ଧଳା ଜହରର ମୁର୍ସିଦାବାଦ ଲିଙ୍କ ! ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ ସୁଗାର
ଭୁବନେଶ୍ୱର : ଧଳା ଜହର କବଜାରେ କଳୁଷିତ ହେବାରେ ଲାଗିଛି ରାଜଧାନୀ ସମେତ ରାଜ୍ୟର ଅନେକ ଅଞ୍ଚଳ । ଏହି ସମୟରେ କ୍ରାଇମ୍ ବ୍ରାଞ୍ଚ ହାତରେ ଲାଗିଛି ବଡ଼ ମାଛ । ପ୍ରାୟ ଏକ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି କ୍ରାଇମ୍ ବ୍ରାଞ୍ଚ ।
ବ୍ରାଉନସୁଗର ଡିଲରକୁ ଧରିଛି ଏସ୍ଟିଏଫ୍ । ତା ଠାରୁ ଜବତ ହୋଇଛି 1100 ଗ୍ରାମ ବ୍ରାଉନସୁଗର । ଏହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ହେବ ।

ଗିରଫ ହୋଇଥିବା ବ୍ରାଉନସୁଗର ଡିଲର ର ନାଁ ସୁରେଶ ମହାପାତ୍ର । ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ସେ ଖୋର୍ଦ୍ଧାର ବାଘମରୀ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରିବାକୁ ଡିଲ୍ କରିବାକୁ ଆସିଥିବା ବେଳେ ଏସ୍ଟିଏଫ ମାଡ଼ି ବସିଥିଲା । ତାର ଏକ ବାଇକ ମଧ୍ୟ ଜବତ କରିଛି ଏସ୍ଟିଏଫ ।
ଏଥି ମଧ୍ୟରେ ଜଣା ପଡ଼ିଛି ଯେ ଗିରଫ ସୁରେଶ ମହାପାତ୍ରର ମୁର୍ସିଦାବାଦ ଲିଙ୍କ୍ ରହିଛି । ସେଠାରୁ ସେ ବ୍ରାଉନସୁଗର ଆଣେ । କିଛି ଲୋକ ଏହାକୁ ବିଭିନ୍ନ ଜିଲ୍ଲାକୁ ପଠାନ୍ତି । ଏ ନେଇ ସେ ଲୋକଙ୍କୁ ମୋଟା ଅଙ୍କର କମିଶନ ମଧ୍ୟ ଦେଇଥାଏ ଅଭିଯୁକ୍ତ ସୁରେଶ । ଗିରଫ ରମେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ । ତାର ପୂରା ନେଟୱର୍କ ଜାଣିବା ପାଇଁ ତାକୁ ଅଧିକ ପଚରାଉଚରା କରିବ ଏସ୍ଟିଏଫ ।












Click it and Unblock the Notifications