ଜେଲରୁ ମକୁଳିଲେ ଆର୍ୟନ୍ ଖାନ୍
ମୁମ୍ବାଇ କ୍ରୁଜ୍ ଜାହାଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍ ଖାନ୍ ଆଜି ଜେଲରୁ ମୁକୁଳିଛନ୍ତି । ପ୍ରାୟ 28 ଦିନର ଜେଲ ରହଣୀ ପରେ କୋର୍ଟରୁ ଜାମନ ପାଇ ସେ ବାହାରିଛନ୍ତି ।
ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଜାହାଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍ ଖାନ୍ ଆଜି ଜେଲରୁ ମୁକୁଳିଛନ୍ତି । ପ୍ରାୟ 28 ଦିନର ଜେଲ ରହଣୀ ପରେ କୋର୍ଟରୁ ଜାମନ ପାଇ ସେ ବାହାରିଛନ୍ତି ।

ଆଜି ସକାଳେ ଆର୍ଥର ରୋଡ଼ ଜେଲ କର୍ମଚାରୀ ବେଲ ବକ୍ସରୁ ଜାମିନ କାଗଜପତ୍ର ନେବା ପରେ ଆର୍ୟନ ଖାନଙ୍କ ମୁକୁଳିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ପରେ ଦିନ 11ଟା ସମୟରେ ଆର୍ୟନଙ୍କୁ ଜେଲରୁ ବାହାର କରାଯାଇଛି ।
ରୁବାର ବମ୍ବେ ହାଇକୋର୍ଟ ବିଚାର କରି ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟେ ରାତି ବିତାଇବାକୁ ପଡ଼ିଥିଲା ।
ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ 1 ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।












Click it and Unblock the Notifications