ଅନୈତିକ ପ୍ରେମ ପାଇଁ ସୁପାରି କିଲିଂ ! ପ୍ରେମିକାର ଭାଇକୁ ମାରିବାକୁ ହୋଇଥିଲା ଯୋଜନା
ବ୍ରହ୍ମପୁର: ପୋଲିସ୍ କବଜାରେ ସୁପାରି କିଲର । ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ପ୍ରେମିକାର ଭାଇକୁ ହତ୍ୟା କରିବାକୁ ସୁପାରି ଦେଇଥିଲା ପ୍ରେମିକ । କିନ୍ତୁ ସମସ୍ତ ଯୋଜନାକୁ ପଣ୍ଡ କରିଦେଇଛି ଦିଗପହଣ୍ଡି ପୋଲିସ୍ । 2ଟି ଖଣ୍ଡା ଓ ବୋମା ଧରି ବୁଲୁଥିବା ମୁଖ୍ୟ ଅଭିଯୁକ୍ତ ସମେତ 5 ସୁପାରୀ କିଲରଙ୍କୁ ଧରିଛି ପୋଲିସ । ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ମର୍ଡର ଯୋଜନାକୁ ସଫଳ କରିବା ଆଗରୁ ଅଭିଯୁକ୍ତକୁ କାବୁ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଦିଗପହଣ୍ଡି ଅନ୍ତେଇ ଗାଁର ଉଦୟନାଥ ସେଠୀ ତାର ଶଳା ଭାଉଜ ପିଙ୍କି ସେଠୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା । ଏକଥା ପ୍ରେମିକା ପିଙ୍କିଙ୍କ ଭାଇ ଯୋଗୀ ସେଠୀ ଜାଣିପାରିଥିଲେ । ତେଣୁ ନିଜ ପ୍ରେମ ପାଇଁ ପ୍ରେମିକାର ଭାଇକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଅଭିଯୁକ୍ତ ଅଜୁ ସେଠୀ । ଯୋଗୀଙ୍କୁ ମାରିବାକୁ ସୁରଜ ପରିଡ଼ା, ରୂପକ ସେଠୀ, ନରେଶ ସେଠୀ ଓ ନିରାକାର ବେହେରାଙ୍କ ସହ ଯୋଗାଯୋଗ କରିଥିଲା ଅଜୁ । 4ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା ଡିଲ୍ ।
ଡିଲ୍ ଅନୁସାରେ ସମସ୍ତଙ୍କୁ 50 ହଜାର ଟଙ୍କା ଲେଖାଏଁ ମିଳିଥାନ୍ତା । 24 ତାରିଖରେ ମର୍ଡର ପ୍ଲଟ୍ ପ୍ରସ୍ତୁତ କରି ଗତକାଲି ଜାଗା ମୁଣ୍ଡରେ ପହଞ୍ଚିଥିଲେ ମୁଖ୍ୟ ଅଭିଯୁକ୍ତ ସହ 5ଜଣ । ସାଙ୍ଗରେ 2ଟି ଖଣ୍ଡା ଓ ବୋମା ନେଇ ଯାଇଥିଲେ । ହେଲେ ପୋଲିସ ପାଟ୍ରୋଲିଂ ବେଳେ ଧରା ପଡ଼ିଗଲେ 5 ସୁପାରି କିଲର । ପଣ୍ଡ ହୋଇଗଲା ସବୁ ଯୋଜନା । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଖଣ୍ଡା, ବୋମା, 5 ହଳ ନୂଆ ଡ୍ରେସ, 5 ଟି ମୋବାଇଲ ଓ 5 ହଜାର 600 ଟଙ୍କା ଜବତ ହୋଇଛି ।
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications