଯୁବତୀଙ୍କୁ ଧକ୍କା ଦେବା ପରେ ତାଙ୍କୁ ଅନେକ ବାଟ ଘୋଷାଡ଼ି ନେଇଥିଲେ । ସମସ୍ତଙ୍କ ମନରେ ଉଠୁଥିବା ପ୍ରଶ୍ନ ହେଉଛି, ବାଲେନୋ ଭଳି କାର ତଳେ ଯୁବତୀ ଅଟକି ରହିଲେ କିପରି ଏବଂ ଏତେ କିଲୋମିଟର ପର୍ଯ୍ୟନ୍ତ ସେ କିପରି ଘୋଷାଡ଼ି ହୋଇଗଲେ ? ଏହା ସମ୍ଭବ କି କେହି କାର ତଳେ ଫସି ରହି ଏତେ କିଲୋମିଟର ପର୍ଯ୍ୟନ୍ତ ଟାଣି ହୋଇପାରିବେ ।

ରିପୋର୍ଟ ଅନୁଯାୟୀ, ଯୁବତୀ ସ୍କୁଟିକୁ କାର ପଛପଟୁ ଧକ୍କା ଦେଇଥାଇପାରେ, ଫଳରେ ଅଞ୍ଜଳି ମୁହଁ ମାଡ଼ି ହୋଇ ତଳେ ପଡିଥାଇପାରନ୍ତି । ଏହା ପରେ କାରଟି ଯୁବତୀଙ୍କ ଉପରେ ଚଢିଯାଇଥିବ । ତେବେ କାର ତଳେ ସେପରି କୌଣସି ହୁକ୍ ନାହିଁ, ଯାହା ଶରୀର କିମ୍ବା ପୋଷାକରେ ଲାଗି ଟାଣି ନେଇପାରିବ । ବିଶେଷଜ୍ଞଙ୍କ ଅନୁସାରେ ବୋଧ ହୁଏ ଯୁବତୀଙ୍କ ଗୋଡ ସସ୍ପେନସନ୍ ଆର୍ମରେ ଲାଗିଯାଇପାରେ । ତେଣୁ ଯୁବତୀ କାର ସହିତ ଘୋଷାଡ଼ି ହୋଇଯାଇଥିବେ ।
ସବୁ ଜାଣିଥିଲେ କାର ଡ୍ରାଇଭର !
ଜଣେ ବିଶେଷଜ୍ଞ କହିଛନ୍ତି ଯେ ଯେତେବେଳେ ଯୁବତୀ କାର ତଳେ ଫସି ରହିଥିବେ, କାର ଚଳାଉଥିବା ବ୍ୟକ୍ତି ଏସବୁ ଜାଣିପାରିଥିବେ । କାର ତଳେ କିଛି ଲାଗି ରହିଛି ଏବଂ ଡ୍ରାଇଭର ଏହା ବିଷୟରେ ଜାଣି ପାରିବେନି ଏହା କେବେ ସମ୍ଭବ ନୁହଁ । ଏଭଳି ପରିସ୍ଥିତିରେ କାର ଉପରେ ପଡ଼ୁଥିବା ଭାର ଜଣା ପଡିଥାଏ । ଜାଣିଶୁଣି କାରକୁ ଚଲାଯାଇଛି । ଏସବୁ ଜାଣି ସେମାନେ 13-14 କିଲୋମିଟର ପର୍ଯ୍ୟନ୍ତ କାରକୁ ଚଲାଇଥିଲେ, ଯାହାଫଳରେ କାର ତଳେ ଲାଗିଥିବା ଶରୀର ଆପେ ଆପେ ବାହାରକୁ ବାହାରିଯିବ ।
ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଧକ୍କା ହେବା ପରେ ଯୁବତୀଙ୍କ ମୁଣ୍ଡ କାର ତଳକୁ ଆସିଯାଇଥିବ । ଏହି ସମୟରେ, ତାଙ୍କ ଗୋଡ ଭାଙ୍ଗି ଯାଇ ସସ୍ପେନ୍ସ ଆର୍ମରେ ଅଟକି ଯାଇଥିବ । ଏହା ପରେ ଏକ୍ସିଲ୍ ଘୁରିବା ବେଳେ ଶରୀରକୁ ଘୁରାଇଥିବ ଏବଂ ଶରୀରରୁ ପୋଷାକ ବାହାରିଯାଇଛି । ଘୋଷାଡ଼ି ହୋଇ ରହିବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି । ବାକି କାର ତଳେ ଏପରି କୌଣସି ହୁକ୍ ନାହିଁ ଯାହା ଅନେକ କିଲୋମିଟର ପର୍ଯ୍ୟନ୍ତ ଏତେ ଓଜନ ଟାଣିପାରିବ ।

କାର ଅଟକି ଥିଲେ ବଞ୍ଚିଯାଇଥାନ୍ତେ ଅଞ୍ଜଳି
ଯଦି ଦୁର୍ଘଟଣା ପରେ ତୁରନ୍ତ କାରକୁ ଅଟକାଇ ଦିଆଯାଇଥାନ୍ତା ତେବେ ଅଞ୍ଜଳି ଆଜି ବଞ୍ଚିଥାନ୍ତେ ବୋଲି ଦାବି କରିଛନ୍ତି ବିଶେଷଜ୍ଞ । ଦୁର୍ଘଟଣା ପରେ କାରର ଡ୍ରାଇଭର ନିଶ୍ଚୟ ସବୁକିଛି ଜାଣିଥିବେ । କିନ୍ତୁ ସେ ହୁଏତ ଉଦ୍ଦେଶ୍ୟମୂଳକ ଭାବେ କାରକୁ ଅଟକାଇ ନଥିବେ । ଯଦି କାରର ଏକ୍ସିଲରେ କିଛି ଅଟକିଯାଏ, ଡ୍ରାଇଭର ତୁରନ୍ତ ଜାଣି ପାରିବେ । କାରଣ ଏହାର ପ୍ରଭାବ ଷ୍ଟିଅରିଂ ଉପରେ ପଡ଼ିଥାଏ ।
ଶରୀରରେ ନାହିଁ ମସ୍ତିଷ୍କ !
