ରେଳ ଷ୍ଟେସନରେ ଡ୍ରମରୁ ମିଳିଲା ଯୁବତୀଙ୍କ ଗଳିତ ମୃତଦେହ

ସିଲିକନ୍ ଭ୍ୟାଲି ଏବଂ ଆଇଟି ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରେ ଜଣେ ମହିଳାଙ୍କ ମୃତଦେହ ପ୍ଲାଷ୍ଟିକ୍ ଡ୍ରମରୁ ମିଳିଥିଲା ।

ବେଙ୍ଗାଲୁରୁ: ରେଳ ଷ୍ଟେସନରେ ଏକ ଡ୍ରମରୁ ମିଳିଛି ଯୁବତୀଙ୍କ ମୃତ ଦେହ । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ସାମ୍ନାକୁ ଆସିଛି । ବୁଧବାର ସକାଳେ ଭାରତର ସିଲିକନ୍ ଭ୍ୟାଲି ଏବଂ ଆଇଟି ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରେ ଜଣେ ମହିଳାଙ୍କ ମୃତଦେହ ପ୍ଲାଷ୍ଟିକ୍ ଡ୍ରମରୁ ମିଳିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ସଫେଇ କର୍ମଚାରୀମାନେ ୟସନ୍ତପୁର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଡ୍ରମ୍ ଦେଖିଥିଲେ । ଡ୍ରମରୁ ଦୁର୍ଗନ୍ଧ ଆସୁଥିବାରୁ ଏ ସମ୍ପର୍କରେ ରେଳବାଇ ପୋଲିସକୁ ସୂଚନା ଦିଆଯାଇଥିଲା । ଡ୍ରମ୍ ଉପରେ କପଡା ଘୋଡ଼ାଇ ଦିଆଯାଇଥିଲା ।

dead body

ମୃତଦେହ ଦେଖି ମୃତକଙ୍କ ବୟସ ପ୍ରାୟ 20 ବର୍ଷ ବୋଲି ଅନୁମାନ କରାଯାଉଛି । ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ମୃତ ଦେହର ଅବସ୍ଥାରେ ଦେଖି ପୋଲିସ ସନ୍ଦେହ କରୁଛି ଯେ ମହିଳାଙ୍କ ମୃତଦେହ ଦୁଇ ତିନି ଦିନ ପୁରୁଣା ହୋଇଥାଇପାରେ ।

ବେଙ୍ଗାଲୁରୁରୁ ମିଳିଥିବା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଫୋରେନସିକ୍ ବିଶେଷଜ୍ଞମାନେ ଏହାକୁ ଯାଞ୍ଚ କରିଛନ୍ତି । ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନର ଅତିରିକ୍ତ ଡିଭିଜନାଲ ରେଳ ପରିଚାଳକ କୁସୁମା ହରିପ୍ରସାଦ କହିଛନ୍ତି ଯେ ପ୍ଲାଟଫର୍ମ ନମ୍ବର 1 ରେ ଥିବା ଏକ ବାକ୍ସ ଭିତରେ ସଫେଇ କର୍ମଚାରୀମାନେ ଏକ ମୃତ ଦେହ ପାଇଥିଲେ । ରେଳ ଷ୍ଟେସନରେ ଫରେନସିକ୍ ବିଶେଷଜ୍ଞଙ୍କ ଏକ ଟିମ୍ ଏହି ଅନୁସନ୍ଧାନ କରିଥିଲେ ।

ଏହି ପ୍ରସଙ୍ଗରେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ପ୍ଲାଟଫର୍ମରେ ପ୍ଲାଷ୍ଟିକ୍ ପାତ୍ରରେ ମୃତ ଶରୀରକୁ କିଏ ଭର୍ତ୍ତି କଲା, ତାହା ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+