ଅତିକ୍ ର ଓକିଲ ରହୁଥିବା ଘର ନିକଟରେ ବୋମା ମାଡ଼
ପ୍ରୟାଗରାଜ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦ ଓ ତାର ବାଇ ଅସରଫ ଅହମ୍ମଦର ହତ୍ୟା ପରେ ସେମାନଙ୍କ ଓକିଲ ରହୁଥିବା ଘର ନିକଟରେ ବୋମା ମାଡ଼ ହୋଇଛି । ମଙ୍ଗଳବାର ଦିନ ପ୍ରୟାଗରାଜ ଜିଲ୍ଲାର କଟରା ଗୋବର ଗଳିରେ ଏହି ବୋମା ମାଡ଼ ହୋଇଛି । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ବୋମା ମାଡ଼ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ କର୍ଣ୍ଣେଲଗଞ୍ଜ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ଦେଶୀ ବୋମା ପକାଯାଇଥିବା କୁହାଯାଉଛି । ଏହି ଗଳିରେ ଅତିକ୍ ଅହମ୍ମଦର ଓକିଲ ରୁହନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବୋମା ନିଶ୍ଚିତ ଭାବେ ଅତିକ୍ ର ଓକିଲ ଦୟାଶଙ୍କର ମିଶ୍ର ରହୁଥିବା ଗଳି ନିକଟରେ ଫିଙ୍ଗା ଯାଇଥିଲା । କିନ୍ତୁ, ଏହା ଓକିଲଙ୍କ ଉପରେ ଆକ୍ରମଣ ନୁହେଁ । କେବଳ ଲୋକଙ୍କୁ ଭୟଭୀତ କରିବାକୁ ଏପରି କରିଥିବା କୁହାଯାଉଛି ।
ପୋଲିସର ସୂଚନାନୁସାରେ, ଅଟିକ୍ ଅହମ୍ମଦର ଓକିଲଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପୂର୍ଣ୍ଣ ମିଥ୍ୟା । ବାସ୍ତବରେ, ହର୍ଷିତ ସୋନକର ଏବଂ ଆକାଶ ସିଂହ ଛୋଟୁ ରାନୁଙ୍କ ରୌନକ ଯାଦବଙ୍କ ସହ କିଛି ବିବାଦ ହୋଇଥିଲା । ଯେଉଁଥିପାଇଁ ହର୍ଷିତ ସୋନକର ବୋମାରେ ଆକ୍ରମଣ କରିଥିଲା । କିନ୍ତୁ, କେହି ଆହତ ହୋଇନାହାଁନ୍ତି ।
କୁହାଯାଉଛି ଯେ ଏହି ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ ନଜର ରଖିଛି । ଏହା ସହିତ ସେଠାରେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି । କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନ SHO ରାମ ମୋହନ ରାୟ କହିଛନ୍ତି ଯେ ଅତିକ ର ଓକିଲ ଦୟାଶଙ୍କର ମିଶ୍ର ଟାର୍ଗେଟ ନୁହଁନ୍ତି ଏବଂ ଏହି ଘଟଣା ଦୁଇ ଯୁବକଙ୍କ ମଧ୍ୟରେ ଶତ୍ରୁତା ହେତୁ ଘଟିଛି ।












Click it and Unblock the Notifications