ଅନ୍ୟପକ୍ଷରେ, ଅଞ୍ଜଳିଙ୍କର ବିସ୍ତୃତ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ମଦ୍ୟପାନ ବିଷୟରେ କୌଣସି ଉଲ୍ଲେଖ ନାହିଁ । ଅଞ୍ଜଳିଙ୍କ ପୋଷ୍ଟମର୍ଟମ ମୌଲାନା ଆଜାଦ ମେଡିକାଲ କଲେଜରେ ତିନିଜଣ ଡାକ୍ତରଙ୍କ ଦ୍ୱାରା କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଅଞ୍ଜଳିଙ୍କ ଶରୀରରେ 40 ଟି ଆଘାତ ଚିହ୍ନ ରହିଛି । ଅଞ୍ଜଳିଙ୍କ ଦୁଇ ଆଣ୍ଠୁ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିଲା । ତାଙ୍କ ଆଖି, କପାଳ ଏବଂ ନାକରେ ଆଘାତ ଚିହ୍ନ ମଧ୍ୟ ରହିଛି କିନ୍ତୁ ବ୍ୟକ୍ତିଗତ ଅଙ୍ଗରେ କୌଣସି ଆଘାତ ଚିହ୍ନ ନାହିଁ । ଅଞ୍ଜଲିଙ୍କ ଫୁସଫୁସ ଶରୀରରୁ ବାହାରି ଆସିଥିଲା । ଏହା ବ୍ୟତୀତ ତାଙ୍କ ଶରୀରରେ ମସ୍ତିଷ୍କ ମିଳି ନାହିଁ ।
ମିଛ କହୁଛନ୍ତି ଅଞ୍ଜଳିଙ୍କ ସାଙ୍ଗ ?
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ତାଙ୍କ ଶରୀରରେ ଆଲକହଲ ମିଳିନାହିଁ । ତେବେ ଅଞ୍ଜଳିଙ୍କ ସାଙ୍ଗ ନିଧି କହିଥିଲେ ଯେ ସେ ମଦ୍ୟପାନ କରିଥିଲେ । ଦୁର୍ଘଟଣା ସମୟରେ ନିଧି ତାଙ୍କ ସହ ସ୍କୁଟିରେ ଥିଲେ । ଧକ୍କା ପରେ ସେ ନିଜ ସାଙ୍ଗକୁ ଛାଡି ପଳାଇ ଯାଇଥିଲେ । ଯଦି ଅଞ୍ଜଳିଙ୍କ ପରିବାର କହିଛନ୍ତି ଯଦି ସେ ନିଶା କରିଥିଲେ ତେବେ ପୋଷ୍ଟମର୍ଟମ ରିପୋର୍ଟ ନିଶ୍ଚିତ ଭାବରେ ଏହା ଜଣାପଡ଼ିଥାନ୍ତା । ପରିବାର କହିଛନ୍ତି ଯେ ଅଞ୍ଜଳିଙ୍କ ବନ୍ଧୁ ନିଧି ମିଛ କହୁଛନ୍ତି ।
ନିଧି ଆହୁରି କହିଛନ୍ତି ଯେ କାରରେ ଥିବା ଅଭିଯୁକ୍ତମାନେ ଜାଣିଶୁଣି ଅଞ୍ଜଳିଙ୍କୁ 12 କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ । ଦୁର୍ଘଟଣା ପରେ ସେ ଜାଣିବାକୁ ପାଇଲେ ଯେ ଅଞ୍ଜଳି କାର ତଳେ ଅଛନ୍ତି । ସେ ବଞ୍ଚାଇବାକୁ ଚିତ୍କାର କରିଥିଲେ କିନ୍ତୁ କାର ଅଟକି ନଥିଲା । ଅଞ୍ଜଳି 12 କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲେ । କାରରେ ବସିଥିବା ଲୋକମାନେ ଗାଡିର ଗତି ଧୀର କରି ନଥିଲେ କିମ୍ବା ତାଙ୍କୁ ବଞ୍ଚାଇବା ପାଇଁ କୌଣସି ଉଦ୍ୟମ କରିନଥିଲେ ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications