ପ୍ରେମିକା ଘରୁ ମିଳିଲା ପ୍ରେମିକର ମୃତଦେହ

ଭୁବନେଶ୍ୱର: ପ୍ରେମିକା ସହ ମିଶିବାକୁ ତାଙ୍କ ଘରକୁ ଯାଇତିଲେ ପ୍ରେମିକ । କିନ୍ତୁ ପ୍ରେମିକାଙ୍କ ଘରୁ ମିଳିଛି ପ୍ରେମିକଙ୍କ ମୃତଦେହ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ । ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ପପୁନି ସ୍ୱାଇଁ ।

death case

ମୃତକ ପୁପନି ସ୍ୱାଇଁଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି । ସେ ଜଣେ ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ଗତ କିଛି ବର୍ଷ ହେଲା ପପୁନି ଓ ଶିଶୁପାଳଗଡ଼ର ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଏପରିକି ପପୁନି ଅନେକ ସମୟରେ ଯୁବତୀଙ୍କ ଘରକୁ ଆସୁଥିଲେ । ହେଲେ ଗତକାଲି ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ଉଚ୍ଚବାଚ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପପୁନି ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ ।

ଆଜି ସକାଳେ ଧଉଳି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଯୁବକଙ୍କ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ । ଏଣେ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ଏନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି, ପପୁନି ସ୍ୱାଇଁଙ୍କର 7 ବର୍ଷ ହେବ ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଗତକାଲି ସେ ଯୁବତୀଙ୍କ ଘରେ ପହଞ୍ଚିଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହାଦେଖି ଯୁବତୀଜଣକ ତାଙ୍କୁ ଉଦ୍ଧାର କରିଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି ।

ଏହାପରେ ପପୁନିଙ୍କୁ ବୁଝାସୁଝା କରି ଯୁବତୀଜଣକ କାମ କରୁଥିବା ଜନସେବା କେନ୍ଦ୍ରକୁ ଯାଇଥିଲେ । ମାତ୍ର ସନ୍ଧ୍ୟା ବେଳେ ଫେରି ପପୁନି ଘରେ ଅଚେତନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଲେ । ଏନେଇ ସେ ପପୁନିଙ୍କ ଘର ଲୋକଙ୍କୁ ଫୋନ୍‌ କରି ଜଣାଇଲେ । ଏହାପରେ ଉଭୟ ପକ୍ଷଙ୍କ ଘର ଲୋକ ପହଞ୍ଚିଥିଲେ ।
ପପୁନିଙ୍କୁ ତୁରନ୍ତ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ । ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ପଠାଯାଇଛି। ଏଥିସହ ସବୁ ଦିଗରୁ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+